ଅଭିନେତା ପିଣ୍ଟୁଙ୍କୁ କିଏ ଦେବ ଲିଭର ? ମିଳିବା ପରେ ହେବ ଟ୍ରାନ୍ସପ୍ଲାଣ୍ଟ !

କୌଣସି ସହୃଦୟ ବ୍ୟକ୍ତି ଲିଭର ଦାନ କଲେ ସୁସ୍ଥ ହେବେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ । ପିଣ୍ଟୁଙ୍କ ଭଉଣୀ ଲିଭର ଦେବା ପାଇଁ ପ୍ରସ୍ତୁତ ରାଜି ଥିଲେ କିନ୍ତୁ ତାଙ୍କର ଏ ପଜିଟିଭ୍ । ପିଣ୍ଟୁଙ୍କର ବି ପଜିଟିଭ୍ । ସହଯୋଗ ପାଇଁ ଓଲିଉଡ କଳାକାରଙ୍କ ବୈଠକ ।

ଅଭିନେତା ପିଣ୍ଟୁଙ୍କୁ କିଏ ଦେବ ଲିଭର ? ମିଳିବା ପରେ ହେବ ଟ୍ରାନ୍ସପ୍ଲାଣ୍ଟ !

ଅଭିନେତା ପିଣ୍ଟୁଙ୍କୁ କିଏ ଦେବ ଲିଭର ? ମିଳିବା ପରେ ହେବ ଟ୍ରାନ୍ସପ୍ଲାଣ୍ଟ !

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ପରିବାର କିମ୍ୱା ଅନ୍ୟ କୌଣସି ସହୃଦୟ ବ୍ୟକ୍ତି ଲିଭର ଦାନ (liver donate) କଲେ ସୁସ୍ଥ ହେବେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ (Actor pintu nanda) । ଅଭିନେତା ଶ୍ରୀତମ ଦାସଙ୍କ ସୂଚନା ଅନୁଯାୟୀ, ଡାକ୍ତର (Doctor) କହୁଛନ୍ତି, ତାଙ୍କର ପରିଶ୍ରା ସମସ୍ୟା ଦେଖାଦେଲାଣି । ଲିଭରରୁ ବ୍ଲିଡିଂ ହେଉଥିବା ସୂଚନା ମିଳିଛି । ପ୍ରଥମେ ଲିଭର ଡୋନର ମିଳିବା ପରେ ଟ୍ରାନ୍ସପ୍ଲାଣ୍ଟ୍ ହେବ । ପିଣ୍ଟୁଙ୍କ ଭଉଣୀ ଲିଭର ଦେବା ପାଇଁ ପ୍ରସ୍ତୁତ ରାଜି ଥିଲେ କିନ୍ତୁ ତାଙ୍କର ଏ ପଜିଟିଭ୍ ବ୍ଲଡ । ଅଭିନେତା ପିଣ୍ଟୁ ନନ୍ଦଙ୍କ ବ୍ଲଡ ଗ୍ରୁପ ବି ପଜିଟିଭ୍ (B+ Positive) ହୋଇଥିବାରୁ ବର୍ତ୍ତମାନ ସେହି ହିସାବରେ ଲିଭର ଖୋଜା ପଡିଛି ।

