News18 Odia Digital
ନୂଆ ଦିଲ୍ଲୀ: ବଲିଉଡ୍ ଅଭିନେତା ଶାହିଦ କପୁର (Shahid Kapoor) ନିଜ ମା’ ନୀଳିମା ଅଜିମ୍ (Neelima Azeem) ଓ ବାପା ପଙ୍କଜ କପୁରଙ୍କୁ ବହୁତ ଭଲ ପାଆନ୍ତି । ହେଲେ ନୀଳିମା ଓ ତାଙ୍କ ସ୍ୱାମୀ ପଙ୍କଜ କପୁର (Pankaj Kapoor) ଅନେକ ଦିନରୁ ସାଙ୍ଗରେ ରହୁନାହାନ୍ତି ।
ଗତ ବର୍ଷ ଡିସେମ୍ବର ୨ରେ ନୀଳିମା ୬୨ ବର୍ଷର ହେଲେ । ତାଙ୍କୁ ଶାହିଦ୍ ଓ ତାଙ୍କ ପତ୍ନୀ ମୀରା ରାଜପୁତ (Meera Rajput) ଶୁଭକାମନା ଦେଇଥିଲେ । ହେଲେ ସେମାନଙ୍କ ସହ ପଙ୍କଜ କପୁର ନ ଥିଲେ । ଅସଲରେ ନୀଳିମା ଏବେ ପଙ୍କଜ କପୁରଙ୍କ ପୂର୍ବତନ ପତ୍ନୀ । ପଙ୍କଜ ଓ ନୀଳିମା ପ୍ରେମ ବିବାହ କରିଥିଲେ, ହେଲେ ଦୁହେଁ ଖୁବ୍ ଶୀଘ୍ର ଅଲଗା ହୋଇଯାଇଥିଲେ । ସେତେବେଳେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଲୋକେ ଭାବୁଥିଲେ ଦୁହିଁଙ୍କ ଭିତରେ କ’ଣ ଏମିତି ହେଲା ଯେ ଦୁହେଁ ଅଲଗା ହୋଇଗଲେ?
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଭୁବନେଶ୍ୱରରେ ନିଶାମୁକ୍ତି ନାଁରେ ଯୁବକକୁ ପିଟିପିଟି ହତ୍ୟା କରିଥିଲେ; କେନ୍ଦ୍ରର ମାଲିକ ଧରାପଡ଼ିଲା
ଛାଡ଼ପତ୍ରର ବର୍ଷକ ପରେ ଯାଇ ନୀଳିମା ପଙ୍କଜ କପୁରଙ୍କ ସହ ଛାଡ଼ପତ୍ର ବିଷୟରେ ଖୋଲାଖୋଲି ଭାବେ କଥା ହୋଇଥିଲେ । ଏକ ସାକ୍ଷାତକାରରେ ନୀଳିମା ପ୍ରକାଶ କରିଥିଲେ ଯେ ଅଲଗା ହେବାର ନିର୍ଣ୍ଣୟ ତାଙ୍କର ନ ଥିଲା, ହେଲେ ପଙ୍କଜ ଆଗକୁ ବଢ଼ିସାରିଥିଲେ । ଶାହିଦ କପୁର ତିନି ବର୍ଷ ବୟସର ହୋଇଥିବା ସମୟରୁ ତାଙ୍କୁ ତାଙ୍କ ମା’ ନୀଳିମା ଏକା ପାଳି ବଡ଼ କରିଥିଲେ ।

ନୀଳିମା ଅଜୀମ
ଏକ ସାକ୍ଷାତକାରରେ ନୀଳିମା କହିଥିଲେ, ‘‘ମୁଁ ଅଲଗା ହେବାର ନିଷ୍ପତ୍ତି ନେଇ ନ ଥିଲି । ପ୍ରକୃତ କଥା ହେଉଛି ଯେ ସେ (ପଙ୍କଜ) ଆଗକୁ ବଢ଼ିସାରିଥିଲେ । ମୋ’ ପାଇଁ ନିଜ ପେଟକୁ ଖାଦ୍ୟ ଯୋଗାଡ଼ କରିବା ମଧ୍ୟ କଷ୍ଟସାଧ୍ୟ ହୋଇଯାଇଥିଲା ।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ପାଣିକୋଇଲି ଡବଲ୍ ମର୍ଡ଼ର: Sex ସମ୍ପର୍କକୁ ନେଇ ହୋଇଥିଲା ହତ୍ୟା; ୨ କିନ୍ନର ସମେତ ୭ ଜଣ ଗିରଫ
