News18 Odia Digital
ନୂଆ ଦିଲ୍ଲୀ: ବଲିଉଡର (Bollywood) ଅଭିନେତାମାନଙ୍କ ମଧ୍ୟରେ ଶତୃଘ୍ନ ସିହ୍ନା (Shatrughan Sinha) ଓ ଅମିତାଭ୍ ବଚ୍ଚନ (Amitabh Bachchan) ଆଗ ଧାଡ଼ିରେ ଗଣାଯାଆନ୍ତି । ଦୁହେଁ ୭୦ ଦଶକର ହିନ୍ଦୀ ସିନେମାରେ ବଡ଼ ଓ ଖୁବ୍ ଲୋକପ୍ରିୟ ଅଭିନେତା ଥିଲେ । ଦୁହେଁ ସାଙ୍ଗରେ ଅଭିନୟ କରି କେତେକ ସଫଳ ଓ ସ୍ମରଣୀୟ ଫିଲ୍ମ ବି ଦେଇଥିଲେ । କିନ୍ତୁ ପରଦା ପଛରେ ସେମାନଙ୍କ ମଧ୍ୟରେ ଭୁଲ ବୁଝାମଣା ଥିଲା ଖୁବ୍ ଗଭୀର ।
ଶତୃଘ୍ନ ସିହ୍ନାଙ୍କ ଜୀବନୀରେ ସେ ଏହି ଭୁଲ୍ ବୁଝାମଣା ବିଷୟରେ ଅନେକ ତଥ୍ୟ ଦେଇଛନ୍ତି । ଜୀବନୀ ବହିଟିର ନାମ ‘ଖାମୋଶ୍: ଦି ଶତୃଘ୍ନ ସିହ୍ନା ବାୟୋଗ୍ରାଫି’ । ଏଥିରେ ସେ କହିଛନ୍ତି ଯେ ଅମିତାଭ ବଚ୍ଚନଙ୍କ ଯୋଗୁଁ ସେ ପ୍ରକୃତରେ ଅନେକ ଫିଲ୍ମରୁ ନିଜକୁ ବାହାର କରିନେଇଥିଲେ ଓ ସେହି ଫିଲ୍ମଗୁଡ଼ିକ ପାଇଁ ସେ ନେଇଥିବା ଅଗ୍ରୀମ ଟଙ୍କା ଫେରାଇଦେଇଥିଲେ ।
ଏହା ବି ପଢ଼ନ୍ତୁ | ବନ ବିଭାଗ ଅଧିକାରୀ ସୌମ୍ୟଙ୍କ ମୃତ୍ୟୁ ରହସ୍ୟ: ପତ୍ନୀ ବିଦ୍ୟାଭାରତୀଙ୍କ ମିଛଧରା ପରୀକ୍ଷା ହେଲା; ଅଢ଼େଇ ଘଣ୍ଟା ଧରି ଚାଲିଲା
ଏହି ଜୀବନୀ ବହିର ଲେଖିକା ଭାରତୀ ପ୍ରଧାନଙ୍କୁ ଶତୃଘ୍ନ ସିହ୍ନା କହିଛନ୍ତି ଯେ ସେ ଓ ‘ଶୋଲେ’ ଫିଲ୍ମର ବଡ଼ ଷ୍ଟାର୍ ଅମିତାଭ ବଚ୍ଚନଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିଲା । ‘ଦି ଇଣ୍ଡିଆନ୍ ଏକ୍ସପ୍ରେସ୍’ ଖବରକାଗଜର ଏକ ରିପୋର୍ଟ ଅନୁସାରେ ସିହ୍ନା କହିଛନ୍ତି, “ମୋ’ର ଅଭିନୟ ପାଇଁ ମୁଁ ଯେଉଁ କରତାଳି ପାଉଥିଲି ତାହା ହିଁ ଥିଲା ସମସ୍ୟା । ମୁଁ ପାଉଥିବା ପ୍ରତିକ୍ରିୟାକୁ ଅମିତାଭ ଦେଖିପାରୁଥିଲେ । ସେଥି ପାଇଁ ସେ ତାଙ୍କର କିଛି ଚଳଚ୍ଚିତ୍ରରେ ମୁଁ ରହେ ବୋଲି ଚାହୁଁ ନ ଥିଲେ ।’’
ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ମୁକୁଳା ଡ୍ରେନ୍ରେ ଭାସି ନିଖୋଜ ହୋଇଥିବା ସ୍କୁଲ୍ ଛାତ୍ରଙ୍କ ମୃ୍ତ ଦେହ ମିଳିଲା