ଅନ୍ୟପଟେ, ଟ୍ରାନ୍ସପ୍ଲାଣ୍ଟ ପାଇଁ ଆବଶ୍ୟକ ଅର୍ଥ ଯୋଗାଡ ପାଇଁ ଲାଗି ପଡିଛି ଓଲିଉଡ । ଆଜି ଓଲିଉଡ କଳାକାରମାନେ ଏକ ବୈଠକ କରିଥିଲେ । ସଭାପତି ସିଦ୍ଧାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଶ୍ରୀତମ ଦାସ, ଝିଲିକି, ଜିନା, ପୁଷ୍ପା ପଣ୍ଡା, ଅରିନ୍ଦମ, ସମ୍ବିତ ଆଦି ବୈଠକରେ ସାମିଲ ହୋଇଥିଲେ । ଓଡ଼ିଶାବାସୀଙ୍କ ଆଶୀର୍ବାଦ ମାଗିଛନ୍ତି ଅଭିନେତା ସିଦ୍ଧାନ୍ତ ମହାପାତ୍ର । ସମସ୍ତେ ପିଣ୍ଟୁଙ୍କ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି । ପିଣ୍ଟୁ ନନ୍ଦ ଜଣେ କଳାକାର ନୁହନ୍ତି, ସେ ଆମ ଭାଇ ପରି ସେଥିପାଇଁ ତାଙ୍କ ଆଶୁ ଆରୋଗ୍ୟ କାମନା କରି ତାଙ୍କ ଚିକିତ୍ସାରେ ଆମେ କେମିତି ସହାୟତା କରି ପାରିବୁ ସେଥିପାଇଁ ଆମେ ସମସ୍ତେ ଏକାଠି ହେଇଛୁ ବୋଲି କହିଛନ୍ତି ସିଦ୍ଧାନ୍ତ ମହାପାତ୍ର କହିଛନ୍ତି । ଅଭିନେତା ଶ୍ରୀତମ ଦାସ କହିଛନ୍ତି, ବୈଠକରେ ନିଷ୍ପତ୍ତି ହୋଇଛି ପିଣ୍ଟୁଙ୍କ ଅସୁସ୍ଥତା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଜଣାଇବୁ । କିଛି ସରକାରୀ ସାହାଯ୍ୟ ସହିତ ଆମେମାନେ ସାହାଯ୍ୟ କରିବୁ । ଏଥିସହ ଜନସାଧାରଣଙ୍କ ଆଶୀର୍ବାଦ ଓ ସହଯୋଗ ମଧ୍ୟ ଆଶା କରିଛୁ ।

ସୂଚନାଯୋଗ୍ୟ, ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଲିଭର ସିରୋସିସ ରୋଗରେ ପିଡିତ ହୋଇଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଉନ୍ନତ ଚିକିତ୍ସା ପାଇଁ ଆଗକୁ ଦିଲ୍ଲୀ ନିଆଯିବ ବୋଲି ସୂଚନା ମିଳିଛି । ଓଲିଉଡ ସିନେ ଜଗତକୁ ଅଭିନେତା ପିଣ୍ଟୁ ନନ୍ଦ ନିଜ ଦମଦାର ଅଭିନୟରେ ଅନେକ ଆଲବମ, ସିରିଏଲ, ସିନେମା ଭେଟି ଦେଇଛନ୍ତି ।  ତାଙ୍କ ଅଭିନୟକୁ ଦର୍ଶକେ ଖୁବ ପସନ୍ଦ ମଧ୍ୟ କରନ୍ତି । ପିଣ୍ଟୁ ପ୍ରଥମେ ଟେଲିଫିଲ୍ମରୁ ନିଜର ଅଭିନୟର ଯାତ୍ରା ଆରମ୍ଭ କରିଥିଲେ । ପରେ ଓଲିଉଡରେ ପାଦଦେଇ ରଂଗ ନମ୍ୱର, ଦୋସ୍ତି, ପ୍ରେମ ଋତୁ ଆସିଲାରେ, କଥା ଦେଲି ମଥା ଛୁଇଁ , ହାତ ଧରି ଚାଲୁଥା, ରୁମକୁ ଝୁମାନା,  ମିତରେ ମିତ, ରୁଦ୍ରାଣୀ, ବାହୁଡିବେ ମୋ ଜଗା ବଳିଆ, ଲଭ ମାଷ୍ଟର, ଡାହା ବାଳୁଙ୍ଗା,  ଜୟ ଜଗନ୍ନାଥ, ସହ ଆହୁରୀ ଅନେକ ସିନେମାରେ ଚମତ୍କାର ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଣ୍ଟିଛନ୍ତି । ବିଶେଷ କରି ଖଳନାୟକ ଓ ହାସ୍ୟ ଭୂମିକା ଅଭିନୟରେ ରୂପେଲି ପରଦାରେ ଦର୍ଶକେ ପିଣ୍ଟୁଙ୍କୁ ଖୁବ ପସନ୍ଦ କରିଛନ୍ତି  ।

ଏହି ଖବର ପଢ଼ନ୍ତୁ - http://ବଡ଼ଦାଣ୍ଡରେ ଡ୍ରିଙ୍କ ଫ୍ରମ ଟ୍ୟାପ ପାଣି ପିଇବା ହେଲା କାଳ; ହାତ ପାପୁଲିରେ ପସିଲା ରଡ଼
Published by:Soubhagya Mishra
First published: