News 18 Odia Digital
ବାଲେଶ୍ୱର; ବୁଢା କର୍ତ୍ତିକ ପୂଜା ପାଇଁ ଚଳଚଞ୍ଚଳ ହୋଇପଡିଛି ବାଲେଶ୍ୱର ସହର। ଅନ୍ୟପୂଜା ଅପେକ୍ଷା ସହରର ବାରବାଟୀରେ ବୁଢ଼ା କାର୍ତ୍ତିକଙ୍କ ପୂଜା ବେଶ ନିଆରା । ଏଠାରେ ମାନସିକଧାରି ମହିଳାମାନେ ପ୍ରଭୁଙ୍କ ନିକଟରେ କଦଳୀ ଭୋଗ ସହ କଣ୍ଢେଇ ପୂଜା କରିଥାନ୍ତି । ବିଶ୍ଵାସ ରହିଛି ପୁତ୍ର ସନ୍ତାନ ଆଶା କରିଥିବା ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ନିକଟରେ ପୂଜାକଲେ ସନ୍ତାନ ପ୍ରାପ୍ତି ହୋଇଥାଏ । ପୂଜା କଲେ ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ ।

ସହରର ବାରବାଟି ପୂଜା ମଣ୍ଡପରେ ୧୮୩୭ ମସିହାରୁ ପୂଜା ହୋଇଆସୁଛନ୍ତି ବାବା ବୁଢ଼ା କାର୍ତ୍ତିକ । ଏହି ପୂଜାର ମାହାତ୍ମ୍ୟ ଓ ବିଶେଷତ୍ଵ ଟିକେ ନିଆରା । ଶ୍ରଦ୍ଧାଳୁମାନେ ବାବାଙ୍କୁ ବେଶ ଶ୍ରଦ୍ଧାର ସହିତ ପୂଜା କରିଥାନ୍ତି ଓ ଭୋଗ ଡାଲା ଲଗାଇ ଉପବାସ କରିଥାନ୍ତି । ସଂକ୍ରାନ୍ତି ଦିନ ବିଳମ୍ବିତ ରାତିରେ କାର୍ତ୍ତିକେଶ୍ୱରଙ୍କ ଏହି ବୁଢା ପୂଜା କରାଯାଇଥାଏ ।

" ତେବେ ବାବାଙ୍କ ପାଖରେ ଭୋଗ ଡାଲା ଲଗାଇ ପୂଜା କରାଯାଇଥାଏ । ଏହି ଡାଲାରେ ବିଭିନ୍ନ ପ୍ରକାର ଫଳ, ମିଷ୍ଠାନ ସହିତ କଣ୍ଢେଇ ପୂଜା କରାଯାଇଥାଏ । ବିଶ୍ୱାସ ରହିଛି କାର୍ତ୍ତିକେଶ୍ୱର ପିଲାମାନଙ୍କୁ ଭଲ ପାଉଥିବାରୁ ତାଙ୍କ ପୂଜାରେ କଣ୍ଢେଇ ଦିଆଯାଏ ବୋଲି ଶ୍ରଦ୍ଧାଳୁ ମିନା ମହାନ୍ତି କହିଛନ୍ତି । " କେବଳ ବାରବାଟିରେ କାର୍ତ୍ତିକଙ୍କ ପୂଜାରେ ହଜାର ହଜାରରୁ ଅଧିକ ଡାଲା ଭୋଗ ପୂଜା କରାଯାଇଥାଏ ବୋଲି ପୂଜକ ବିଜୟ କେତନ ପଣ୍ଡା କହିଛନ୍ତି । "
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।