News 18 Odia Digital
Basant Panchami; ବସନ୍ତ ପଞ୍ଚମୀରେ ମାଆ ସରସ୍ୱତୀଙ୍କୁ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ । ଏହି ଦିନ ମାଆ ସରସ୍ୱତୀଙ୍କୁ ବିଭିନ୍ନ ପ୍ରକାରର ପୂଜା ସାମଗ୍ରୀ ଅର୍ପଣ କରାଯାଇ ପୂଜା କରାଯାଏ । ହଳଦିଆ ରଙ୍ଗର ପୋଷାକ, ଫୁଲ ମାଳ, ଧୂପ ଏବଂ ଦୀପ ସହିତ ମାଆଙ୍କୁ ଆଶୀର୍ବାଦ ମଗାଯାଏ । ତେବେ ଏଥର ବସନ୍ତ ପଞ୍ଚାମୀରେ ଏକ ଅତ୍ୟନ୍ତ ଶୁଭ ଯୋଗ ରହିଛି । ମାଆଙ୍କୁ କିପରି ପୂଜା କଲେ ଆପଣ ଆଶିଷ ପାଇବେ ତାହା ଆପଣଙ୍କୁ କହିବାକୁ ଯାଉଛୁ ।
ବସନ୍ତ ପଞ୍ଚମୀକୁ ହିନ୍ଦୁ ଧର୍ମରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ ବୋଲି ବିବେଚନା କରାଯାଏ । ଏହି ଦିନ ବିଦ୍ୟାଦେବୀ ସରସ୍ୱତୀଙ୍କୁ ବିଶେଷ ଉପାସନା କରିବାର ଏକ ରୀତିନୀତି ରହିଛି । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ବସନ୍ତ ପଞ୍ଚମୀ ପର୍ବ ମାଘ ମାସର ଶୁକ୍ଲପକ୍ଷ ପଞ୍ଚମ ଦିନରେ ପାଳନ କରାଯାଏ । ବିଶ୍ୱାସ ରହିଛି ଯେ, ଜ୍ଞାନ ଏବଂ ଗୁଣ ପ୍ରଦାନକାରୀ ଦେବୀ ସରସ୍ୱତୀ ଏହି ତାରିଖରେ ଜନ୍ମଗ୍ରହଣ କରିଥିଲେ ।
ଚଳିତ ଜାନୁଆରୀ ୨୬ ତାରିଖ ଦିନ ବସନ୍ତ ପଞ୍ଚମୀ ପଡୁଛି । ସମୟ ଅନୁସାରେ ଚତୁର୍ଥୀ ପରେ ରାତ୍ରୀ ୧୨ଟା୩୩ରୁ ପଞ୍ଚମୀର ତିଥି ଆରମ୍ଭ ହେଉଛି ।
ବସନ୍ତ ପଞ୍ଚମୀରେ ଶୁଭ ଯୋଗଏଥର ବସନ୍ତ ପଞ୍ଚମୀରେ ବହୁତ ଭଲ ଶୁଭ ଯୋଗ ରହିଛି । ବୈଦିକ ପଞ୍ଚାଙ୍ଗ ହିସାବ ଅନୁଯାୟୀ, ବସନ୍ତ ପଞ୍ଚମୀ ଦିନ ମାଆ ସରସ୍ୱତୀଙ୍କ ପୂଜା ପାଇଁ ୪ଟି ଶୁଭ ଯୋଗ ଅଛି । ସେଗୁଡିକ ହେଉଛି ଶିବ ଯୋଗ, ସିଦ୍ଧ ଯୋଗ, ସର୍ଭାର୍ଥ ସିଦ୍ଧ ଯୋଗ ଏବଂ ରବି ଯୋଗ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ଚାରୋଟି ଅତ୍ୟନ୍ତ ଶୁଭ ଯୋଗରେ ପୂଜାକଲେ ତାହା ଅଧିକ ଫଳପ୍ରଦ ହୋଇଥାଏ ।
ମାଆ ସରସ୍ୱତୀଙ୍କ ପୂଜା ପାଇଁ ଶୁଭ ସମୟମାଆ ସରସ୍ୱତୀଙ୍କୁ ବସନ୍ତ ପଞ୍ଚାମୀ ଦିନ ବିଶେଷ ଭାବରେ ପୂଜା କରାଯାଏ। ତେବେ ଚଳିତ ଥର ସରସ୍ୱତୀଙ୍କୁ ପୂଜା କରିବାର ଶୁଭ ସମୟ ହେଉଛି ସକାଳ ୭ଟା୬ରୁ ମଧ୍ୟାହ୍ନ ୧୨ଟା୩୪ । ମାଆଙ୍କ ପୂଜା ଦିନ ସକାଳେ ସ୍ନାନ କରନ୍ତୁ ଏବଂ ମାଆ ସରସ୍ୱତୀଙ୍କୁ ହଳଦିଆ ରଙ୍ଗର ଫୁଲ, ବସ୍ତ୍ର ଏବଂ ମିଠା ଦିଅନ୍ତୁ । ଏହି ଦିନ ହଳଦିଆ ବସ୍ତ୍ର ଧାରଣ କଲେ ମାଆ ସରସ୍ୱତୀ ଅଧିକ ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ୱାସ ରହିଛି । ଏଥିସହ ମାଆଙ୍କ ମନ୍ତ୍ରକୁ ଜପିଲେ ମାଆ ବିଦ୍ୟା ଦିଅନ୍ତି ବୋଲି ମଧ୍ୟ ପଣ୍ଡିତମାନେ ମତ ଦିଅନ୍ତି ।
ଅଧିକ ଖବର ପଢ଼ନ୍ତୁ -
http://ମିଳିଲା ୯ଟି ବଡ଼ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୨୭ହଜାରରୁ ଅଧିକ ନିଯୁକ୍ତି ସୁଯୋଗPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।