ଫିଲ୍ମ ପ୍ରେମୀଙ୍କ ପାଇଁ ଦୁଃଖ ଖବର! ବ୍ୟାନ ହେଲା 'ଦ କେରଳ ଷ୍ଟୋରୀ'

ଦ କେରଳ ଷ୍ଟୋରୀକୁ ନେଇ ଥମୁନି ବିବାଦ । ଏବେ ଏହି ରାଜ୍ୟରେ କୌଣସି ଫିଲ୍ମ ହଲରେ ରିଲିଜ ହେବନି ଫିଲ୍ମ ।

ଦ କେରଳ ଷ୍ଟୋରୀ

ଦ କେରଳ ଷ୍ଟୋରୀ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

The Kerala Story: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିକୁ ଭୋଟ୍ ନଦେବାକୁ ଜନସାଧାରଣଙ୍କୁ ନିବେଦନ କରିବା ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର "ଦ କେରଳ ଷ୍ଟୋରୀ" କୁ ପଶ୍ଚିମବଙ୍ଗରେ ପ୍ରଦର୍ଶିତ କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ଏହାସହିତ ବିଜେପିି ଉପରେ ବଡ ଅଭିଯୋଗ ଆଣିଛନ୍ତି ମମତା ବାନାର୍ଜୀ । ବିଜେପି ସରକାର ମନଗଢା ଓ ଭୁଲ କାହାଣୀକୁ ନେଇ ବେଙ୍ଗଲ ଫାଇଲ୍ସକୁ ନିର୍ମାଣ କରିବାକୁ ଫିଲ୍ମ ନିର୍ମାତାଙ୍କୁ ପଇସା ଦେଉଛି । ‘ଦ କେରଳ ଷ୍ଟୋରୀ’ ଫିଲ୍ମର କାହାଣୀ ମଧ୍ୟ ମନଗଢା ବୋଲି ମମତା କହିଛନ୍ତି । ତେବେ କିଛି ଦିନ ପୂର୍ବରୁ ତାଙ୍କର ଅଭିନେତାମାନେ କୋଲକତା ଆସିବା ସହିତ ମନଗଢା କାହାଣୀକୁ ନେଇ ବେଙ୍ଗଲ ଫାଇଲ୍ସ ପ୍ରସ୍ତୁତ କରିବାକୁ ଯୋଜନା କରୁଥିବା ସେ କହିଛନ୍ତି ।
 ବେଙ୍ଗଲରେ ‘ଦ କେରଳ ଷ୍ଟୋରୀ’ ଫିଲ୍ମ ବ୍ୟାନ୍ ହେବା ପରେ ଫିଲ୍ମର ପ୍ରଡ୍ୟୁସର ବିପୁଲ ଶାହା କହିଛନ୍ତି ଯେ, ଯଦି ରାଜ୍ୟ ସରକାର ତାଙ୍କ କଥା ଶୁଣିବେନି ତେବେ ସେ ଆଇନ୍ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବେ । ପଶ୍ଚିମବଙ୍ଗ ପୂର୍ବରୁ ତାମିଲନାଡୁରେ ମଧ୍ୟ ଏହି ଫିଲ୍ମକୁ ବୟକଟ୍ କରାଯାଇଥିଲା । ଏହି ଫିଲ୍ମକୁ ହଲରେ ଦେଖାଇବାକୁ ହଲ୍ ମାଲିକଙ୍କ ସଙ୍ଗଠନ ମନା କରିଦେଇଥିଲା ।



କେରଳର ୩୨ ହଜାର ମହିଳା ଆଇଏସଆଇଏସରେ ଭର୍ତ୍ତି ହୋଇଥିବାର କାହାଣୀକୁ ଫିଲ୍ମର ଟ୍ରେଲରରେ ଦେଖିବାକୁ ମିଳିଥିଲା । ଫଳରେ ଏହାକୁ ନେଇ ସାରା ଦେଶରେ ବିବାଦ ଆରମ୍ଭ ହେବା ସହ ଫିଲ୍ମ ରିଲିଜ୍ ଉପରେ ରୋକ ଲଗାଇବା ପାଇଁ କେରଳ ହାଇକୋର୍ଟରେ ଯାଚିକା ଦାୟର ହୋଇଥିଲା । ମାତ୍ର ହାଇକୋର୍ଟ ଏହାକୁ ଅଗ୍ରାହ୍ୟ କରିଦେବା ସହ ସୋସିଆଲ ମିଡ଼ିଆ ଆକାଉଣ୍ଟରୁ ବିବାଦୀୟ ଲାଇନକୁ ହଟାଇଦେବାକୁ କହିଥିଲେ ।
Published by:Soumya Das
First published: