ଓଡ଼ିଶା ଛାଡ଼ିନାହାନ୍ତି କି ପ୍ରକୃତି; ସାଧାରଣରେ ଚର୍ଚ୍ଚା ଜୋରଦାର

ମୁମ୍ବାଇରେ ପହଞ୍ଚିବା ପରେ ତାଙ୍କ ତରଫରୁ କୌଣସି ପୋଷ୍ଟ ହୋଇ ନାହିଁ । ଏମିତିକି ପ୍ରକୃତି ଯଦି ସତରେ ମୁମ୍ବାଇ ଯାଇଛନ୍ତି ତେବେ ଏୟାରପୋର୍ଟରୁ ବି ତାଙ୍କର କିଛି ଫଟୋ ଆସିନି । ଯାହା ସନ୍ଦେହ ସୃଷ୍ଟି କରୁଛି ।

ଓଡ଼ିଶା ଛାଡ଼ିନାହାନ୍ତି କି ପ୍ରକୃତି; ସାଧାରଣରେ ଚର୍ଚ୍ଚା ଜୋରଦାର

ଓଡ଼ିଶା ଛାଡ଼ିନାହାନ୍ତି କି ପ୍ରକୃତି; ସାଧାରଣରେ ଚର୍ଚ୍ଚା ଜୋରଦାର

  • Share this:
News 18 Odia Digital

ଭୁବନେଶ୍ୱର; ଓଡ଼ିଶା ଛାଡ଼ିବା ପରେ ଏବେ କଣ କରୁଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର ? ଏହି ପ୍ରଶ୍ନ ଅନେକଙ୍କ ମନକୁ ଆସିବା ସ୍ବାଭାବିକ । କାରଣ ଯେତେବଳେ ପ୍ରକୃତି ଓଡ଼ିଶା ଛାଡିଥିଲେ ସେ ଇନଷ୍ଟାଗ୍ରାମ ଷ୍ଟୋରୀ ଲେଖିଥିଲେ କି ୨ୟ ଇନିଂସ୍ ରେ ପୁଣି ଦେଖାହେବ । କିନ୍ତୁ ମୁମ୍ବାଇରେ ପହଞ୍ଚିବା ପରେ ତାଙ୍କ ତରଫରୁ କୌଣସି ପୋଷ୍ଟ ହୋଇ ନାହିଁ । ଏମିତିକି ପ୍ରକୃତି ଯଦି ସତରେ ମୁମ୍ବାଇ ଯାଇଛନ୍ତି ତେବେ ଏୟାରପୋର୍ଟରୁ ବି ତାଙ୍କର କିଛି ଫଟୋ ଆସିନି । ଯାହା ସନ୍ଦେହ ସୃଷ୍ଟି କରୁଛି । ଏକଥା ଆମେ କହୁନୁ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିର କିଛି ବ୍ୟକ୍ତି ଏବେ ଗଣମାଧ୍ୟମରେ ଏଭଳି ପ୍ରଶ୍ନ କରିଛନ୍ତି । ସେମାନେ ଚର୍ଚ୍ଚା କରୁଛନ୍ତି କି ଯଦି ପ୍ରକୃତି ମୁମ୍ବାଇ ଯାଇଛନ୍ତି ତେବେ ମିଡ଼ିଆ କେମିତି ଜାଣିପାରିଲା ନାହିଁ । ଗଣମାଧ୍ୟମ ପ୍ରତିନିଧି ବିବାଦର ଆରମ୍ଭରୁ ପ୍ରକୃତିଙ୍କ ଘର ସମ୍ମୁଖରେ ଅଛନ୍ତି ଏହା ସହିତ ବିମାନବନ୍ଦରରେ ବି ସବୁବେଳେ ଥାଆନ୍ତି । ଏଭଳି ସ୍ଥିତିରେ ସେ କେମିତି ମୁମ୍ବାଇ ଗଲେ ବୋଲି ଚର୍ଚ୍ଚା ହେଉଛି । ମୁମ୍ବାଇ ଯିବା ପରେ ସେ କଣ କରୁଛନ୍ତି ସେ ବିଷୟରେ କିଛି ପୋଷ୍ଟ ଆସୁନଥିବାରୁ ଚର୍ଚ୍ଚା ଜୋର ଧରଛି ।

ପ୍ରକୃତି ଓଡ଼ିଶା ଛାଡିଥିବା ବାପା ମନ୍ମଥ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଥିଲେ । କହିଥିଲେ କି ପ୍ରକୃତି ଏବେ ତାର ବାକି ଥିବା କାମ କରିବ । ସେଥିପାଇଁ ସେ ମୁମ୍ବାଇ ଚାଲିଯାଉଛି । ଚିନ୍ତାଗ୍ରସ୍ତ ଥିଲା ତେଣୁ ଓଡ଼ିଶାରେ କିଛିଦିନ ରହିଲା । ଏବେ ସେ ସୁସ୍ଥ ଅଛି ଆଉ ପୁଣି ତା'ର କର୍ମକ୍ଷେତ୍ରକୁ ଚାଲିଯାଇଛି । ପ୍ରକୃତିଙ୍କ ହାତରେ ଏବେ ୨/୩ଟି ବଲିଉଡ ଫିଲ୍ମ ଅଛି ।

ରାସ୍ତା ମଝିରେ ଅଭିନେତା ବାବୁସାନଙ୍କ ପତ୍ନୀ ତୃପ୍ଟିଙ୍କ ଠାରୁ ମାଡ଼ ଖାଇ ଚର୍ଚ୍ଚାକୁ ଆସିଥିଲେ ପ୍ରକୃତି । ଏମିତିକି କଥା ଥାନା ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା । ଦୁଇ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା । ପରେ କିନ୍ତୁ ଆପୋଷ ସମାଧାନ କରି ଏତଲା ଉଠାଇଥିବା ଶୁଣିବାକୁ ମିଳିଥିଲା । ତେବେ ଘଟଣା ଆରମ୍ଭରୁ ବିବାଦକୁ ନେଇ ଏବେବି ମୁହଁ ଖୋଲି ନାହାନ୍ତି ବାବୁସାନ୍ କିମ୍ବା ପ୍ରକୃତି । ଏବେ ହଠାତ୍ ପ୍ରକୃତି ମୁମ୍ବାଇ ଚାଲିଯାଇଛନ୍ତି ବୋଲି ଶୁଣିବା ପରେ କିଛି ଲୋକେ ଜୋରଦାର ଚର୍ଚ୍ଚା କରୁଛନ୍ତି । ତେବେ ପ୍ରକୃତରେ ସେ ଓଡ଼ିଶା ଛାଡିଛନ୍ତି କି ନାହିଁ ପ୍ରକୃତିଙ୍କ ତରଫରୁ ଏଯାଏଁ କୌଣସି ସ୍ପଷ୍ଟୀକରଣ ଆସିନାହିଁ ।
Published by:Soubhagya Mishra
First published: