News18 Odia Digital
ମୁମ୍ବାଇ: ଗଣେଶ ଚତୁର୍ଥୀ (Ganesh Chaturthi) ପର୍ବ ସାରା ଦେଶରେ ପାଳନ କରାଯାଉଛି । କରୋନା ଭାଇରସକୁ ନେଇ ଜାରି ଥିବା କଟକଣା ଯୋଗୁଁ ଏହି ମହା ପର୍ବ ଏ ଥର ପୂର୍ବ ଅପେକ୍ଷା ବହୁତ ଛୋଟ ଓ ସଙ୍କୁଚିତ ରୂପରେ ପାଳିତ ହେଉଛି । ଏହି ଦିନ ଠାରୁ ମହାରାଷ୍ଟ୍ରରେ (Maharashtra) ଗଣେଶୋତ୍ସବ ଆରମ୍ଭ ହୁଏ । ଏହା ମହାରାଷ୍ଟ୍ରର ସବୁ ଠାରୁ ବଡ଼ ପର୍ବ । ଗଣେଶୋତ୍ସବରେ ମହାରାଷ୍ଟ୍ର ସମେତ ସବୁ ରାଜ୍ୟରେ ଗଣେଶ ମୂର୍ତ୍ତି (Ganesh idol) ସ୍ଥାପନ କରାଯାଏ ଓ ୧୧ ଦିନ ପରେ ତାଙ୍କୁ ବିଦାୟ ଦିଆଯାଏ ।
ଗଲା ବର୍ଷ ଗଣେଶୋତ୍ସବରେ (Ganeshotsav) ଅଭିନେତ୍ରୀ ହେମା ମାଳିନୀ (Hema Malini) ନିଜ ଝିଅ ଏଶା ଦେଓଲଙ୍କ (Esha Deol) ସହ ଭାରତନାଟ୍ୟମର ମନମୋହକ ଯୁଗଳବନ୍ଦୀ କରି ଦର୍ଶକଙ୍କ ନିକଟକୁ ଆଣିଥିଲେ । ଏହି ମା ଓ ଝିଅଙ୍କ ଯୋଡ଼ି ଏକାଠି ନାଚୁଥିବା ଦର୍ଶକ ଦେଖିବାକୁ ପାଇଥିଲେ ।
ଏହା ବି ପଢ଼ନ୍ତୁ | କଟକରେ ବଢ଼ିବ ନାହିଁ ଦୁର୍ଗା ମୂର୍ତ୍ତିର ଉଚ୍ଚତା; ରାଜ୍ୟରେ କଟକଣା କାଏମ୍ ରହିବ ବୋଲି ସ୍ପଷ୍ଟ କଲେ ସରକାରଷ୍ଟାର୍ ପ୍ଲସ୍ ଚ୍ୟାନେଲର ଗଣେଶୋତ୍ସବ (Star Plus Ganeshotsav) କାର୍ଯ୍ୟକ୍ରମରେ ହେମା ମାଳିନୀ ଓ ଏଶା ଦେଓଲ ଭାରତନାଟ୍ୟମ୍ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା । ସେ ଦୁହିଁଙ୍କ ସେହି କାର୍ଯ୍ୟକ୍ରମର ଏକ ଭିଡିଓ ଟିଭି ଚ୍ୟାନେଲ୍ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲା । ଭିଡିଓଟି ଭାଇରାଲ ହୋଇଥିଲା । ଏହି ଭିଡିଓରେ ମା’ ଓ ଝିଅ ଏକାଠି ପରଫର୍ମ କରୁଥିବା ଦେଖାଯାଇଥିଲା ।
View this post on Instagram
Dhamakedaar hoga iss baar ka Ganeshotsav, Shilpa Shetty Kundra ke sath! #StarParivaarGaneshotsav 2020, Iss Ravivaar Raat 8 baje sirf StarPlus aur Disney+ Hotstar par. @theshilpashetty @sonu_sood @dreamgirlhemamalini @imeshadeol @thesiddharthnigam @siyaramkijai @dipikachikhliatopiwala
A post shared by StarPlus (@starplus) on
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଆଖି ବୁଜିଲେ ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ; SCB ବିରୋଧରେ ଆଣିଥିଲେ ଅଭିଯୋଗଷ୍ଟାର୍ ପ୍ଲସର (Star Plus) ଏହି ଗଣେଶ ମହୋତ୍ସବ କାର୍ଯ୍ୟକ୍ରମରେ ହେମା ମାଳିନୀଙ୍କ ବ୍ୟତୀତ ସୋନୁ ସୁଦ୍ (Sonu Sood), ଶିଳ୍ପା ଶେଟ୍ଟୀ (Shilpa Shetty) ଓ ଦିବ୍ୟଙ୍କା ତ୍ରିପାଠୀଙ୍କ (Divyanka Tripathi) ପରି ଅନେକ କଳାକାର ଶାମିଲ ହୋଇଥିଲେ । ଖାଲି ଏତିକି ନୁହେଁ, ଏହି ଗଣେଶୋତ୍ସବ କାର୍ଯ୍ୟକ୍ରମରେ ଟେଲିଭିଜନର ପ୍ରସିଦ୍ଧ ରାମ ଓ ସୀତା ଅର୍ଥାତ୍ ଅଭିନେତା ଅରୁଣ ଗୋଭିଲ (Arun Govil) ଓ ଅଭିନେତ୍ରୀ ଦୀପିକା ଚିଖାଲିଆ (Deepika Chikhalia) ମଧ୍ୟ ଏକାଠି ପରଫର୍ମ କରିଥିଲେ ।
ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଗିରଫ ହେଲେ ଆଉ ଦୁଇ ୱେବ୍ ଚ୍ଯାନେଲ୍ ‘ସାମ୍ବାଦିକ’; ନବରଙ୍ଗପୁରରେ ଶିକ୍ଷକଙ୍କୁ ଧମକାଇ ବଟି ନେଇଥିଲେଟିଭିର ଏହି ବିଶେଷ ଗଣେଶ ଚତୁର୍ଥୀ (Ganesh Puja) କାର୍ଯ୍ୟକ୍ରମରେ ସୁଶାନ୍ତ ସିଂ ରାଜପୁତଙ୍କୁ (Sushant Singh Rajput) ବି ଏକ ବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।