News18 Odia Digital
ମୁମ୍ବାଇ: ଜଣାଶୁଣା ହାସ୍ୟ ଅଭିନେତା ତଥା ୟୁଟ୍ୟୁବର ଭୁବନ ବାମଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଏହି ଅଭିନେତା ତାଙ୍କର ନୂଆ ୱେବ୍ ସିରିଜ୍ 'ତାଜା ଖବର' ସହିତ OTT ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ୱେବ୍ ସିରିଜ୍ ବିଷୟରେ ଭୁବନ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଗତ ମାସରେ ଘୋଷଣା କରିଥିଲେ।
କେବଳ ଏତିକି ନୁହେଁ, ‘ତାଜା ଖବର’ ଟ୍ରେଲର ରିଲିଜ୍ ସହିତ ଏହି ୱେବ୍ ସିରିଜର ରିଲିଜ୍ ତାରିଖ ମଧ୍ୟ ପ୍ରକାଶ ପାଇଛି। ଭୁବନଙ୍କ ସହ ୱେବ୍ ସିରିଜରେ 'ସତ୍ୟ' ତାରକା ଜେଡି ଚକ୍ରବର୍ତ୍ତୀ, 'ସାରଭାଇ ଭର୍ସେସ୍ ସାରାଭାଇ' ଖ୍ୟାତି ଦେବନ୍ ଭୋଜାନି ଏବଂ ମରାଠୀ ଅଭିନେତା ପ୍ରଥମେଶ ପରବ ମଧ୍ୟ ଅଭିନୟ କରିଛନ୍ତି। ଏକ ସାକ୍ଷାତକାର ସମୟରେ ଭୁବନ କହିଥିଲେ ଯେ ମନୋରଞ୍ଜନ ଜଗତର ଏହି ଜଣାଶୁଣା ତାରକାମାନଙ୍କ ସହ ସ୍କ୍ରିନ୍ ସେୟାର କରିବାକୁ ସେ ବହୁତ ଉତ୍ସାହିତ ଅଛନ୍ତି।
ଜାଣନ୍ତୁ କେବେ ରିଲିଜ ହେବ ‘ତାଜା ଖବର’ଡିଜନି + ହଟଷ୍ଟାର ୟୁଟ୍ୟୁବ୍ ସହିତ ସମସ୍ତ ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମରେ ଏହି ସିରିଜର ଟ୍ରେଲର ରିଲିଜ୍ କରାଯାଇଛି। କେବଳ ଏତିକି ନୁହେଁ, ଟ୍ରେଲରର ରିଲିଜ୍ ସହିତ ଏହାର କ୍ୟାପସନରେ ଲେଖାଯାଇଛି, ‘ଯାଦୁ ନା ଚମତ୍କାର?, ଧୋକା ନା ଅଭିଶାପ?'। ଦେଖନ୍ତୁ ବାସ୍ୟଙ୍କ ଅନନ୍ୟ କାହାଣୀ। ସେହିପରି କ୍ୟାପସନରେ ଏହାର ରିଲିଜ ତାରିଖ ବିଷୟରେ ଲେଖାଯାଇଛି। ଏହି ୱେବ୍ ସିରିଜର ସମସ୍ତ ଏପିସୋଡ୍ ଆସନ୍ତା ବର୍ଷ ଜାନୁଆରୀ ୬ରେ ହେବ ରିଲିଜ ହେବ। କେବଳ ଡିଜନି ପ୍ଲସ୍ ହଟଷ୍ଟାରରେ ଏହା ରିଲିଜ ହେବ।
ରୋହିତ ରାଜ ଏହି ୱେବ୍ ସିରିଜ୍ ପ୍ରଯୋଜନା କରିଥିବା ବେଳେ ହିମନ୍ତ ଗୌରଙ୍କ ଦ୍ୱାରା ଏହା ନିର୍ଦ୍ଦେଶିତ। ଏହି ସିରିଜରେ ମିର୍ଜାପୁର ଖ୍ୟାତି ଅଭିନେତ୍ରୀ ଶ୍ରୀୟା ପିଲଗାଓଁକରଙ୍କୁ ଭୁବନଙ୍କ ବିପକ୍ଷରେ ଦେଖିବାକୁ ମିଳିବ।
ଭୁବନ ନିଜ ଅଭିନୟ କ୍ୟାରିୟକ ‘ଢିଣ୍ଡୋରା’ ଆରମ୍ଭ କରିଥିଲେ। ସେ ଏହି ୱେବ୍ ସିରିଜକୁ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ରିଲିଜ୍ କରିଥିଲେ ଯାହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା। ଏହି ଅଭିନେତା ତାଙ୍କର ୟୁଟ୍ୟୁବ୍ କମେଡି ଚ୍ୟାନେଲ୍ "ବିବି କି ୱାଇନ୍ସ" ପାଇଁ ବେଶ୍ ଜଣାଶୁଣା। ୨୦୧୮ରେ ୨୦ ମିଲିୟନ୍ ୟୁଜର୍ସ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଅତିକ୍ରମ କରିଥିଲେ। ଏହା ଦ୍ବାରା ଭୁବନ ପ୍ରଥମ ଭାରତୀୟ ୟୁଟ୍ୟୁବର୍ ସାଜିଥିଲେ, ଯାହାଙ୍କର ଅଧିକ ୟୁଜର୍ସ ଥିଲେ। ଆଜି ତାଙ୍କର ୨୫.୬ ନିୟୁତ ୟୁଜର୍ସ ଅଛନ୍ତି ଯାହା ଅତ୍ୟନ୍ତ ଗର୍ବର ବିଷୟ।
ଫ୍ୟାନ୍ସ କମେଣ୍ଟ କରିବା ଆରମ୍ଭ କରିଦେଇନ୍ତିଭୁବନଙ୍କ ପ୍ରଶଂସକମାନେ ଏହି ଟ୍ରେଲରକୁ ବହୁତ ପସନ୍ଦ କରୁଛନ୍ତି ଏବଂ ଅନେକ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ଜଣେ ପ୍ରଶଂସକ ମନ୍ତବ୍ୟ ଦେଇଛନ୍ତି, ‘ଆଶ୍ଚର୍ଯ୍ୟଜନକ। ବହୁତ ଶକ୍ତିଶାଳୀ।’
ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, ‘ମୁଁ ଏହାକୁ ବିଶ୍ବାସ କରିପାରିବି ନାହିଁ। ସେ ବହୁତ ଅଲଗା ଦେଖାଯାନ୍ତି।’’ ଅନ୍ୟ ଜଣେ ଲେଖିଛନ୍ତି, ‘ମୁଁ ଆଶ୍ଚର୍ଯ୍ୟ।’’
ପ୍ରକାଶ ଥାଉକି ଏହି ସିରିଜଟି ପରିମଳ କର୍ମଚାରୀଙ୍କ ଜୀବନ ଉପରେ ଆଧାରିତ ଏବଂ ଶ୍ରେଣୀ ଭିତ୍ତିକ ଦାରିଦ୍ର୍ୟ ଏବଂ ଏକ ଭଲ ଜୀବନଯାପନ କରିବାକୁ ମନୁଷ୍ୟର ଇଚ୍ଛାକୁ ଦର୍ଶାଉଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।