News18 Odia Digital
ପୁରୀ: ଆଜି ମାଘ ସପ୍ତମୀ ବୁଡ଼ ବା ଚନ୍ଦ୍ରଭାଗା ମେଳା। ପୁଣି ଶନିବାର ଦିନ ଏହି ବାରୁଣୀ ବୁଡ଼ର ସଂଯୋଗ ୧୦୦ ବର୍ଷରେ ପଡ଼ିଥିବାରୁ ଏହା ଏକ ଦୁର୍ଲ୍ଲଭ ଯୋଗ। କୋଭିଡ କଟକଣା ହେତୁ ଗତ ୨ ବର୍ଷ ବିନା ଭକ୍ତରେ ଚନ୍ଦ୍ରଭାଗା ମାଘ ମେଳା ଅନୁଷ୍ଠିତ ହୋଇଥିଲା। ତେବେ ଚଳିତ ବର୍ଷ କୋଭିଡ କଟକଣା ନଥିବାରୁ ଚନ୍ଦ୍ରଭାଗା ବୁଡ଼କୁ ନେଇ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଛି।

ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ଭିଡ
ଏଥିପାଇଁ ଭକ୍ତଙ୍କ ସୁରକ୍ଷା, ଗମନାଗମନ ସୁବନ୍ଦୋବସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେପଟେ ଚନ୍ଦ୍ରଭାଗା ମେଳା ପଡ଼ିଆରେ ଶ୍ରଦ୍ଧାଳୁମାନେ ହାଣ୍ଡିଭଙ୍ଗା ପରମ୍ପରା ପାଳନ କରିଛନ୍ତି। ନୂଆ ହାଣ୍ଡିରେ ଭାତ, ଡାଲମା, ଖିରି ଆଦି ରୋଷେଇ କରି ତାକୁ ସପରିବାର ଖାଇବା ପରେ ସେହି ରୋଷେଇ ହୋଇଥିବା ହାଣ୍ଡିକୁ ଭାଙ୍ଗି ଥାନ୍ତି।
ଆଉ ବିଶ୍ୱାସ ରହିଛି ପିତୃପୁରୁଷଙ୍କ ଉଧେଶ୍ୱରେ ଓ ମନସ୍କାମନା ପୂର୍ଣ୍ଣ ପାଇଁ ଏହି ହାଣ୍ଡି ଭାଙ୍ଗିବା ପରେ ଚନ୍ଦ୍ରଭାଗାରେ ବୁଡ଼ ପକାଇ ମାନସିକ ପୂରଣ କରିଥାନ୍ତି।
ତେବେ ଚଳିତ ବର୍ଷ କୋଭିଡ କଟକଣା ନଥିବାରୁ ହଜାର ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଏଥିପାଇଁ ଭକ୍ତଙ୍କ ସୁରକ୍ଷା, ଗମନାଗମନ ସୁବନ୍ଦୋବସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ବୁଡ ପକାଇଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ
ଶୁକ୍ରବାର ୮ଟାରୁ ୧୦ଟା ଭିତରେ ପ୍ରଭୁ ଦକ୍ଷିଣେଶ୍ବର, ଇଶାନେଶ୍ବର ଓ ତ୍ରିବେଣୀଶ୍ବର ବିମାନରେ ବିଜେ କରିଥିଲେ। ବିମାନରେ ବିରାଜମାନ କରି ରୀତିନୀତି ଅନୁସାରେ ବାଣ ବାଜା ଓ ରୋଷଣୀ ମାଧ୍ୟମରେ ଆସି କୋଣାର୍କ ଏନଏସି କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରୁ ରୋଷଣୀ ମାଧ୍ୟମରେ ପୁଣି ଚନ୍ଦ୍ରଭାଗା ତୀର୍ଥର ପୁଷ୍କରିଣୀରେ ପହଞ୍ଚିଥିଲେ।
ପହଞ୍ଚିବା ପରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଛି। ଏହାପରେ ଭୋର ୪ ଟାରେ ଠାକୁରମାନେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀର ସଂକଳ୍ପ ଜଳ ସ୍ନାନ କରିବା ପରେ ସାଧୁସନ୍ଥମାନେ ଆଳତି କରିବା ପରେ ତୀର୍ଥ ପୁଷ୍କରିଣୀରେ ସ୍ନାନ କରିଛନ୍ତି। ପରେ ଅପେକ୍ଷାରତ ଶ୍ରଦ୍ଧାଳୁମାନେ ତୀର୍ଥ ପୁଷ୍କରିଣୀରେ ୪ଟା ୧୫ରେ ବୁଡ଼ ପକାଇଥିଲେ।
ଚନ୍ଦ୍ରଭାଗା ବୁଡ ଓ ମାଘ ମେଳାରେ ଭକ୍ତଙ୍କ ଭିଡ଼ ଅଧିକ ହୋଇଛି। ତେଣୁ ଏହାକୁ ଦେଖି ଜିଲ୍ଲା ପୋଲିସ ପକ୍ଷରୁ ୩୦ ପ୍ଲାଟୁନ ଫୋର୍ସ ସହ ୩୦ ଜଣ ଅଫିସର ମୁତୟନ କରାଯାଇଛି। ସେହିପରି ପାର୍କିଂ, ଟ୍ରାଫିକ ବ୍ୟବସ୍ଥା ଉପରେ ମଧ୍ୟ ସ୍ବତନ୍ତ୍ର ନଜର ରହିଛି।
ତେବେ ଦୀର୍ଘ ୨ ବର୍ଷ ପରେ ମାଘ ସପ୍ତମୀ ବୁଡରେ ୨ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଚନ୍ଦ୍ରଭାଗା ବୁଡ ଓ ମହୋଦଧିରେ ସ୍ନାନ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥବାରୁ ଖୁସି ବ୍ୟକ୍ତ କରିଛନ୍ତି ଶ୍ରଦ୍ଧାଳୁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।