ସବୁଠି ଶୁଭୁଛି ୨ମାତାଙ୍କ ନାମ; ଭାରତ ମାତା କି ଜୟ ସହ ଜୟ ମାଆ ସରସ୍ୱତୀ
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ୭୪ ତମ ସାଧାରଣତନ୍ତ୍ର ଦିବସ (Republic day) ଓ ମାଆ ସରସ୍ୱତୀଙ୍କ (Maa saraswati puja) ପୂଜା ପାଇଁ ଓଡ଼ିଶା ସମେତ ସାରା ଦେଶ ଉତ୍ସବ ମୁଖର । ବିଶେଷ କରି ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କ (Students) ପାଇଁ ଆଜି ଡବଲ ସେଲିବ୍ରଶନର ଉତ୍ସବ । ପ୍ରଥମେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଜାତୀୟ ପତାକା ଉତ୍ତଳନ କରାଯିବା ସହ ମାଆ ସରସ୍ୱତୀଙ୍କ ପୂଜା କରାଯାଉଛି । ଦୁଇଟି ପର୍ବ ଗୋଟିଏ ଦିନରେ ପଡିଥିବାରୁ ଶିକ୍ଷାନୁଷ୍ଠାନ ସମେତ ବ୍ୟବସାୟୀକ ଅନୁଷ୍ଠାନ ଏବଂ ଅଫିସ ଗୁଡିକରେ ସୁନ୍ଦର ସାଜସଜ୍ଜା କରାଯାଇଛି ।
ରାଜଧାନୀ ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବିଶେଷ ବ୍ୟବସ୍ଥା କରାଯାଇଛି । କର୍ତ୍ତବ୍ୟ ପଥରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମଥର ରାଷ୍ଟ୍ରପତି ଭାବରେ ଗଣତନ୍ତ୍ର ଦିବସର ପତାକା ଉତ୍ତୋଳନ କରିବେ । ଦିଲ୍ଲୀରେ ପତାକା ଉତ୍ତୋଳନ କରିବା ସହ ସ୍ଥଳସେନା, ନୌବାହିନୀ, ଓ ବାୟୁସେନାର ଯବାନ ନିଜର ପାରାକାଷ୍ଠା ଦେଖାଇବେ । ବିଭିନ୍ନ ପ୍ରକାରର ଯୁଦ୍ଧାସ୍ତ୍ର ପ୍ରଦର୍ଶନ ସହ ସୁନ୍ଦର ପରେଡକୁ ଦିଲ୍ଲୀବାସୀ ଉପଭୋଗ କରୁଛନ୍ତି । କେବଳ ସୌଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ରକୁ ପରେଡ ସମୟରେ ପ୍ରଦର୍ଶନ ପାଇଁ ସାମିଲ କରାଯାଇଛି । ଏମବିଟି ଅର୍ଜୁନ ଟ୍ୟାଙ୍କକୁ ମଧ୍ୟ ଦର୍ଶକେ ଦେଖିବାକୁ ପାଇଛନ୍ତି ।
ଅଧିକ ପଢ଼ନ୍ତୁ -
http://74th Republic Day: ସାରା ଦେଶ ଆଜି ପାଳୁଛି ଗଣତନ୍ତ୍ର ଦିବସ; ଦିଲ୍ଲୀ କର୍ତ୍ତବ୍ୟ ପଥରେ ପରେଡ୍Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।