ବାବୁସାନଙ୍କ ପତ୍ନୀ ତୃପ୍ତି ପ୍ରକୃତି ମିଶ୍ରଙ୍କ ଫୋନ ଓ ପର୍ସ ଛଡ଼ାଉ ଥିବାର ଭିଡ଼ିଓ ଭାଇରାଲ ହୋଇଥିଲା। କିନ୍ତୁ ପ୍ରକୃତିଙ୍କ ଫୋନରେ କଣ ଅଛି କାହିଁକି ତାଙ୍କ ଫୋନ ଛଡ଼ାଉଥିଲେ ତୃ୍ପ୍ତି ତାହା ବର୍ତ୍ତମାନ ଆଲୋଚନାର ବିଷୟ ପାଲଟିଛି ।
News 18 Odia Digital
ଭୁବନେଶ୍ୱର: ଓଲିଉଡ ଅଭିନେତା ବାବୁସାନ, ତାଙ୍କ ପତ୍ନୀ ଓ ପ୍ରକୃତି ମିଶ୍ରଙ୍କ ହାଇଡ୍ରାମ ଏବେ ରାଜରାସ୍ତାକୁ ଆସିସାରିଛି । ଘଟଣା ସମୟରେ ଅଭିନେତା ବାବୁସାନଙ୍କ ପତ୍ନୀ ତୃପ୍ତି ପ୍ରକୃତି ମିଶ୍ରଙ୍କ ଫୋନ ଓ ପର୍ସ ଛଡ଼ାଉ ଥିବାର ଭିଡ଼ିଓ ଭାଇରାଲ ହୋଇଥିଲା। କିନ୍ତୁ ପ୍ରକୃତିଙ୍କ ଫୋନରେ କଣ ଅଛି କାହିଁକି ତାଙ୍କ ଫୋନ ଛଡ଼ାଉଥିଲେ ତୃ୍ପ୍ତି ତାହା ବର୍ତ୍ତମାନ ଆଲୋଚନାର ବିଷୟ ପାଲଟିଛି ।
କୁହାଯାଉଛି କି ପ୍ରକୃତି ମିଶ୍ର ତାଙ୍କ ଫୋନରେ କିଛି ଭିଡ଼ିଓ ରଖିଛନ୍ତି ଯାହାଦ୍ଵାରା ସେ ଅଭିନେତା ବାବୁସାନଙ୍କୁ ବ୍ଲାକମେଲ କରୁଛନ୍ତି ଓ ତାଙ୍କ ଫୋନରେ ସବୁ କିଛି ପ୍ରମାଣ ଅଛି ଯାହା ଦ୍ଵାରା ସବୁ ଖୁଲାସ ହୋଇଯିବ । ସେଥି ପାଇଁ ଅଭିନେତା ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ତାଙ୍କ ଫୋନ ଛଡ଼ାଇବାକୁ ଚେଷ୍ଟା କରୁଥିଲେ । ଏହା ତଦନ୍ତ ହେଲେ ସ୍ପଷ୍ଟ ହୋଇଯିବ କଣ ପାଇଁ ତୃପ୍ତି ପ୍ରକୃତି ମିଶ୍ରଙ୍କ ଫୋନ ଛଡ଼ାଇ ଥିଲେ ।
ବାବୁସାନ, ତାଙ୍କ ପତ୍ନୀ ତୃପ୍ତି ଓ ପ୍ରକୃତି ମିଶ୍ରଙ୍କ କଳିର ଭିଡିଓ ଭାଇରାଲ ପରେ ବାବୁସାନ ଚେନ୍ନାଇ ଯାଇଥିବା ବେଳେ ଆଜି ଭୁବନେଶ୍ୱରକୁ ଫେରିଛନ୍ତି । ଚେନ୍ନାଇରୁ ବିମାନ ଯୋଗେ ଆସି ସେ ଭୁବନେଶ୍ୱରରେ ପହଞ୍ଚିଥିଲେ । ଅନ୍ୟପଟେ ବାବୁସାନଙ୍କୁ ଥାନାରେ ହାଜର ହେବାକୁ ମଧ୍ୟ ନୋଟିସ୍ ହୋଇଛି । ଭୁବନେଶ୍ୱରରେ ପହଞ୍ଚିବା ପରେ ବାବୁସାନ୍ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ପ୍ରଥମେ ବାପା ଓ ମାଆଙ୍କୁ ଭେଟିବାକୁ ଯିବି । ଯେତେବେଳେ ଯାହା ଦରକାର ପଡ଼ିବ, ତାହା କହିବି। ’ ଅନ୍ୟପଟେ ଗତକାଲି ଖାରବେଳନଗର ପୋଲିସ ପ୍ରକୃତି ମିଶ୍ରଙ୍କୁ ଘରକୁ ଯାଇ ଘଣ୍ଟାଏ ଧରି ପ୍ରଶ୍ନ ପଚାରି ଥିଲା।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।