ବିନା କଟକଣାରେ ଦୀପାବଳି ପାଳିବେ ରାଜଧାନୀବାସୀ; ୭ଟି ସ୍ଥାନରେ ବିକ୍ରି ହେବ ବାଣ

ଚଳିତ ବର୍ଷ ବାଣ ଫୁଟାଇବା ସହ ଆଲୋକର ପର୍ବ ଦୀପାବଳିକ ପାଳନ କରିବେ ରାଜଧାନୀବାସୀ । ଏନେଇ ରାଜ୍ୟ ସରକାର ବାଣ ବିକ୍ରି ପାଇଁ ମଧ୍ଯ ଅନୁମତି ପ୍ରଦାନ କରିଛନ୍ତି।

ଦୀପାବଳୀ

ଦୀପାବଳୀ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ବର: ଦୁଇ ବର୍ଷ ପରେ ଆଡମ୍ବରରେ ପାଳନ ହେବ ଆଲୋକର ପର୍ବ ‘ଦୀପାବଳି’। କୋଭିଡ-୧୯ କାରଣରୁ ବିଗତ ୨ ବର୍ଷ ହେବ ‘ଦୀପାବଳି’ ନିରାଡାମ୍ବର ଭାବେ ପାଳିତ ହେଉଥିବା ବେଳେ ଚଳିତ ବର୍ଷ ବିନା କଟକଣାରେ ପାଳିତ ହେବ। ଆଉ ଏହି ପର୍ବରେ ରଙ୍ଗୀନ କରୁଥିବା ଆତସବାଜି ବା ବାଣ ଫୁଟାଇବା ପାଇଁ ମଧ୍ୟ ରହିନି କଟକଣା। ଏହାକୁ ନଜରରେ ରଖି ରାଜ୍ୟ ସରକାର ବାଣ ବିକ୍ରି ପାଇଁ ଅନୁମତି ପ୍ରଦାନ କରିଛନ୍ତି।

ଭୁବନେଶ୍ବରରେ ୭ଟି ସ୍ଥାନରେ ବାଣ ବଜାର ଖୋଲିବ ପାଇଁ ଏକ ନୋଟିସ ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମାନସ ରଞ୍ଜନ ସାମଲ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) କମିସନରଙ୍କୁ ଚିଠି ଲେଖିଛନ୍ତି । ଏଥିରେ ରାଜଧାନୀବାସୀଙ୍କ ସୁରକ୍ଷାକୁ ନଜରରେ ରଖି ଖୋଲା ସ୍ଥାନରେ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି। ସେହି ସ୍ଥାନଗୁଡିକ ହେଲା ଗାଡ଼କଣର ସବରସାହି ମେଳଣ ପଡ଼ିଆ, ବମିଖାଲର ରସୁଲଗଡ଼ ଦୁର୍ଗାପୂଜା ମଣ୍ଡପ, ପାଣ୍ଡରାର ପଳାସୁଣୀ ବିଜୁ ପଟ୍ଟନାୟକ ଖେଳ ପଡ଼ିଆ, ବାପୁଜୀ ନଗରର ୟୁନିଟ-୧ ହାଇସ୍କୁଲ ପଡ଼ିଆ ପଛପଟ, ଲକ୍ଷ୍ମୀସାଗର-୨ର ଲକ୍ଷ୍ମୀସାଗର ମେଳନ ପଡ଼ିଆ, ବଡ଼ଗଡ଼ର ବିଡିଏ ମାର୍କେଟ ପାର୍ଶ୍ବ  ସହିତ ୨ଟି ସ୍ଥାନରେ ବାଣ ବିକ୍ରି ହେବ।

ବାଣ ବିକ୍ରି ବେଳେ ଘଟୁଥିବା  ଅଘଟଣ ରୋକିବାକୁ ଦୃଷ୍ଟିରେ ରଖି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯିବ। ଏହି ସ୍ଥାନ ଗୁଡିକରେ  ଅଗ୍ନିଶମ ବାହିନୀ ଉପସ୍ଥିତ ରହିବେ। କେବଳ ଲାଇସେନ୍ସ ବା ଅନୁମତି  ପ୍ରାପ୍ତ ଦୋକାନୀ ଆବଶ୍ୟକ ଶୁଳ୍କ ଦେଇ ଏହି ସ୍ଥାନରେ ବାଣ ଦୋକାନ ଖୋଲିପାରିବେ। ତେଣୁ ଲୋକେ ଏହି ସ୍ଥାନରୁ ବାଣ କିଣିବା ସହ ଏହାକୁ ଫୁଟାଇବା ବେଳେ ନିରାପତା ବା ସତର୍କ ଅବଲମ୍ବନ କରିବାକୁ ରାଜଧାନୀବାସୀଙ୍କୁ ଅନୁରୋଧ କରିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ।

ଅନ୍ୟପଟେ ଭୁବନେଶ୍ୱରରେ ବାଣ ବ୍ୟବସାୟ ପାଇଁ ବିଏମସି ପକ୍ଷରୁ ଦିଆଯିବ ଅନୁମତି। ଅନୁମତି ପାଇବାରେ ଆବେଦନକାରୀଙ୍କୁ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ନପଡ଼େ ତାକୁ ଦୃଷ୍ଟିରେ ରଖି ଜାରି ହୋଇଛି ନିର୍ଦେଶନାମା। ବିଏମସିର ୩ଟି ଯୋନର ଜୋନାଲ ଡେ଼ପୁଟି କମିଶନରଙ୍କୁ ଦିଆଯାଇଛି କ୍ଷମତା। ବିଏମସିର ମୋଟ ୬୭ଟି ୱାର୍ଡକୁ ୩ ଭାଗରେ ବିଭକ୍ତ କରାଯାଇ ଅନୁମତି ପ୍ରଦାନ କ୍ଷମତା ଜୋନାଲ ଡେପୁଟି କମିଶନର ମାନଙ୍କୁ ପ୍ରଦାନ କରାଯାଇଛି। ସେମାନେ ବିଭିନ୍ନ ବାଣ ଦୋକାନ ବୁଲିବା ସହିତ ବେଆଇନ ବାଣ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
Published by:Soumya Das
First published: