ଅଭିନେତା ସବ୍ୟସାଚୀ ମିଶ୍ର ବନିବେ କି ରାଜନେତା ? କହିଲେ ଏମିତି କଥା

ଅଭିନେତା ସବ୍ୟସାଚୀ ମିଶ୍ର ରାଜନୀତି କରିବା ନେଇ ଅନେକ ଚର୍ଚ୍ଚା ଆଲୋଚନା ହେଉଥିଲା । ତେବେ ସୋସିଆଲ ମିଡିଆରେ ରାଜନୀତି ବିଷୟରେ ଖୋଲିଖୋଲି କହିଦେଲେ ଆପଣଙ୍କ ପ୍ରିୟ ଅଭିନେତା ।

ଅଭିନେତା ସବ୍ୟସାଚୀ ମିଶ୍ର ବନିବେ କି ରାଜନେତା ? କହିଲେ ଏମିତି କଥା

ଅଭିନେତା ସବ୍ୟସାଚୀ ମିଶ୍ର ବନିବେ କି ରାଜନେତା ? କହିଲେ ଏମିତି କଥା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ନିଜର ଦମଦାର ଆକ୍ସନ, ଅଭିନୟ, ଓ ଡ୍ୟାନ୍ସ ମାଧ୍ୟମରେ ଓଡ଼ିଆ ସିନେ ଜଗତରେ ନିଜକୁ ବେଶ୍ ପ୍ରତିଷ୍ଠିତ କରାଇପାରିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର । ୫୦ରୁ ଅଧିକ ଓଡ଼ିଆ ସିନେମା ସମେତ ତେଲଗୁ, ତାମିଲ, ଓ ବଙ୍ଗଳା ସିନେମାରେ ଅଭିନୟ କରି ଦର୍ଶକଙ୍କ ପ୍ରିୟ ନାୟକ ପାଲଟିଥିବା ସବ୍ୟସାଚୀଙ୍କୁ ନେଇ ଓଡ଼ିଶା ବେଶ୍ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ବିଶେଷ କରି କରୋନା ମହାମାରୀ ସମୟରେ ସାଧାରଣ ଲୋକଙ୍କୁ ସାହଯ୍ୟ କରି ଦୂର ସ୍ଥାନରୁ ଫେରାଇ ଆଣିବା ଓ ଅସହାୟ ରୋଗୀଙ୍କୁ ଆର୍ଥିକ ସାହାଯ୍ୟର ହାତ ବଢାଇବା ପାଇଁ ଓଡ଼ିଶାରେ ନିଜର ଆଉ ଏକ ପରିଚୟ ତିଆରି କରିଛନ୍ତି ଅଭିନେତା ସବ୍ୟସାଚୀ । କେବଳ ସେତିକି ନୁହେଁ, ଅନେକ ଲୋକଙ୍କୁ ରୋଜଗାରର ପନ୍ଥା ଦେଖାଇ ସ୍ୱାବଲମ୍ୱୀ ମଧ୍ୟ କରିଛନ୍ତି ସବ୍ୟ । ତେବେ ସେତେବେଳେ କିଛି ବ୍ୟକ୍ତି ସବ୍ୟଙ୍କ ଏପରି କାମ କରିବାକୁ ନେଇ ଅନୁମାନ କରୁଥିଲେ ହୁଏତ ସବ୍ୟ ଆଗକୁ ନିର୍ବାଚନ ମୈଦାନରେ ପାଦ ଦେଇପାରନ୍ତି । ଗତକାଲି ସୋସିଆଲ ମିଡିଆରେ ରାଜନୀତିକୁ ନେଇ ମୁହଁ ଖୋଲିଛନ୍ତି ସବ୍ୟସାଚୀ ।