ଶତୃଘ୍ନ ସିହ୍ନା କହିଛନ୍ତି ଯେ ସେହି ସମୟରେ ସେମାନଙ୍କ କରିୟରର ଏକ ବଡ଼ ଚଳଚ୍ଚିତ୍ର ମଧ୍ୟରେ ଥିବା ‘କାଲା ପଥର୍’ ଫିଲ୍ମର ନିର୍ମାଣ ସମୟରେ ସେମାନଙ୍କ ମଧ୍ୟରେ ବହୁତ ତିକ୍ତତା ଦେଖାଦେଇଥିଲା ।“କାଲା ପଥରର ସେଟରେ ଅମିତାଭଙ୍କ ପାଖରେ ଥିବା ଚେୟାରରେ ମୋତେ ବସିବାକୁ ଦିଆଯାଉ ନ ଥିଲା । ତାଙ୍କ ଛତା ଆମ ଭିତରୁ କାହାକୁ ଘୋଡ଼ାଇବା ପାଇଁ ବି ବ୍ୟବହାର କରାଯାଉ ନ ଥିଲା । ଆମେ ସେହି ସ୍ଥାନରୁ (ସୁଟିଂ ସେଟରୁ) ଗୋଟିଏ ହୋଟେଲକୁ ଯାଉଥିଲୁ, କିନ୍ତୁ ସେ ତାଙ୍କ ନିଜ କାରରେ ବସି ଯାଉଥିଲା, ଆଉ କେବେ ବି କହୁ ନ ଥିଲେ ଯେ ‘ଚାଲ, ଏକାଠି ଯିବା’ । ମୋତେ ଏ ସବୁ ଅଦ୍ଭୁତ ଲାଗୁଥିଲା । ମୁଁ ଜାଣି ପାରୁ ନ ଥିଲି ଏମିତି କାହିଁକି ଘଟୁଥିଲା କାରଣ ମୁଁ ତ କେବେ ତାଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ କରି ନ ଥିଲି,’’ କହିଛନ୍ତି ଶତୃଘ୍ନ ସିହ୍ନା ।
ଏହା ବି ପଢ଼ନ୍ତୁ | ଡଙ୍ଗା ବୁଡ଼ି ଓ ସାମ୍ବାଦିକ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହେଲା; ‘ହାତୀକୁ ଘଉଡ଼ାଇବା ଅନାବଶ୍ୟକ ଥିଲା’
ଦୁହେଁ ସାଙ୍ଗରେ କରିଥିବା ଗୋଟିଏ ଫିଲ୍ମର ଫାଇଟିଂ ସିନ୍ (ଲଢ଼େଇ ଦୃଶ୍ୟ) ବିଷୟରେ ବି ସିହ୍ନା କହିଛନ୍ତି । ସେହି ଦୃଶ୍ୟଟିକୁ ଫିଲ୍ମରେ ନାଟକୀୟ ଭାବରେ ପରିବର୍ତ୍ତନ କରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ସିହ୍ନାଙ୍କୁ ପୂର୍ବରୁ କୁହାଯାଇଥିଲା ଯେ ଏହି ଫାଇଟିଂ ସିନ୍ ଦୁଇ ଜଣଙ୍କ ମଧ୍ୟରେ ସମାନ ଢଙ୍ଗରେ ସୁଟିଂ ହେବ ଓ ଦୁହେଁ ପରସ୍ପରକୁ ସମାନ ମାତ୍ରାରେ ମାଡ଼ ମାରିବେ । ହେଲେ ସୁଟିଂ ସମୟରେ ଦୃଶ୍ୟ ବଦଳି ଯାଇଥିଲା ବୋଲି କହିଛନ୍ତି ଶତୃଘ୍ନ । ସେ କହିଛନ୍ତି ଯେ ଶଶି କପୁରଙ୍କ ଚରିତ୍ର ସେମାନଙ୍କୁ ଅଲଗା ନ କରିବା ପର୍ଯ୍ୟନ୍ତ ଅମିତାଭ ତାଙ୍କୁ ନିସ୍ତୁକ୍ ମାଡ଼ ମାରି ଚାଲିଥିଲେ । ‘କାଳୀଚରଣ’ ଫିଲ୍ମରେ ଅଭିନୟ କରି ଖ୍ୟାତ ହୋଇଥିବା ଶତୃଘ୍ନ ସିହ୍ନା କହିଛନ୍ତି ଯେ ସେ ଏହି ଘଟଣା ବିଷୟରେ ମୁହଁ ଖୋଲିଥିଲେ ଓ ସେଥି ପାଇଁ ସେ ଦିନ ସୁଟିଂ ତିନି-ଚାରି ଘଣ୍ଟା ପାଇଁ ବନ୍ଦ ରଖାଯାଇଥିଲା ।ଏହା ବଚ୍ଚନଙ୍କୁ ଆହୁରି ଅଧିକ କ୍ରୋଧିତ କରିଥିଲା ବୋଲି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଏହି ଅଙ୍ଗନବାଡି଼ ଦିଦିଙ୍କର ୪ କୋଟି ଟଙ୍କାରୁ ଅଧିକର ସମ୍ପତ୍ତି! କେମିତି କୋଟିପତି ହେଲେ ସେ?
