ଭାଇରାଲ ହେଉଛି କ୍ଯାଟ୍ରିନାଙ୍କ ଗର୍ଭଧାରଣ ଖବର; ଫଟୋ ଦେଖି ଫ୍ଯାନ କରୁଛନ୍ତି ସନ୍ଦେହ

ମାଲଦ୍ୱୀପ ଯିବା ବେଳେ କ୍ୟାଟ୍ରିନା ଢିଲା ପୋଷାକ ପିନ୍ଧିଥିଲେ। ଏଭଳି ପରିସ୍ଥିତିରେ ଅନେକ ଫ୍ଯାନ ଅନୁଭବ କରୁଛନ୍ତି ଯେ ସେ ଗର୍ଭବତୀ ଅଛନ୍ତି ଓ ଏସବୁକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ।

କ୍ୟାଟ୍ରିନା-ଭିକ୍ୟାଟ୍ରିନା-ଭିକି (ପ୍ରତୀକାତ୍ମକ ଛବି)କି (ପ୍ରତୀକାତ୍ମକ ଛବି)

କ୍ୟାଟ୍ରିନା-ଭିକ୍ୟାଟ୍ରିନା-ଭିକି (ପ୍ରତୀକାତ୍ମକ ଛବି)କି (ପ୍ରତୀକାତ୍ମକ ଛବି)

  • Share this:
News 18 Odia Digital

କ୍ୟାଟ୍ରିନା କୈଫ ବିବାହ ପରେ ତାଙ୍କ ପ୍ରଥମ ଜନ୍ମଦିନ ପାଳିବାକୁ ତାଙ୍କ ସ୍ୱାମୀ ଭିକି କୌଶଲଙ୍କ ସହ ଏବେ ମାଳଦ୍ୱୀପ ଯାଇଥିଲେ ।  କିନ୍ତୁ ସେଠାରେ ଫେରିବା ପରେ କ୍ୟାଟ୍ରିନା ଗର୍ଭବତୀ ଅଛନ୍ତି ବୋଲି ବେଶ ଭାଇରାଲ ହେବାରେ ଲାଗିଛି ।

ସେଠାରୁ ଫେରିବା ସମୟରେ କ୍ୟାଟ୍ରିନା ବିମାନବନ୍ଦରରେ ବହୁତ ସରଳ ଓ କାଜୁଆଲ୍ ଦେଖାଯାଉଥିଲେ। ବିମାନବନ୍ଦରରୁ ଆସିଥିବା ନୂଆ ଭିଡିଓରେ କ୍ୟାଟ୍ରିନା ଖାଲି ଟି-ସାର୍ଟ ଓ ଡେନିମରେ ନଜର ଆସିଥିଲେ। ସେ ମଧ୍ୟ ଖୋଲା କେଶ ଏବଂ ଚଷମା ସହିତ ନଜର ଆସିଥିଲେ । ମାଲଦ୍ୱୀପ ଯିବାବେଳେ କ୍ୟାଟ୍ରିନା ଖାଲି ଓସାରିଆ ପୋଷାକ ପିନ୍ଧିଥିଲେ। ଏଭଳି ପରିସ୍ଥିତିରେ ଅନେକ ଲୋକ ଅନୁଭବ କରୁଛନ୍ତି ଯେ ସେ ଗର୍ଭବତୀ ଅଛନ୍ତି ଓ ନିଜ ଛୁଆକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ।

ଯେହେତୁ ବଲିଉଡର ଆଲିଆ ଭଟ୍ଟ ତାଙ୍କ ଗର୍ଭବତୀ ଖବର ପ୍ରଶଂସକମାନଙ୍କୁ ଜଣାଇଛନ୍ତି, କ୍ୟାଟ୍ରିନା କୈଫଙ୍କ ଗର୍ଭଧାରଣ ବିଷୟରେ ଖବର ବଜାର ମଧ୍ୟ ଗରମ ହେଉଛି। ତାଙ୍କ ପ୍ରଶଂସକ ମାନେ ଇଛୁକ ଅଛନ୍ତି ଏହି ଖବର ଶୁଣିବା ପାଇଁ । ତେଣୁ ବିମାନବନ୍ଦରରେ କ୍ୟାଟ୍ରିନାଙ୍କୁ ଦେଖି ପୁଣି ଥରେ ଅଭିନେତ୍ରୀଙ୍କ ଗର୍ଭବତୀ ହେବାର ଖବର ଭାଇରାଲ ହେବାରେ ଲାଗିଛି ।
Published by:Sujit Swain
First published: