ଛୋଟ ଛୁଆଟିର ଦୋଷ କଣ ! ଚେନ୍ନାଇରୁ ଫେରି କାହିଁକି କୋଳକୁ ନେଉନାହାନ୍ତି ବାବୁସାନ ?
News 18 Odia Digital
ଭୁବନେଶ୍ୱର; ଚେନ୍ନାଇରୁ ଫେରିବା ଫରେ ଘରକୁ ଯାଇ ମାଆ ବାପାଙ୍କୁ ଦେଖାକରି ବିଶ୍ରାମ କଲେ । ଏହା ଭିତରେ ଦୁଇଟି ଦିନ ବିତିଯିବାକୁ ବସିଲାଣି । କିନ୍ତୁ ପତ୍ନୀ ଓ ପିଲାକୁ ଏଯାଏଁ ଭେଟିନାହାନ୍ତି ଓଲିଉଡ ଷ୍ଟାର୍ ବାବୁସାନ । ଏହା ଭିତରେ ଆଗୁଆ ଜାମିନ ପାଇଁ କୋର୍ଟରେ ଆବେଦନ କରିସାରିଛନ୍ତି । ଘରର ବାଲକୋନିକୁ ଆସି ଗଣମାଧ୍ୟମକୁ ପ୍ରତିକ୍ରିୟା ନଦେଇ କେବଳ ଚେହେରା ଦେଖାଇଛନ୍ତି । କିନ୍ତୁ ଏଯାଏ ମନ ହୋଇନି ପତ୍ନୀଙ୍କୁ ଭେଟିବାକୁ ଓ କୁନି ପିଲାକୁ କୋଳରେ ଧରି ଗେଲ ଟିକେ କରିବାକୁ ।
ତୃପ୍ତି ଓ ପିଲାକୁ ନଭେଟିବା , ବାବୁସାନ ନିଜେ ଗଣମାଧ୍ୟମରେ ମୁହଁ ନଖୋଲିବା, ଆଗୁଆ ଜାମିନ ପାଇଁ ଆବେଦନ କରିବା ଘଟଣା ଆଗକୁ ଆହୁରୀ ଜଟିଳ ରୂପ ନେଇପାରେ ବୋଲି କିଛି ଫ୍ୟାନଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କିଛି ପ୍ରଶଂସକ କହିଛନ୍ତି ଯଦି ତୃପ୍ତିଙ୍କ ଉପରେ ବାବୁସାନଙ୍କ ଅଭିମାନ ତେବେ ଛୋଟ ପିଲାଟି କି ଦୋଷ କରିଛି । ସେ କାହିଁକି କିଛିଦିନ ହେବ ବାପାଙ୍କ ସ୍ନେହରୁ ବଞ୍ଚିତ ରହିଛି । ଯଦି ବାବୁସାନ ପିଲାଟିକୁ ବହୁତ ଭଲ ପାଆନ୍ତି ତେବେ ତୁରନ୍ତ ଯାଇ ତାକୁ କୋଳକୁ ନେବା କଥା । ଏ ସମ୍ପର୍କିତ ଅନେକ ପ୍ରଶ୍ନ ଆଜି ଶୁଣିବାକୁ ମିଳୁଛି ।
ସେପଟେ, ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀଙ୍କ ପକ୍ଷରୁ ଖାରବେଳ ନଗର ଥାନାରେ ହୋଇଥିବା ମାମଲାରେ ବାବୁସାନଙ୍କ ଗିରଫଦାରୀର ସମ୍ଭାବନା ରହିଛି । ତାଙ୍କ ସ୍ୱାମୀଙ୍କ ଦ୍ୱାରା ତୃପ୍ତି ନିର୍ଯ୍ୟାତିତ ହୋଇଥିବା ଅଭିଯୋଗ ରହିଛି । ଏହା ସହିତ ବାବୁସାନ ତାଙ୍କୁ ଧମକ ଚମକ ଦେଉଥିବା କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ଫଳସ୍ୱରୂପ ପୋଲିସ ବାବୁସାନଙ୍କ ବିରୁଦ୍ଧରେ ଆଇପିସିର ଧାରା 498 (A) ଘରୋଇ ହିଂସା ଓ 506 (ଧମକ ଦେବା)ରେ ଏକ ମାମଲା ରୁଜୁ କରିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।