“ଲୋକେ କୁହନ୍ତି ଯେ ଅମିତାଭ ଓ ମୁଁ ପରଦା ଉପରେ ଏକ ଚମତ୍କାର ଯୋଡି଼ ହେଉଥିଲୁ, କିନ୍ତୁ ଯଦି ସେ ମୋ’ ସହ କାମ କରିବାକୁ ଇଚ୍ଛା କରନ୍ତି ନାହିଁ, ଯଦି ସେ ଅନୁଭବ କରନ୍ତି ଯେ ‘
ନସୀବ ’, ‘ଶାନ୍’, ‘ଦୋସ୍ତାନା’ କିମ୍ବା ‘କାଲା ପଥର୍’ ଆଦି ଫିଲ୍ମରେ ଶତୃଘ୍ନ ସିହ୍ନାକୁ ବେଶୀ ପ୍ରଶଂସା ମିଳିଗଲା, ତେହେଲେ ମୁଁ କ’ଣ କରିପାରିବି? ସେଇଥି ପାଇଁ ଢେର୍ ଫିଲ୍ମରୁ ମୁଁ ନିଜକୁ ବାହାର କରିଆଣିଥିଲି ଓ ସାଇନିଂ ଅମାଉଣ୍ଟ୍ (ଅଗ୍ରୀମ ଟଙ୍କା) ଫେରାଇ ଦେଇଥିଲି ।‘ପଥର୍ କେ ଲୋଗ୍’ ନାମକ ଗୋଟେ ଫିଲ୍ମ ଥିଲା, ପ୍ରକାଶ ମେହେରା ବନାଉଥିଲେ ଓ ସଲିମ-ଜାଭେଦ କାହାଣୀ ଲେଖିଥିଲେ… ଏମିତି ଅନେକ ଫିଲ୍ମ ମୁଁ ଅମିତାଭ ବଚ୍ଚନଙ୍କ କାରଣରୁ ଛାଡ଼ି ଦେଇଛି ଓ ପଛକୁ ମୋଡ଼ି ଅନେଇ ନାହିଁ,’’ କହିଛନ୍ତି ଶତୃଘ୍ନ ସିହ୍ନା ।
ଏହା ବି ପଢ଼ନ୍ତୁ | ବାଲେଶ୍ୱର ଚାନ୍ଦିପୁର ITRରେ ହନି ଟ୍ରାପ୍: ପାକିସ୍ତାନୀ ମହିଳାଙ୍କ ସହ ଫେସବୁକରେ ସମ୍ପର୍କରେ ଥିଲେ ୪ ଅଭିଯୁକ୍ତ
ଅମିତାଭ ବଚ୍ଚନଙ୍କ ସହ ଥିବା ତାଙ୍କର ମତଭେଦ ବିଷୟରେ ସିହ୍ନା ଏହା ବି କହିଛନ୍ତି ଯେ ଲୋକେ କହନ୍ତି ଯେ ଅଭିନେତ୍ରୀ ଜୀନତ ଅମନ ଓ ରେଖା ବି ଏହି ବିବାଦରେ ସହଯୋଗ କରିଛନ୍ତି । “କାଲା ପଥର୍ ଫିଲ୍ମ ସମୟରେ ଜଣେ ହିରୋଇନ୍ ତାଙ୍କ ସହ ଅତି ବନ୍ଧୁତ୍ୱପୂର୍ଣ୍ଣ ଥିଲେ ଓ ତାଙ୍କୁ ଦେଖା କରିବାକୁ ଆସୁଥିଲେ । ସେ ‘ଦୋସ୍ତାନା’ ଫିଲ୍ମ ସମୟରେ ବି ଆସୁଥିଲେ, କିନ୍ତୁ ଥରେ ବି ଅମିତାଭ୍ ତାଙ୍କୁ ବାହାରକୁ ଆଣି ଆମମାନଙ୍କ ମଧ୍ୟରୁ କାହା ସହିତ ପରିଚିତ କରାଉ ନ ଥିଲେ । ଶୋ ବିଜିନେସରେ ସମସ୍ତେ ଜାଣନ୍ତି କିଏ କାହାକୁ ଦେଖାକରୁଛି । ଗଣମାଧ୍ୟମ ତ ତୁରନ୍ତ ଜାଣିଯାଏ ଯେ ରୀନା (ପରେ ଶତୃଘ୍ନଙ୍କ ସ୍ତ୍ରୀ) ମୋ’ ମେକ୍-ଅପ୍ ରୁମରେ ଅଛନ୍ତି ବୋଲି । ଏମିତି କଥା ଆମ ଦୁନିଆରେ କେବେ ଲୁଚି ରହିପାରେ ନାହିଁ,” କହିଛନ୍ତି ଶତୃଘ୍ନ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।