News 18 Odia Digital
ନୂଆଦିଲ୍ଲୀ: ରାମ ଚରଣ ଏବଂ ଜୁନିଅର ଏନଟିଆର ଷ୍ଟାରଙ୍କର 'RRR' ଓସ୍କାର ଜିତିବା କିଛି ଦିନ ବିତିଗଲାଣି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମର ଗୀତ (song) ଗୁଡ଼ିକର ଫିଭର ଯାଇନାହିଁ । ଭାରତ ସମେତ ସାରା ବିଶ୍ୱରେ ଲୋକମାନେ 'RRR' ଚଳଚ୍ଚିତ୍ରର ପ୍ରଶଂସକ ପାଲଟିଥିବାବେଳେ 'ନାଟୁ ନାଟୁ' (naatu naatu) ଗୀତରେରେ ନାଚି ଭିଡିଓ ସେୟାର କରୁଛନ୍ତି । ବର୍ତ୍ତମାନ ଏପରି ଏକ କାହାଣୀ ସାମ୍ନାକୁ ଆସିଛି, ଯାହା ଇନଷ୍ଟାଗ୍ରାମ (Instagram)ରେ ଭାଇରାଲ ହେବା ସହ ଆଶ୍ଚର୍ଯ୍ୟର ବିଷୟ ହୋଇଛି ।
ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏକ ପୋଷ୍ଟରୁ ଜଣାପଡିଛି ଯେ, ଜଣେ ଜାପାନୀ ମାଆ ତାଙ୍କ ପୁଅ ପାଇଁ ଏକ ଆକର୍ଷଣୀୟ ଚିତ୍ରିତ କାହାଣୀର ବହି ତିଆରି କରିଛନ୍ତି । ଯାହା RRRର କାହାଣୀକୁ ପ୍ରଦର୍ଶନ କରୁଛି । ଯେଉଁମାନେ ଫିଲ୍ମ ଦେଖିଛନ୍ତି ସେମାନେ ଜାଣନ୍ତି କାହାଣୀ କେତେ ଜଟିଳ । ତେଣୁ ମାଆ ନିଜ ପୁଅକୁ ସହଜରେ ଚଳଚ୍ଚିତ୍ରଟିକୁ ବୁଝାଇବାକୁ ଯାଇ କାହାଣୀଟିକୁ ସହଜ ରୂପ ଦେଇଛନ୍ତି । ଏହା ଜାପାନୀ ଭାଷାରେ ଅନୁବାଦିତ ହେବା ସହ ରାମ ଚରଣ ଏବଂ ଜୁନିଅର ଏନଟିଆରଙ୍କ ଚରିତ୍ରକୁ କାର୍ଟୁନର ଆକୃତି ଦେଇ ଆକର୍ଷିତ କରାଯାଇଛି ।
ଜାପାନୀ ମାଆଙ୍କ ଏପରି କାର୍ଯ୍ୟ ଦେଖି ଲୋକମାନେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ଜାପାନୀ ମାଆ ନିଜର ୭ ବର୍ଷର ପୁଅ ନିମନ୍ତେ ୩ ଘଣ୍ଟାର ଚଳଚ୍ଚିତ୍ରକୁ ସହଜ କରି ଏକ କାହାଣୀର ରୂପ ଦେଇ ଜାପାନୀମାନଙ୍କୁ ଅତ୍ୟନ୍ତ ଗର୍ବିତ (proud) କରାଇଛନ୍ତି ବୋଲି କିଛି ଲୋକ ମତ ରଖିଛନ୍ତି । ଆଉ କିଛି ଜଣ ଭିଡିଓଟିକୁ ସେୟାର କରିବା ସହ ହୃଦୟସ୍ପର୍ଶୀ କମେଣ୍ଟ୍ (heart touching comments) ଦେଇଛନ୍ତି । ଏହା ଭାରତୀୟଙ୍କୁ ଗର୍ବିତ କରାଇଛି ବୋଲି କିଛି ବ୍ୟକ୍ତି ମନ୍ତବ୍ୟ ରଖିଛନ୍ତି । ଏହାସହ ଭାରତୀୟମାନେ ଜାପାନୀ ମାଆଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।
ଏହି ଖବର ପଢ଼ନ୍ତୁ -
ହଜାରେ ଗାଡ଼ି ନେଇ ଭଉଣୀ ଘରେ ପହଞ୍ଚିଲେ ୬ ଭାଇ: ଭାରରେ ଥିଲା କୋଟି କୋଟି ଟଙ୍କା.. ୧୪ କିଲୋ ରୂପା !Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।