ପତ୍ନୀ ଅନୁଷ୍କାଙ୍କୁ ବସାଇ ସ୍କୁଟରରେ ବୁଲିଲେ ବିରାଟ କୋହଲି; ଭିଡିଓ ଭାଇରାଲ

ନିକଟରେ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ମୁମ୍ବାଇର ଏକ ସ୍କୁଟରରେ ବୁଲୁଥିବାର ନଜର ଆସିଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଭିଡିଓ ।

ପତ୍ନୀ ଅନୁଷ୍କାଙ୍କୁ ବସାଇ ସ୍କୁଟରେ ବୁଲିଲେ ବିରାଟ କୋହଲି

ପତ୍ନୀ ଅନୁଷ୍କାଙ୍କୁ ବସାଇ ସ୍କୁଟରେ ବୁଲିଲେ ବିରାଟ କୋହଲି

  • Share this:
News 18 Odia Digital

ମୁମ୍ବାଇ : ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳି ବିରାଟ କୋହଲି କ୍ରିକେଟରୁ କିଛି ସମୟ ପାଇଁ ବିରତି ନେଇଛନ୍ତି । ସେ ଏସିଆ କପ୍ ୨୦୨୨ରେ ପଡ଼ିଆକୁ ପୁଣି ଫେରିବେ । ନିକଟରେ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ମୁମ୍ବାଇର ଏକ ସ୍କୁଟରରେ ବୁଲୁଥିବାର ନଜର ଆସିଥିଲେ । କୋହଲି ଓ ଅନୁଷ୍କା ସ୍କୁଟରରେ ବୁଲୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଶଂସକମାନେ ମଧ୍ୟ ଏହା ଉପରେ ଅନେକ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ।

କୋହଲି ଓ ଅନୁଷ୍କା ମୁମ୍ବାଇରେ ଏକ ସ୍କୁଟରରେ ବୁଲୁଥିବା ଦେଖିବାକୁ ମିଳିଥିଲା । ଦୁହେଁ କଳା ହେଲମେଟ ପିନ୍ଧିଥିଲେ । ଏହା ସତ୍ତ୍ୱେ ତାଙ୍କ ଫ୍ୟାନ୍ସ ମାନେ ତାଙ୍କୁ ଚିହ୍ନି ପାରିଥିଲେ । କୋହଲି ଓ ଅନୁଷ୍କାଙ୍କୁ ମଧ୍ୟ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା, କାରଣ ଅନେକ ଲୋକ ସେମାନଙ୍କ ଭିଡିଓ ତିଆରି କରୁଥିଲେ ଓ ଫଟୋ ଉଠାଉ ଥିଲେ । ଏଥି ପାଇଁ ଅନୁଷ୍କା ମଧ୍ୟ ଟିକେ ବିରକ୍ତ ହୋଇଯାଇଥିଲେ ।

ଉଲ୍ଲେଖନୀୟ କଥା ହେଉଛି, ଇଂଲଣ୍ଡ ଗସ୍ତ ପରେ କୋହଲି କିଛି ସମୟ ପାଇଁ ବିଶ୍ରାମ ନେଉଛନ୍ତି । ସେ ଭାରତୀୟ ଦଳ ସହ ଜିମ୍ବାୱେ ଯାଇନାହାଁନ୍ତି । ଖରାପ ଫର୍ମ ପାଇଁ କୋହଲିଙ୍କୁ ସମାଲୋଚନା କରାଯାଉଥିଲା । ଏହା ପରେ ସେ ଏକ ବିରତି ନେଇଛନ୍ତି । କିନ୍ତୁ ସେ ଏସିଆ କପ୍‌ରେ ପଡ଼ିଆକୁ ଫେରିବେ । ଏଥିରେ ଭାରତର ପ୍ରଥମ ମ୍ୟାଚ୍ ପାକିସ୍ତାନ ବିପକ୍ଷରେ ଅଛି । ଯାହା ଅଗଷ୍ଟ ୨୮ ରେ ଖେଳାଯିବ ।
Published by:Sujit Swain
First published: