News 18 Odia Digital
ନୂଆଦିଲ୍ଲୀ: ଆମୀର ଖାନଙ୍କୁ ବଲିଉଡର (Bollywood) ମିଷ୍ଟର ପରଫେକ୍ଟନିଷ୍ଟ କୁହାଯାଏ । ବଲିଉଡର ଏହି ସୁପରଷ୍ଟାର ଅନେକ ବ୍ଲକବଷ୍ଟର ଚଳଚିତ୍ରରେ ଅଭିନୟ କରିଛନ୍ତି । ଯଦିଓ ଆମୀରଙ୍କ ଶେଷ ଚଳଚିତ୍ର "ଲାଲ୍ ସିଂହ ଚଢ୍ଡା " ଫ୍ଲପ୍ ଥିଲା , ଏହା ପରେ ସେ ଏବେ ଏକ ଲମ୍ବା ସମୟର ବ୍ରେକ୍ ନେଇଛନ୍ତି । ଆମୀର ଏକ ସାାକ୍ଷାତକାର ମାଧ୍ୟମରେ ନିଜ ପୂର୍ବ ପତ୍ନୀ କିରଣଙ୍କ ସହ ଥିବା ତାଙ୍କ ସମ୍ପର୍କ ବିଷୟରେ କହିଛନ୍ତି । ସେ କିରଣଙ୍କ ସହ ତାଙ୍କ ସମ୍ପର୍କକୁ ୟୁନିକ ବୋଲି କହିଛନ୍ତି । ବିବାହର ୧୫ବର୍ଷ ପରେ ଦୁଇ ବର୍ଷ ତଳେ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହେବା ପରେ ବି ଏବେ ମଧ୍ୟ ପରସ୍ପର ଜଣେ ଅନ୍ୟ ଜଣଙ୍କୁ ସମ୍ମାନ( respect) ଦିଅନ୍ତି ।
ଆମୀର ଖାନ ୨୦୦୨ ମସିହାରେ ତାଙ୍କ ପ୍ରଥମ ପତ୍ନୀ ରୀନା ଦତ୍ତାଙ୍କୁ ଛାଡପତ୍ର (divorce) ଦେଇଥିଲେ । ଏହା ପରେ ଆମୀର ୨୦୦୫ ରେ କିରଣଙ୍କୁ ବିବାହ (marriage) କରିଥିଲେ । ନ୍ୟୁଜ୍ ୧୮ (news18) କୁ ଦେଇଥିବା ଏକ ସାକ୍ଷାତକାରରେ ଆମୀର କହିଛନ୍ତି ଯେ, କିରଣଙ୍କ ସହିତ ତାଙ୍କ ବୈବାହିକ ଜୀବନରେ ପରିବର୍ତ୍ତନ ଆସିଥିଲା ଯେଉଁଥିପାଇଁ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହେବାର ନିଷ୍ପତି ନେଇଥିଲେ । ଆମୀର କହିଛନ୍ତି ଯେ କିରଣ ଓ ମୁଁ ବାସ୍ତବରେ ପରିବାର । କିନ୍ତୁ ଆମ ପତି-ପତ୍ନୀଙ୍କ ସମ୍ପର୍କରେ ଏକ ବିଶେଷ ପରିବର୍ତ୍ତନ ଆସିଥିଲା ଏବଂ ଆମ ବୈବାହିକ ସମ୍ପର୍କକୁ ସମ୍ମାନ ଦେବାକୁ ଚାହୁଁଥିଲୁ । ଆମେ ସାଙ୍ଗ ହୋଇ କାମ କରୁଥିଲୁ ଏବଂ ଏକାଠି ରହୁଥିଲୁ କିନ୍ତୁ ଆମେ ପତି-ପତ୍ନୀ ନଥିଲୁ । ଏଥିପାଇଁ ଆମେ ଅଲଗା ହେବାର ନିଷ୍ପତି ନେଇଥିଲୁ ।
ସାକ୍ଷାତକାର ସମୟରେ ଆମୀର ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ସେ ତାଙ୍କ ପ୍ରଥମ ପତ୍ନୀ ରୀନାଙ୍କ ଠାରୁ ଅଲଗା ହେଇଥିଲେ, ସେତେବେଳେ ତାଙ୍କ ଜୀବନରେ କେହି ନଥିଲେ । ବହୁତ ଲୋକ ଭାବୁଛନ୍ତି କି ରୀନାଙ୍କ ସହ ଛାଡପତ୍ର ପୂର୍ବରୁ ମୁଁ କିରଣଙ୍କୁ ଭେଟିଥିଲି କିନ୍ତୁ ଏହା ସତ ନିହେଁ । କିରଣଙ୍କୁ ମୁଁ ଭେଟିଥିଲି ହେଲେ ବାସ୍ତବରେ କେହି କାହାକୁ ଆମେ ଜାଣିନଥିଲୁ ଏବଂ ରୀନାଙ୍କ ଠାରୁ ଅଲଗା ହେବାର ବହୁତ ସମୟ ପରେ କିରଣ ଓ ମୁଁ ବନ୍ଧୁ ବନିଥିଲୁ । ଆମୀର ଏହା ମଧ୍ୟ କ୍ଲିୟର କରିଛନ୍ତି ଯେ ଅନ୍ୟ କାହା ପାଇଁ କିରଣଙ୍କ ସହ ତାଙ୍କ ସମ୍ପର୍କ ଭାଙ୍ଗି ନାହିଁ । "ସେତେବେଳେ କେହି ନଥିଲେ, କି ଏବେ ମଧ୍ୟ କେହି ନାହିଁ "।
ଏହି ଖବର ପଢ଼ନ୍ତୁ -
http://ରାଜଧାନୀରେ ପୁଣି ହେବ ଟ୍ରାଫିକ୍ ଜାମ୍ ! ଆସନ୍ତାକାଲି ଡ୍ରାଇଭର ମହାସଂଘ ଆନ୍ଦୋଳନଆମୀର ଓ କିରଣଙ୍କ ଏକ ପୁଅ ଆଜାଦ ରାଓ ଖାନ ଅଛନ୍ତି । ଆଜାଦ ୨୦୧୧ ରେ ସରୋଗେସି ମାଧ୍ୟମରେ ଜନ୍ମଗ୍ରହଣ କରିଥିଲେ । ଆମୀର କହିଛନ୍ତି ଯେ ସେମାନଙ୍କ ସମ୍ପର୍କରେ ପରିବର୍ତ୍ତନ ଆସିଛି ଓ ସେ ଏ ସମ୍ପର୍କରେ ଅନେକ ଥର ଆଲୋଚନା କରିଛନ୍ତି । ଆମୀର ଏହା ମଧ୍ୟ କହିଛନ୍ତି ଯେ କିରଣ ତାଙ୍କୁ କହୁଥିଲେ କି ସେ ତାଙ୍କ 'ମନ ଓ ବ୍ୟକ୍ତିତ୍ୱ'କୁ ଭଲ ପାଆନ୍ତି । ଆମୀର ଓ ତାଙ୍କ ପ୍ରଥମ ପତ୍ନୀ ରୀନାଙ୍କର ଗୋଟିଏ ଝିଅ ଇରା ଓ ଗୋଟିଏ ପୁଅ ଜୁନୈଦ ଅଛନ୍ତି । ଆମୀରଙ୍କ ଫିଲ୍ମ ଲଗାନ ସହ ଅନ୍ୟ କେତେକ ଚଳଚ୍ଚିତ୍ରର ନିର୍ମାତା ଭାବରେ କାମ କରିଛନ୍ତି ରୀନା ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।