କାହା ସହ ପ୍ରେମ ସମ୍ପର୍କରେ ଅଛନ୍ତି ? ଗଣମାଧ୍ୟମ ସାମ୍ନାରେ ଉତ୍ତର ରଖିଲେ ଅନୁଭବ ମହାନ୍ତି

ନିଜ ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି ଓଲିଉଡ ଅଭିନେତା ଅନୁଭବ ମହାନ୍ତି । କହିଲେ ଆଗ ଡିଭୋର୍ସ ସରୁ ତାପରେ ବାହାଘର ।

କାହା ସହ ପ୍ରେମ ସମ୍ପର୍କରେ ଅଛନ୍ତି ? ଗଣମାଧ୍ୟମ ସାମ୍ନାରେ ଉତ୍ତର ରଖିଲେ ଅନୁଭବ ମହାନ୍ତି

କାହା ସହ ପ୍ରେମ ସମ୍ପର୍କରେ ଅଛନ୍ତି ? ଗଣମାଧ୍ୟମ ସାମ୍ନାରେ ଉତ୍ତର ରଖିଲେ ଅନୁଭବ ମହାନ୍ତି

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; କିଛି ବର୍ଷର ବ୍ୟବଧାନ ପରେ ଲଗାତାର ଭାବରେ ଗଣମାଧ୍ୟମ ସାମ୍ନାକୁ ଆସି ପ୍ରତିକ୍ରିୟା ଦେଉଛନ୍ତି ଅଭିନେତା ତଥା ରାଜନେତା ଅନୁଭବ ମହାନ୍ତି । ଏବେ ଅନୁଭବଙ୍କର ଆଉ ଏକ ପ୍ରତିକ୍ରିୟା ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ପ୍ରତିକ୍ରିୟାରେ ରହିଛି ନିଜର ଧର୍ମପତ୍ନୀ ବର୍ଷାଙ୍କଠାରୁ ଶୀଘ୍ର ଡିଭୋର୍ସ ଚାହୁଁଛନ୍ତି ଅନୁଭବ ।

ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କାର୍ଯ୍ୟକ୍ରମ ସମ୍ପର୍କିତ ପ୍ରତିକ୍ରିୟା ଦେଉଥିବାବେଳେ ଗଣମାଧ୍ୟମ ପ୍ରତିନିଧିମାନେ ଅନୁଭବଙ୍କୁ ବାହାଘର ବିଷୟରେ ପ୍ରଶ୍ନ କରିଥିଲେ । ଉତ୍ତରରେ ଅନୁଭବ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଥିଲେ ଯେ ଠାକୁରଙ୍କୁ ଡାକନ୍ତୁ ଆଗ ଡିଭୋର୍ସ ହେଇଯାଉ ତାପରେ ବାହାଘର କଥା ଚିନ୍ତା କରିବା । ତାପରେ ସାମ୍ୱାଦିକମାନେ ପଚାରିଥିଲେ ଯେ, ଆପଣ ଏବେ କାହା ସହ ଲଭ୍ ରିଲେସନରେ ଅଛନ୍ତି ? ଉତ୍ତରରେ ଅନୁଭବ କହିଲେ ମୁଁ ଲଭରେ ଅଛି ମୋ ମାତା, ପିତାଙ୍କ ସହିତ ଆପଣଙ୍କ ସହିତ, ମୋ ଦର୍ଶକମାନଙ୍କ ସହିତ ଏବଂ ଯେଉଁ ମଣିଷ ସେମାନଙ୍କ ସହିତ । ଯିଏ ଭଲ ନୁହନ୍ତି, ହୃଦୟ ଯାହାର ଖୋଲା ନାହିଁ । ମୁଁ ସେମାନଙ୍କୁ ଲଭ୍ କରିପାରିବି ନାହିଁ ।

ନିଜ କ୍ୟାରିଅର ବିଷୟରେ ଅନୁଭବ କହିଛନ୍ତି ଯେ, ମୁଁ ମୋର କ୍ୟାରିଅର ଆରମ୍ଭ କରିଥିଲି ରାମ୍ପ୍ ୱାର୍କରୁ, ମଡେଲିଂରୁ ତାପରେ ଓଡ଼ିଆ ଆଲବମ ଏବଂ ପରେ ଏତେ ପର୍ଯ୍ୟନ୍ତ ଆସି ପାରିଛି । ତେଣୁ ଏହା ମୋ ପାଇଁ ଗୋଟେ ସୌଭାଗ୍ୟର କଥା ।

ନୂଆ ବର୍ଷରେ 'ରାବଣ' ସିନେମା ରିଲଜ ହେବାରେ ଥିଲା । କିନ୍ତୁ ମଝିରେ କରୋନା ସମ୍ପର୍କରେ ଖବର ଶୁଣିବାକୁ ମିଳିଲା । କରୋନା ସମ୍ପର୍କିତ କ୍ଲାରିଟି ଏ ପର୍ଯ୍ୟନ୍ତ ଆମେ ପାଇନୁ । ସେଥିପାଇଁ ବୋଧହୁଏ ନିର୍ଦ୍ଦେଶକ ସିନେମା ରିଲିଜ କରିବା ପାଇଁ ଉଚିତ ସମୟକୁ ଅପେକ୍ଷା କରିଛନ୍ତି । ଠିକ ସମୟ ହେଲେ ଶାନ୍ତି ଶୃଙ୍ଖଳାର ସହ ଭଲ ଭାବରେ ଫିଲ୍ମଟି ରିଲିଜ୍ ହୋଇପାରିବ । ମୁଁ ପ୍ରତିଶୃତି ଦେଉଛି  ସିନେମାଟି ସମସ୍ତଙ୍କୁ ଭଲ ଲାଗିବ । ଦର୍ଶକେ କିଛି ନୂଆ ଦେଖିବାକୁ ପାଇବେ । ମୌଳିକ କାହାଣୀ ସହିତ ଭିନ୍ନ ଧରଣର ସିନେମା ଆପଣ ଦେଖିବେ ।

ସୂଚନାଯୋଗ୍ୟ, ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ଏବଂ ଅଭିନେତା ଅନୁଭବ ମହାନ୍ତିଙ୍କ ବିବାହ ଖବର କିଛିଦିନ ତଳେ ଭାଇରାଲ୍ ହେବାରେ ଲାଗିଥିଲା । ରାନୀ ପଣ୍ଡା ଅନୁଭବଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ବିବାହ କରନ୍ତୁ ବୋଲି କହିଥିଲେ । ପରେ ଅନୁଭବ ମଧ୍ୟ ରାନୀଙ୍କୁ ସମ୍ମାନ ଜଣାଇ କହିଥିଲେ ଯେ, ରାନୀ ଜଣେ ଭଲ ଝିଅ । ତେଣୁ ସେ ଯାହାକୁ ବି ବିବାହ କରିବେ ଖୁବ ଭଲ ଭାବରେ ଜୀବନ ଅତିବାହିତ କରିବେ । ଅନୁଭବଙ୍କର ଏହି ବାର୍ତ୍ତାକୁ ରାନୀ ନିଜେ ସୋସିଆଲ ମିଡିଆରେ ସେୟାର କରିବା ସହିତ ଲଭ୍ ୟୁ ଧନ ବୋଲି ଲେଖିଥିଲେ । ଉକ୍ତ ପୋଷ୍ଟରେ ପ୍ରଶଂସକ ମାନେ ବିଭିନ୍ନ ପ୍ରକାରର ମତ ଦେଇଥିବା ଦେଖିବାକୁ ମିଳିଥିଲା ।
Published by:Soubhagya Mishra
First published: