ଦୀର୍ଘ ୨ ବର୍ଷ ପରେ କଟକରେ କାଳୀ ପୂଜାର ଉତ୍ସବ; ୯୦ଟି ପେଣ୍ଡାଲରେ ପୂଜା ପାଇବେ ମା'

ରୂପା ସହର କଟକରେ କାଳୀ ପୂଜା ଓ ଦୀପାବଳି ପାଇଁ ଅଧିକ ପ୍ରସ୍ତୁତ ଥିବାରୁ ଏହି ସହରଟି ଆଲୋକରେ ସଜାଯାଇଛି। ଚଳିତ ବର୍ଷ ପ୍ରାୟ ୯୦ ପୂଜା ପେଣ୍ଡାଲରେ ପୂଜା ପାଇବେ ମା' କାଳୀ।

୯୦ଟି ପେଣ୍ଡାଲରେ ପୂଜା ପାଇବେ ମା'

୯୦ଟି ପେଣ୍ଡାଲରେ ପୂଜା ପାଇବେ ମା'

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

କଟକ: ଦେଶରେ ଆଜି କାଳୀ ପୂଜା ଓ ଆଲୋକର ପର୍ବ ଦୀପାବଳି ଖୁବ୍ ଧୁମଧାମରେ ପାଳନ କରାଯାଉଛି। ସେପଟେ କରୋନା ମହାମାରୀ ହେତୁ ଦୁଇ ବର୍ଷର ବ୍ୟବଧାନ ପରେ ଓଡ଼ିଶାରେ ମଧ୍ୟ ଉତ୍ସବ ପାଳନ କରିବାକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି।

ରୂପା ସହର କଟକରେ କାଳୀ ପୂଜା ଓ ଦୀପାବଳି ପାଇଁ ଅଧିକ ପ୍ରସ୍ତୁତ ଥିବାରୁ ଏହି ସହରଟି ଆଲୋକରେ ସଜାଯାଇଛି। ଚଳିତ ବର୍ଷ ପ୍ରାୟ ୯୦ ପୂଜା ପେଣ୍ଡାଲରେ ପୂଜା ପାଇବେ ମା' କାଳୀ।

ବିଗତ ଦୁଇ ବର୍ଷ ମଧ୍ୟରେ ଏହାକୁ ଅଧିକ ଉପଭୋଗ କରିପାରିନଥିବାରୁ ଲୋକ ଦୀପାବଳିକୁ ଏକ ବଡ଼ ଢଙ୍ଗରେ ଚଳିତ ବର୍ଷ ପାଳନ କରିବାକୁ ଯୋଜନା କରିଛନ୍ତି। ଆଜି ସନ୍ଧ୍ୟାରେ ଦୀପାବଳି ଖୁବ୍ ଧୁମଧାମରେ ପାଳନ କରିବେ କଟକବାସୀ।

ପ୍ରକାଶ ଥାଉକି କଟକ ସହର ଚଳିତ ବର୍ଷ କାଳୀ ପୂଜା ପାଇଁ ଉତ୍ସାହିତ ହୋଇପଡ଼ିଛି। କଟକଠାରେ ୯୦ କାଳୀ ପୂଜା ପେଣ୍ଡାଲ ସୃଷ୍ଟି କରାଯାଇଛି। ସେଥିମଧ୍ୟରୁ ୨୫-୨୫ ଲେଖାଏଁ ରୂପା ଓ ସୁନା ପେଣ୍ଡାଲ ରହିଛି। ସହରରେ ଏହି ସମୟ ମଧ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ କଟକ କମିଶନର ପୋଲିସ ବ୍ୟାପକ ପ୍ରସ୍ତୁତି ଚଳାଇଛି। କଟକ ସହରରେ ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସୂଚନାନୁସାରେ, ୬ଟି ଅତିରିକ୍ତ ଡିସିପି ଓ ୩୦୦ ପୋଲିସ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ରହିବେ।
Published by:Lipina Das
First published: