News18 Odia Digital
ମୁମ୍ବାଇ: ଡ୍ରଗ୍ ଅଭିଯୋଗରେ ସୁପରଷ୍ଟାର ଶାହରୁଖ ଖାନଙ୍କ (Shahrukh Khan) ପୁଅ ଆର୍ୟନ ଖାନଙ୍କୁ (Aryan Khan) ଏନସିବି (NCB) ଗିରଫ କରିବା ଦିନଠାରୁ ଅଭିନେତାଙ୍କ ପରିବାର ସହ ଆଉ ଜଣଙ୍କ ନାମକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ସେ ହେଉଛନ୍ତି ପୂଜା ଦଦଲାନି (Pooja Dadlani)। ଏନସିବି କାର୍ଯ୍ୟାଳୟରୁ କୋର୍ଟ ପର୍ଯ୍ୟନ୍ତ ପୂଜା ଦଦଲାନି ଆର୍ୟନଙ୍କ ଅବସ୍ଥା ଦେଖିବା ପାଇଁ ଅନେକ ଥର ପହଞ୍ଚିଛନ୍ତି।
ତେବେ ଆସନ୍ତୁ ଜାଣିବା ଏହି ପୂଜା ଦଦଲାନି କିଏ, ଯିଏ ଶାହାରୁଖଙ୍କ ଦୁଃଖରେ ଏତେ ଦୁଃଖିତ ଯେ ସେ ଆର୍ୟନଙ୍କ ଅବସ୍ଥା ଦେଖି କାନ୍ଦୁଥିଲେ ।
ଗତ ୧୩ ତାରିଖ ବୁଧବାର ଦିନ ଅଧିବେଶନ କୋର୍ଟରେ ଶାହାରୁଖଙ୍କ ପୁଅ ଆର୍ୟନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହୋଇଥିଲା ଓ ପୂଜା ଦଦଲାନି ମଧ୍ୟ ଏଠାରେ ଉପସ୍ଥିତ ଥିଲେ। ଯଦିଓ ପୂଜା ଓ ଶାହରୁଖ ଖାନଙ୍କ ମଧ୍ୟରେ ସମ୍ପର୍କ ପେସାଦାର, କିନ୍ତୁ ସେ ଏତେ ଦିନ ଧରି ଅଭିନେତାଙ୍କ ପାଇଁ କାମ କରିଆସୁଥିଲେ ଯେ ବର୍ତ୍ତମାନ ସେ ଏହି ପରିବାରର ଏକ ଅଂଶ ହୋଇପାରିଛନ୍ତି ।
ପୂଜା ଦଦଲାନି, ଶାହାରୁଖ ଖାନଙ୍କ ମ୍ୟାନେଜର । ନଅ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୨ ମସିହାରେ ପୂଜା, ଶାହାରୁଖ ଖାନଙ୍କ ମ୍ୟାନେଜର ଭାବରେ ଯୋଗ ଦେଇଥିଲେ। ବର୍ଷ ବର୍ଷ ଧରି ପୂଜା କେବଳ ଶାହାରୁଖଙ୍କ ସହ ନୁହେଁ ବରଂ ତାଙ୍କ ପରିବାର ସହିତ ଏକ ସ୍ୱତନ୍ତ୍ର ବନ୍ଧନ ସ୍ଥାପନ କରିଛନ୍ତି।
ଗୌରୀ ଖାନଙ୍କ ବ୍ୟତୀତ ପୂଜା ତାଙ୍କ ସନ୍ତାନ ଆର୍ୟନ ଖାନ୍, ଅବରାମ ଓ ସୁହାନାଙ୍କ ସହ ମଧ୍ୟ ଏକ ଭଲ ରିଲେସନ ରଖିଛନ୍ତି । ସୋସିଆଲ ମିଡ଼ିଆରେ ଅନେକ ଫଟୋ ମଧ୍ୟ ଏହି ସଂଯୋଗର ଏକ ସୁନ୍ଦର କାହାଣୀ କହିଥାଏ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।