ହିଜାବ ପିନ୍ଧିବା ମୁସଲିମ୍ ମହିଳାଙ୍କ ଚଏସ୍‌ ନୁହେଁ, ଦାୟିତ୍ବ: ଜାଏରା ୱାସିମ୍‌

ଜାଏରା ୱାସିମ୍ କହିଛନ୍ତି ଯେ ଏକ ଧାରଣା ଅଛି ଯେ ହିଜାବ ହେଉଛି ଏକ ଚଏସ୍ ଯାହା ସମ୍ପୂର୍ଣ୍ଣ ମିଥ୍ୟା ତଥ୍ୟ। ଏହି ବିଶ୍ୱାସ ଅଜ୍ଞତାରୁ ସୃଷ୍ଟି। ଇସଲାମରେ ହିଜାବ ପିନ୍ଧିବା ଏକ ଚଏସ୍ ନୁହେଁ ବରଂ ଏକ ଦାୟିତ୍ବ।

ହିଜାବ ବିବାଦରେ ମୁହଁ ଖୋଲିଲେ ପୂର୍ବତନ ଅଭିନେତ୍ରୀ ଜାଏରା ୱାସିମ୍

ହିଜାବ ବିବାଦରେ ମୁହଁ ଖୋଲିଲେ ପୂର୍ବତନ ଅଭିନେତ୍ରୀ ଜାଏରା ୱାସିମ୍

  • Share this:
News18 Odia Digital

ମୁମ୍ବାଇ: କର୍ଣ୍ଣାଟକରେ ଚାଲିଥିବା ହିଜାବ ବିବାଦକୁ ନେଇ ବଲିଉଡକୁ ଅଲବିଦା କହିସାରିଥିବା ଅଭିନେତ୍ରୀ ଜାଏରା ୱାସିମ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି। କର୍ଣ୍ଣାଟକର ସ୍କୁଲ ଓ କଲେଜଗୁଡ଼ିକରେ ହିଜାବ ନିଷେଧାଦେଶକୁ ସମାଲୋଚନା କରି ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି।

ଏହି ବିଶ୍ୱାସ ଅଜ୍ଞତାରୁ ନିର୍ମିତ

ଜାଏରା କହିଛନ୍ତି ଯେ ଏକ ଧାରଣା ଅଛି ଯେ ହିଜାବ ହେଉଛି ଏକ ଚଏସ୍ ଯାହା ସମ୍ପୂର୍ଣ୍ଣ ମିଥ୍ୟା ତଥ୍ୟ। ଏହି ବିଶ୍ୱାସ ଅଜ୍ଞତାରୁ ସୃଷ୍ଟି। ସେ କହିଛନ୍ତି ଯେ ଇସଲାମରେ ମହିଳା ହିଜାବ ପିନ୍ଧିବା ଏକ ଚଏସ୍ ନୁହେଁ ବରଂ ଏକ ବାଧ୍ୟତାମୂଳକ ଦ୍ବାୟିତ୍ବ। ଯେତେବେଳେ ବି ଜଣେ ମହିଳା ହିଜାବ ପିନ୍ଧନ୍ତି, ସେ ଯାହାକୁ ଭଲ ପାଆନ୍ତି ଓ ନିଜକୁ ସମର୍ପିତ କରନ୍ତି ସେହି ଈଶ୍ବରଙ୍କ ଦ୍ବାରା ଦିଆଯାଇଥିବା ଦାୟିତ୍ବକୁ ପୂରଣ କରନ୍ତି।

ଜାଏରା ଆହୁରି କହିଛନ୍ତି, ‘‘ହିଜାବ ମୁସଲିମ୍ ମହିଳାଙ୍କ ଚଏସ୍‌ ନୁହେଁ, ଏହା ସେମାନଙ୍କ ଗୋଟିଏ ଦାୟିତ୍ୱ। ହିଜାବ ପିନ୍ଧିଥିବା ମହିଳାମାନେ ଦାୟିତ୍ୱକୁ ପୂରଣ କରନ୍ତି, ଯାହା ସେ ଭଗବାନଙ୍କ ଠାରୁ ପାଇଥାନ୍ତି। ମୁଁ ବି ଜଣେ ମହିଳା, ଆଉ ମୁଁ ମୋ ସମ୍ମାନର ସହ ହିଜାବକୁ ପିନ୍ଧେ। ମୁଁ ଏହି ବ୍ୟବସ୍ଥାକୁ ବିରୋଧ କରୁଛି, ଯେଉଁଠାରେ ମହିଳାଙ୍କୁ ତାଙ୍କ ଧାର୍ମିକ ପରମ୍ପରାକୁ ପାଳନ କରିବା ପାଇଁ ବାରଣ କରାଯାଇ ଓ ହଇରାଣ କରାଯାଉଛି । ମୁସଲମାନ ମହିଳାମାନଙ୍କ ପ୍ରତି ପକ୍ଷପାତ କରିବା। ଆଉ ସେମାନଙ୍କୁ ଶିକ୍ଷା ଓ ହିଜାବ ମଧ୍ୟରେ ବାଛିବାକୁ କିମ୍ବା ଗୋଟିଏ ଜିନିଷ ଛାଡ଼ିବାକୁ ପଡ଼ିବ, ତେବେ ଏହା ସେମାନଙ୍କ ପ୍ରତି ଅନ୍ୟାୟ।’’ ବର୍ତ୍ତମାନ ଜାଏରାଙ୍କ ଏହି ପୋଷ୍ଟ ଖୁବ୍ ଭାଇରାଲ ହେବାରେ ଲାଗିଛି।

ହିଜାବ ବିବାଦ କିପରି ଆରମ୍ଭ ହେଲା?

କର୍ଣ୍ଣାଟକର ଉଡୁପିରେ ଥିବା ଏକ ସରକାରୀ ପ୍ରି-ୟୁନିଭରସିଟି କଲେଜରେ କ୍ଲାସରେ ପଢ଼ିବାବେଳେ ହିଜାବ ପିନ୍ଧିଥିବା ଛଅ ଝିଅମାନଙ୍କୁ କଲେଜ ପରିସର ଛାଡ଼ିବାକୁ କୁହାଯାଇଥିଲା। ଏହା ପରେ ଏହି ସମସ୍ୟା ଗତିଶୀଳ ହେଲା। ପରିସ୍ଥିତି ହେଉଛି ଏହି ପ୍ରସଙ୍ଗ ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନକୁ ବ୍ୟାପିଛି। ଦକ୍ଷିଣପନ୍ଥୀ ସଙ୍ଗଠନ ଦ୍ୱାରା ସମର୍ଥିତ ଯୁବକ ହିନ୍ଦୁମାନେ ସାଫ୍ରନ୍ ଗାମୁଛା ପିନ୍ଧି ଏହି ପ୍ରସଙ୍ଗରେ ଓହ୍ଲାଇଥିଲେ। ଅନେକ ସ୍ଥାନରେ ହିଂସା ଘଟଣା ମଧ୍ୟ ସାମ୍ନାକୁ ଆସିଛି।
Published by:Lipina Das
First published: