କରୀନା କପୁର (ପ୍ରତୀକାତ୍ମକ ଛବି)
News Odia Digital
ମୁମ୍ବାଇ: ବଲିଉଡ ବେବୋ କରୀନା କପୁର ଓ ସୈଫ ଅଲ୍ଲୀ ଖାନଙ୍କ ବୈବାହିକ ଜୀବନକୁ ୯ ବର୍ଷ ବିତିଗଲାଣି। ଆଉ ଦୁଇଜଣଙ୍କ କେମେଷ୍ଟ୍ରି ଆଜି ମଧ୍ୟ ଜବରଦସ୍ତ। ସେହିପରି ଦୁଇଜଣଙ୍କ ପ୍ରେମରେ ଆଜି ମଧ୍ୟ କୌଣସି ସମସ୍ୟା ଦେଖିବାକୁ ମିଳୁନାହିଁ। ପ୍ରାୟତଃ କରୀନା ଓ ସୈଫ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ସେପଟେ କରୀନା ମଧ୍ୟ ସୋସିଆଲ ମିଡ଼ିଆରେ ନିଜର ବୋଲ୍ଡ ଫଟୋ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଦିୱାନା କରୁଥିବାର ନଜର ଆସନ୍ତି।
ଫ୍ୟାନ୍ସ ମଧ୍ୟ ଦୁଇଜଣଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ସବୁବେଳେ ବ୍ୟାକୁଳ ଥାଆନ୍ତି। ଇତିମଧ୍ୟରେ କରୀନାଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ନିଜ ବୁଡରୁମର ତିନୋଟି କଥା ସେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଏହା ଜରିଆରେ ସେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଖୁଲାସା କରିଦେଇଛନ୍ତି।
ନିକଟରେ କରୀନାଙ୍କୁ ସେଲିବ୍ରିଟି କୁକିଂ ଶୋ ଷ୍ଟାରପ ଭର୍ସେସ ଭୁଡର ସୁଟିଂ ସମୟରେ ଦେଖିବାକୁ ମିଳିଥିଲା। ଯେଉଁଥିରେ ଅଭିନେତ୍ରୀ ନିଜ ବେଡରୁମ ରାଜ୍ ବିଷୟରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ ବେଡରୁମରେ ସବୁବେଳେ ତିନୋଟି ଜିନିଷରେ ଆବଶ୍ୟକ ରହିଥାଏ। ସେ ଶୋଇବା ପୂର୍ବରୁ ବେଡରେ ସାମ୍ପେନ, ପାଜାମା ଓ ନିଜ ସ୍ବାମୀଙ୍କ ବୋଟଲ ବେଡରେ ରଖନ୍ତି। ତାଙ୍କର ଏହି କଥା ଶୁଣି ସେଠାରେ ଉପସ୍ଥିତ ଥିବା ସବୁ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।