ପ୍ରସିଦ୍ଧ ୟୁଟ୍ୟୁବର ଗୌରବ ତନେଜା ଗିରଫ; ଜନ୍ମଦିନ ପାଇଁ ପ୍ରଶଂସକଙ୍କୁ ଡାକିଥିଲେ ମେଟ୍ରୋ ଷ୍ଟେସନ

ଶନିବାର ଦିନ ୟୁଟ୍ୟୁବର୍ ଗୌରବ ତନେଜାଙ୍କୁ ଉତ୍ତର ପ୍ରଦେଶର ନଇଡ଼ାରେ ଗିରଫ କରାଯାଇଛି। ତାଙ୍କୁ ସରକାରୀ କର୍ମଚାରୀ ଦେଇଥିବା ଆଦେଶ ଅମାନ୍ୟ ଅଭିଯୋଗରେ ଗିରଫ କରାଯାଇଥିଲା।

ଗୌରବ ତନେଜା (ପ୍ରତୀକାତ୍ମକ ଛବି)

ଗୌରବ ତନେଜା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଶନିବାର ଦିନ ୟୁଟ୍ୟୁବର୍‌ ଗୌରବ ତନେଜାଙ୍କୁ ଉତ୍ତର ପ୍ରଦେଶର ନଇଡ଼ାରେ ଗିରଫ କରାଯାଇଛି। ତାଙ୍କୁ ସରକାରୀ କର୍ମଚାରୀ ଦେଇଥିବା ଆଦେଶ ଅମାନ୍ୟ ଅଭିଯୋଗରେ ଗିରଫ କରାଯାଇଥିଲା। ତାଙ୍କୁ ଏବେ ପର୍ଯ୍ୟନ୍ତ ଜାମିନ ମିଳିନାହିଁ।

ଜନ୍ମଦିନ ପାଳନ କରିବା ଲାଗି ନଇଡ଼ାର ସେକ୍ଟର ୫୧ ଅନ୍ତର୍ଗତ ଆକ୍ବାଲାଇନ ନିକଟ ମେଟ୍ରୋ ଷ୍ଟେସନରେ ବହୁସଂଖ୍ୟକ ପ୍ରଶଂସକମାନଙ୍କୁ ଏକତ୍ର କରିଥିଲେ।

ଫ୍ଲାଇଙ୍ଗ୍‌ ବିଷ୍ଟ ନାମରେ ୟୁଟ୍ୟୁବ୍‌ ଚ୍ୟାନେଲ ଚଳାଉଥିବା ତନେଜା ମେଟ୍ରୋ ଷ୍ଟେସନରେ ଏକତ୍ର ହେବା ଲାଗି ଗତକାଲି ଇନଷ୍ଟାଗ୍ରାମରେ ଅନୁଗାମୀମାନଙ୍କୁ ଅନୁରୋଧ କରିଥିଲେ। ଆମନ୍ତ୍ରଣ ପାଇବା ପରେ ହଜାର ହଜାର ଜନତା ସେକ୍ଟର ୫୧ ମେଟ୍ରୋ ଷ୍ଟେସନରେ ସମବେତ ହୋଇ ବଣ୍ଟା ଯାଉଥିବା ଟୋକେନ ପାଇବା ଲାଗି ଧାଡ଼ି ବାନ୍ଧିଥିଲେ। ଫଳରେ ଯାତାୟାତ କରୁଥିବା ମେଟ୍ରୋ ଯାତ୍ରୀମାନେ ମଧ୍ୟ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। ଗହଳି ଅଧିକ ହେବାରୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣା ସମ୍ପର୍କରେ ଅବଗତ ହେବାପରେ ପୁଲିସ ମେଟ୍ରୋରେ ପହଞ୍ଚିଥିଲା।

ଇନ୍‌ଷ୍ଟାଗ୍ରାମରେ ଗୌରବ ତନେଜାଙ୍କର ୩.୩ ନିୟୁତରୁ ଅଧିକ ଅନୁଗାମୀ ଅଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ୧.୬ ନିୟୁତରୁ ଅଧିକ ଅନୁଗାମୀ ଥିବା ତାଙ୍କ ପତ୍ନୀ ଋତୁ ରଥୀ ମଧ୍ୟ ଗତକାଲି କହିଥିଲେ ଯେ, ତନେଜାଙ୍କ ଜନ୍ମଦିନ ପାଳନ ଅବସରରେ କେକ୍‌ କାଟିବା ଲାଗି ସେ ସମଗ୍ର ମେଟ୍ରୋ ଷ୍ଟେସନ୍‌ ବୁକ୍‌ କରିଛନ୍ତି।
Published by:Soumya Das
First published: