'ମୁଁ ଦିନେ ପୋଷାକ ପିନ୍ଧିବି ନାହିଁ'; କାହିଁକି ଏମିତି କହିଲେ ଉର୍ଫି ଜାଭେଦ

ମିଡ଼ିଆ ସହ କଥାବାର୍ତ୍ତା କରୁଥିବାବେଳେ ଉର୍ଫି କହିଥିଲେ ଯେ ଦିନେ ମୁଁ ପୋଷାକ ପିନ୍ଧିବି ନାହିଁ। ଏହା ଆଶ୍ଚର୍ଯ୍ୟଜନକ କି? ସବୁ ପୋଷାକ ଆଶ୍ଚର୍ଯ୍ୟଜନକ।

ଉର୍ଫି ଜାଭେଦ (ପ୍ରତୀକାତ୍ମକ ଛବି)

ଉର୍ଫି ଜାଭେଦ (ପ୍ରତୀକାତ୍ମକ ଛବି)

  • Share this:
News 18 digital

ଉର୍ଫି ବର୍ତ୍ତମାନ କୌଣସି ସିରିଏଲରେ ଆସୁନାହାଁନ୍ତି କିମ୍ବା କୌଣସି ବଡ ମ୍ୟୁଜିକ୍ ଭିଡିଓ କରୁନାହାଁନ୍ତି। ଏପରିକି ସେ ଏପର୍ଯ୍ୟନ୍ତ କୌଣସି ଧାରାବାହିକ କିମ୍ବା ଚଳଚ୍ଚିତ୍ରରେ ଦସ୍ତଖତ କରିନାହାଁନ୍ତି।  ଏହା ସତ୍ତ୍ୱେ ସେ ଏକ ସୋସିଆଲ୍ ମିଡିଆ ସେନ୍ସେସ୍ ହୋଇ ରହିଛନ୍ତି। ବର୍ତ୍ତମାନ ତାଙ୍କର ଆଉ ଏକ ବିବୃତ୍ତି ପାଇଁ ସେ ଚର୍ଚ୍ଚାରେ ରହିଛନ୍ତି।

ମିଡ଼ିଆ ସହ କଥାବାର୍ତ୍ତା କରୁଥିବାବେଳେ ଉର୍ଫି କହିଥିଲେ ଯେ ଦିନେ ମୁଁ ପୋଷାକ ପିନ୍ଧିବି ନାହିଁ। ଏହା ଆଶ୍ଚର୍ଯ୍ୟଜନକ କି? ସମସ୍ତ ପୋଷାକ ଆଶ୍ଚର୍ଯ୍ୟଜନକ। ଏହା ମୋ ମନରେ ନାହିଁ ଯେ ମୋତେ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିବାକୁ ପଡିବ। ମୋତେ ଯାହା ପସନ୍ଦ ଆସେ ମୁଁ ପିନ୍ଧି ନିଏ। କହିବାକୁ ଗଲେ ଉର୍ଫି ଜାଭେଦ୍ ତାଙ୍କ ବିରୋଧୀଙ୍କୁ ଏକ ଉପଯୁକ୍ତ ଉତ୍ତର ଦେଇଛନ୍ତି। ଏହା ପରେ, ଉର୍ଫିଙ୍କ ବାବଦରେ ଚାରିଆଡେ ଆଲୋଚନା ହେଉଛି।








View this post on Instagram






A post shared by POP Diaries (@ipopdiaries)






ଗତ ବୁଧବାର ଦିନ ଏକ ଘଟଣା ଘଟିଥିଲା। ମୁମ୍ବାଇ ବର୍ଷା ମଧ୍ୟରେ ଉର୍ଫି ସଜବାଜ ହୋଇ ଘରୁ ବାହାରକୁ ଆସିଥିଲେ। ଉର୍ଫିଙ୍କୁ ମିଡ଼ିଆ ତାଙ୍କୁ ଘେରି ଯାଇଥିଲା। ପୁଣି ଥରେ, ଉର୍ଫି ପ୍ରମାଣ କରିଛନ୍ତି ଯେ ସେ କିପରି ଏକ ନିର୍ଭୀକ ବକ୍ତବ୍ୟ ଦେବା ପସନ୍ଦ କରନ୍ତି ।
Published by:Soumya Das
First published: