ଚିକାଗୋ ଫିଲ୍ମ ଫେଷ୍ଟିଭାଲ୍‌ରେ ୱାର୍ଲଡ ପ୍ରିମିୟର୍‌ ହେବ ୟାମିଙ୍କ ଫିଲ୍ମ ‘ଲଷ୍ଟ୍‌’

ଚିକାଗୋ ସାଉଥ୍‌ ଏସିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହେବ ୟାମି ଗୌତମଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଲଷ୍ଟ୍‌’। ସୂଚନା ଅନୁଯାୟୀ, ଆସନ୍ତା ୨୩ ତାରିଖରେ ୧୩ତମ ଚିକାଗୋ ସାଉଥ୍‌ ଏସିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ତାଙ୍କ ଫିଲ୍ମ ‘ଲଷ୍ଟ୍‌’ ପ୍ରଦର୍ଶିତ ହେବ।

ଚିକାଗୋ ଫିଲ୍ମ ଫେଷ୍ଟିଭାଲ୍‌

ଚିକାଗୋ ଫିଲ୍ମ ଫେଷ୍ଟିଭାଲ୍‌

  • News18 Odia
  • Last Updated :
  • Share this:
News 18 Odia Digital

ମୁମ୍ୱାଇ: ଚିକାଗୋ ସାଉଥ୍‌ ଏସିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହେବ ୟାମି ଗୌତମଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଲଷ୍ଟ୍‌’। ସୂଚନା ଅନୁଯାୟୀ, ଆସନ୍ତା ୨୩ ତାରିଖରେ ୧୩ତମ ଚିକାଗୋ ସାଉଥ୍‌ ଏସିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ତାଙ୍କ ଫିଲ୍ମ ‘ଲଷ୍ଟ୍‌’ ପ୍ରଦର୍ଶିତ ହେବ। ଏ ଖବରକୁ ନେଇ ଖୁବ୍‌ ଉତ୍ସାହିତ ଅଛନ୍ତି ୟାମି । ସେ ତାଙ୍କ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏ ବିଷୟରେ ଘୋଷଣା କରିଛନ୍ତି।

ଏହି ଫିଲ୍ମର ର୍ନିର୍ଦ୍ଦେଶନା ଦେଇଛନ୍ତି ଅନିରୁଦ୍ଧ ରୟ ଚୌଧୁରୀ। ୟାମିଙ୍କ କ୍ୟାରିଅର୍‌ ଏବେ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ଅଛି। ନିକଟରେ ମୁକ୍ତିପ୍ରାପ୍ତ ତାଙ୍କର ସମସ୍ତ ପ୍ରୋଜେକ୍ଟ ସଫଳ ହୋଇଛି । ୟାମି ଏବେ ଏକାଧିକ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି । ତାଙ୍କ ଅପ୍‌କମିଙ୍ଗ ଫିଲ୍ମରେ ଅଛି ‘ଓଏମ୍‌ଜି ୨ ଏବଂ ଆଉ ଦୁଇଟି ପ୍ରୋଜେକ୍ଟରେ ମଧ୍ୟ ସେ କାମ କରୁଛନ୍ତି।
Published by:Soumyashree Mishra
First published: