News18 Odia Digital
ବଲିଉଡ୍ ଅଭିନେତ୍ରୀ ୟାମି ଗୌତମ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ୨୦୨୧ ମସିହା ଜୁନ୍ ୪ ତାରିଖରେ ବିବାହ କରିଥିଲେ। ଆଜି ତାଙ୍କ ପ୍ରଥମ ବିବାହ ବାର୍ଷିକୀ। ଅଭିନେତ୍ରୀ ତାଙ୍କ ବିବାହ ସମୟର ଏକ ଭିଡ଼ିଓ କ୍ଲିପ୍ ସେୟାର କରି ପ୍ରଶଂସକଙ୍କୁ ସର୍ପ୍ରାଇଜ୍ ଦେଇଛନ୍ତି। ୟାମି ଗୌତମ ଯେଉଁ ଭିଡ଼ିଓ ସେୟାର କରିଛନ୍ତି ସେଥିରେ ମେହେନ୍ଦୀ, ହଳଦୀ ଆଦି ସବୁ ଦେଖିବାକୁ ମିଳିଛି।
ୟାମି ଯେଉଁ ଭିଡିଓ ସେୟାର କରିଛନ୍ତି ସେଥିରେ କ୍ୟାପ୍ସନ୍ ଲେଖିଛନ୍ତି, ‘ତୁମେ ଯାହା ବି କରୁଛ, ତୁମେ ଯିଏବି ହୁଅ, ତୁମେ ମୋ ଜୀବନର ଏକ ଅଂଶ। ଏଥିପାଇଁ ମୁଁ ସବୁବେଳେ ଗ୍ରେଟ୍ଫୁଲ୍ ରହିବି। ହାପି ଫାଷ୍ଟ ଆନିଭର୍ସରି।’
ବଲିଉଡ଼ର ଚୁଲବୁଲି ଅଭିନେତ୍ରୀ ୟାମି ଗତ ବର୍ଷ ଜୁନ୍ ୪ ତାରିଖରେ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ବିବାହ କରି ସୋସିଆଲ ମିଡ଼ିଆରେ ସେମାନଙ୍କର ବିବାହ ଫଟୋ ସେୟାର କରିଥିଲେ। ଏହି ଦମ୍ପତ୍ତିଙ୍କର ବିବାହ ଫଟୋକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।