‘‘ଯେତେବେଳେ କୌଣସି ସମ୍ପର୍କ ଭାଙ୍ଗିଯାଏ, ଯାହାକୁ ଛାଡ଼ପତ୍ର କୁହାଯାଏ, ଏହା ଉଭୟଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇଥାଏ । ହଁ, ବନ୍ଧୁତା ଓ ଆକର୍ଷଣ ଥିଲା, କିନ୍ତୁ ହୃଦୟ ଭାଙ୍ଗିଯାଇଥିଲା । ସେ (ପଙ୍କଜ) ଆଜି ନିଜ ପରିବାର ସହିତ ଭଲରେ ସେଟଲ୍ ହୋଇଛନ୍ତି । ମୁଁ ତାଙ୍କର ଖୁସି କାମନା କରୁଛି,’’ କହିଥିଲେ ନୀଳିମା ।

ପତ୍ନୀ ମୀରା ରାଜପୁତ (ଡାହାଣ) ଓ ମା’ ନୀଳିମା ଅଜୀମଙ୍କ ସହ ଶାହିଦ କପୁର
ନୀଲିମା କହିଥିଲେ ଯେ ସେ ନିଜ ସାଙ୍ଗ ଓ ପରିବାରର ସହାୟତାରେ ସେହି କଷ୍ଟରୁ ବାହାରି ପାରିଥିଲେ, ଆଉ ତାଙ୍କ ପାଇଁ ସବୁ ଠାରୁ ବଡ଼ ଶକ୍ତି ଥିଲେ ଶାହିଦ ।
ଏହା ବି ପଢ଼ନ୍ତୁ | ଗଞ୍ଜାମରେ HIV ଓ COVID ପଜିଟିଭ୍ ମହିଳା ଜନ୍ମ ଦେଲେ ଶିଶୁ କନ୍ୟା; ସେ କିନ୍ତୁ COVID ନେଗେଟିଭ୍
ନୀଳିମା ଅଜୀମ୍ ଓ ପଙ୍କଜ କପୁର ୧୯୭୫ ମସିହାରେ ବିବାହ କରିଥିଲେ । କିନ୍ତୁ ବିବାହର କିଛି ବର୍ଷ ପରେ ଦୁହେଁ ଅଲଗା ହୋଇଯାଇଥିଲେ । ପରେ ୧୯୮୪ ମସିହାରେ ପଙ୍କଜ ସୁପ୍ରିୟା ପାଠକଙ୍କୁ (Supriya Pathak) ବିବାହ କରିଥିଲେ । ସୁପ୍ରିୟା ଓ ପଙ୍କଜଙ୍କର ଦୁଇ ସନ୍ତାନ ଅଛନ୍ତି – ସନା କପୁର ଓ ରୁହାନ କପୁର ।
ନୀଳିମା ୧୯୯୧ରେ ରାଜେଶ ଖଟ୍ଟରଙ୍କୁ ବିବାହ କରିଥିଲେ । ସେମାନଙ୍କର ଏକ ପୁତ୍ର ଅଛି, ଯାହାଙ୍କୁ ଆପଣ ଇଶାନ ଖଟ୍ଟର (Ishan Khattar) ନାମରେ ଜାଣିଛନ୍ତି । ନୀଳିମା ଓ ରାଜେଶ ଖଟ୍ଟରଙ୍କ ବିବାହ ବି ବେଶୀ ଦିନ ରହି ନ ଥିଲା । ନୀଳିମା ପୁଣି ୨୦୦୪ରେ ରଜା ଅଲି ଖାନଙ୍କୁ ବିବାହ କରିଥିଲେ । ଏହି ବିବାହ ବି ୨୦୦୯ ମସିହାରେ ଭାଙ୍ଗି ଯାଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।