ନିକଟରେ ଦଶପଲ୍ଲାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଅଭିନେତା ସବ୍ୟସାଚୀଙ୍କୁ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା । ସବ୍ୟଙ୍କୁ ନିକଟରୁ ଦେଖିବା ପାଇଁ ଫ୍ୟାନମାନଙ୍କର ଖୁବ୍ ଭିଡ ମଧ୍ୟ ହୋଇଥିଲା । କାର୍ ରୁ ବାହାରିବା ପରେ ଫୁଲ ଦେଇ ସବ୍ୟଙ୍କୁ ସ୍ୱାଗତ କରାଯାଇଥିଲା । ସେଲଫିଟିଏ ନେବାକୁ ଅନେକ ଫ୍ୟାନ ସବ୍ୟଙ୍କ ନିକଟରେ ଭିଡ କରିଥିବା ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ନିଜେ ସବ୍ୟସାଚୀ ତାଙ୍କ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଉକ୍ତ ଭିଡିଓଟି ଅପଲୋଡ କରିବା ପରେ ଜଣେ ପ୍ରଶଂସକ ମୁନା ରାଉତ ସବ୍ୟସାଚୀଙ୍କୁ କମେଣ୍ଚ ମାଧ୍ୟମରେ ଲେଖିଥିଲେ ଯେ, ଅଭିନନ୍ଦନ ଭାଇ , ରାଜନୀତିରେ ପାଦ ଦେଲେ ଆମେମାନେ ଆହୁରି ବହୁତ ଖୁସି ହେବୁ । ଭାଇ ଓଡ଼ିଶା ଆଉ ଓଡ଼ିଶା ହେଇ ନାହିଁ ସବୁ ମାଟିରେ ମିଶି ସାରିଲାଣି । କେହି ଗୋଟିଏ ବି ରାଜନୀତିରେ ଭଲ ଲୋକ ନାହାନ୍ତି । ଆପଣଙ୍କର ଏହି ମହନୀୟ କାମ ପାଇଁ ଏବଂ ଲୋକମାନଙ୍କୁ ସାହାଯ୍ୟ ସହଯୋଗ କରିବା ନିମନ୍ତେ ଆପଣଙ୍କୁ ଓଡ଼ିଶାର ସବୁ ଗରିବ ଲୋକ ନିଜର ଭାବୁଛନ୍ତି । ଓ ଅଭିନନ୍ଦନ ଜଣାଉଛନ୍ତି । ମୋର ଆନ୍ତରିକତା ସହ ନିବେଦନ ଆପଣଙ୍କୁ ଯେ, ଓଡ଼ିଶାର ଭାର ଆପଣଙ୍କୁ ସମ୍ଭାଳିବାକୁ ପଡିବ ନଚେତ ଓଡ଼ିଶାର ଗରିବ ଏବଂ ଅସହାୟ ଲୋକଙ୍କ ଦୁଖ କିଏ ବୁଝିବ । ସବ୍ୟସାଚୀ ମଧ୍ୟ ନିଜ ଫ୍ୟାନମାନଙ୍କର ପ୍ରତିଟି କମେଣ୍ଟକୁ ପଢନ୍ତି , ସେ ମୁନାଙ୍କୁ ଉତ୍ତର ଦେଇଥିଲେ ଯେ, ଏହା ଆପଣଙ୍କର ଭଲ ପାଇବା । ମୁଁ ଆପଣଙ୍କୁ ସମ୍ମାନ ଦେଉଛି ।

ସେହିପରି ଆଉଜଣେ ଫ୍ୟାନ୍ ଅଜୟ କୁମାର ସାହୁ ମଧ୍ୟ ଲେଖିଥିଲେ, ଆପଣଙ୍କୁ ରାଜନୀତିକୁ ଆସିବା ଆବଶ୍ୟକ କାରଣ ଓଡ଼ିଶାର ରାଜନୀତି ହାଲତ ଏବେ ବହୁତ ଖରାପ । ଏହା ଉତ୍ତରରେ ସବ୍ୟ କହିଥିଲେ ପଲିଟିକ୍ସ ମୋ ଦ୍ୱାରା ହବକି ନାଇଁ ଜାଣିନି । କିନ୍ତୁ ତୁମ ଭରସା ପାଇଁ ମୁଁ ତୁମକୁ ଧନ୍ୟବାଦ ନିଶ୍ଚୟ ଜଣାଇବି । ଲଭ୍ ୟୁ ବ୍ରଦର୍ ।
Published by:Soubhagya Mishra
First published: