ଶ୍ରୀମନ୍ଦିରରେ ପାଳିତ ହୋଇଛି ଦେବ ଦୀପାବଳି; ଶ୍ରୀକ୍ଷେତ୍ରରେ ଜଳାଯିବ ଲକ୍ଷେ ଦୀପ

ଚତୁର୍ଦ୍ଦଶୀ ତିଥିରୁ ଶ୍ରୀମନ୍ଦିରରେ ତିନିଦିନ ବ୍ୟାପି ମହାପ୍ରଭୁଙ୍କ ଦେବଦୀପାବଳି ନୀତି ଆରମ୍ଭ ହୋଇଛି। ଏହି ଅବସରରେ ଓଲିଉଡ ଷ୍ଟାର ସବ୍ୟସାଚୀ ଓ ଅର୍ଚ୍ଚିତା ମଧ୍ୟ ସିଂହଦ୍ୱାର ସମୁଖରେ ଦୀପଦାନ କରିଛନ୍ତି।

ଶ୍ରୀମନ୍ଦିରରେ ପାଳିତ ହୋଇଛି ଦେବ ଦୀପାବଳି

ଶ୍ରୀମନ୍ଦିରରେ ପାଳିତ ହୋଇଛି ଦେବ ଦୀପାବଳି

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ପୁରୀ: ଗତକାଲି ଠାରୁ ତିନିଦିନ ଧରି ଶ୍ରୀମନ୍ଦିରରେ ପାଳିତ ହେଉଛି ଦେବ ଦୀପାବଳି । ଚତୁର୍ଦ୍ଦଶୀ ତିଥିରୁ ଶ୍ରୀମନ୍ଦିରରେ ତିନିଦିନ ବ୍ୟାପି ମହାପ୍ରଭୁଙ୍କ ଦେବଦୀପାବଳି ନୀତି ଆରମ୍ଭ ହୋଇଛି। ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ  ଶ୍ରାଦ୍ଧ ଦେବେ ।

ଶ୍ରୀଜଗନ୍ନାଥ ସେବା ସଂସ୍ଥାନ ପକ୍ଷରୁ ସିଂହଦ୍ୱାର ସମ୍ମୁଖରେ  ଝୋଟି ଚିତା ପକାଇ ତା ଉପରେ ଦୀପ ଲଗାଇ ଦୀପାବଳି ପାଳନ କରାଯାଇଛି। ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦ ତିନିଦିନ ଧରି ଏହି ନୀତି ଯଥାବିଧି ପାଳନ ହେବାର ପରମ୍ପରା ରହିଆସିଛି। ପ୍ରଥମ ଦିନ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସନ୍ଧ୍ୟାଧୂପ ନୀତି ବଢିବା ପରେ ମହାପ୍ରଭୁ, ଅଦିତି ଓ କଶ୍ୟପଙ୍କ ଉଦ୍ଦେଶ୍ୟରେ ଦୀପ ଦାନ ଓ ଶ୍ରାଦ୍ଧ ଦିଆଯାଇଛି । ଏହି ଅବସରରେ ଶ୍ରୀମନ୍ଦିର ସେବାୟତ, ଛତିଶା ନିଯୋଗ ମହାନାୟକ ଓ ଓଲିଉଡ ଷ୍ଟାର ସବ୍ୟସାଚୀ ଓ ଅର୍ଚ୍ଚିତା ମଧ୍ୟ ସିଂହଦ୍ୱାର ସମୁଖରେ ଦୀପଦାନ କରିଛନ୍ତି।

ମହାପ୍ରଭୁଙ୍କ ଦେବଦୀପାବଳି ନୀତି ଆରମ୍ଭ ହୋଇଛି


ତେବେ ଏହି ଦୀପଦାନ କାର୍ଯ୍ୟରେ ବିଭିନ୍ନ ମଠର ମଠାଧିଶ ଓ ସାଧୁସନ୍ଥ ମାନେ ଯୋଗ ଦେଇଥିଲେ । ଅମାବାସ୍ୟା ତିଥିରେ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ଠାରୁ ଆରମ୍ଭ କରି ବଡ଼ଦାଣ୍ଡ ଓ ଶରଧାବାଲିରେ ଏକ ଲକ୍ଷ ଦୀପ ପ୍ରଜ୍ୱଳନର ବ୍ୟବସ୍ଥା ହୋଇଛି । ଦ୍ଵିତୀୟ ଦିନ ଅମାବାସ୍ୟା ତିଥିରେ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ଦେବା ପରେ ତୃତୀୟ ଦିନ ଅର୍ଥାତ ଗୁରୁବାର ପ୍ରତିପଦା ତିଥିରେ ମହାପ୍ରଭୁ ଦେବକୀ, ବାସୁଦେବ,ନନ୍ଦ,ଯଶୋଦା, ମହାରାଜା ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀଙ୍କୁ ଦୀପଦାନ କରିବା ସହ ଶ୍ରାଦ୍ଧ ଦେବାର ପରମ୍ପରା ରହିଛି। ଏହି ତିନି ଦିନ  ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରାଦ୍ଧ ବେଶ ଧାରଣ କରି ପିତୃପୁରୁଷ ଉଦେଶ୍ୟରେ ଶ୍ରାଦ୍ଧ ତର୍ପଣ  କରିବେ। ଏହା ସହ ଏହି ତିନିଦିନ ମଧ୍ୟ ମହାଦୀପ ମଧ୍ୟ ପ୍ରଜ୍ବଳିତ ହେବ। ତେଣୁ ଏହାକୁ ଦେବଦୀପାବଳି କୁହାଯାଏ। ଆଉ ତିନିଦିନ ଧରି ଏହି ସଂସ୍ଥା ପକ୍ଷରୁ ସିଂହଦ୍ୱାର ନିକଟରେ ଦୀପଦାନ କରାଯିବ ବୋଲି କହିଛନ୍ତି ଆୟୋଜକ ।
Published by:Soumya Das
First published: