Viral Video: ଟିଭି ଅଭିନେତ୍ରୀ ରୁବିନା ୩୧ କିଲୋର ଲେହେଙ୍ଗାରେ କଲେ ଦମଦାର ଡ୍ୟାନ୍ସ

ସୋସିଆଲ ମିଡିଆରେ ଅଭିନେତ୍ରୀ ରୁବିନା ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଟିଭି ପରେ, ରୁବିନା 'ବିଗ୍‌ ବସ୍‌’ ଓ ‘ଖତ୍‌ରୋଁ କେ ଖିଲାଡ଼ି’ ପରେ ‘ଝଲକ୍‌ ଦିଖ୍‌ଲା ଯା-୧୦’ରେ ମଧ୍ଯ ଦମ୍‌ଦାର ପ୍ରଦର୍ଶନ କରୁଛନ୍ତି।

ଟିଭି ଅଭିନେତ୍ରୀ ରୁବିନା

ଟିଭି ଅଭିନେତ୍ରୀ ରୁବିନା

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ମୁମ୍ବାଇ: ସୋସିଆଲ ମିଡିଆରେ ଅଭିନେତ୍ରୀ ରୁବିନା ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଟିଭି ପରେ, ରୁବିନା 'ବିଗ୍‌ ବସ୍‌’ ଓ ‘ଖତ୍‌ରୋଁ କେ ଖିଲାଡ଼ି’ ପରେ ‘ଝଲକ୍‌ ଦିଖ୍‌ଲା ଯା-୧୦’ରେ ମଧ୍ଯ ଦମ୍‌ଦାର ପ୍ରଦର୍ଶନ କରୁଛନ୍ତି। ନିକଟରେ ଶୋରେ ଆଘାତରୁ ମୁକ୍ତି ପାଇଥିବା ରୁବିନା ସୋସିଆଲ ମିଡିଆରେ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ରୁବିନା ୩୧ କିଲୋର ଘାଘରା ପିନ୍ଧି ନୃତ୍ୟ କରିଛନ୍ତି । ସେତିକି ନୁହେଁ, ତାଙ୍କ ପାଦ ତଳେ ୫୦୦ କଣ୍ଟା ମଧ୍ୟ ବିଛାଯାଇଛି। ସେ ଇନ୍‌ଷ୍ଟାଗ୍ରାମ୍‌ରେ ଘାଘରା-ଚୋଲିର କିଛି ଫଟୋ ମଧ୍ୟ ଶେୟାର କରିଛନ୍ତି। ଫଟୋରେ ସେ ମୁଣ୍ଡରେ ମାଠିଆ ରଖିଥିବା ନଜର ଆସିଛନ୍ତି । ମାଠିଆରେ ନିଆଁ ଜଳୁଥିବାର ଦୃଶ୍ୟ ସାଙ୍ଗକୁ ପାଦ ତଳେ କଣ୍ଟା ଦେଖିବାକୁ ମିଳିଛି।

ବିଚାରକ ମଣ୍ଡଳୀରେ ଥିବା ମାଧୁରୀ ଦୀକ୍ଷିତ, କରଣ ଜୋହର ଓ ନୋରା ଫତେହି ରୁବିନାଙ୍କୁ ଏକ୍ସପ୍ରେସନ୍‌ କୁଇନ୍‌ ଟାଇଟଲ୍‌ ଦେଇଛନ୍ତି । ପ୍ରଥମ ଦିନରୁ ସେ ଦମ୍‌ଦାର ନୃତ୍ୟ ଜରିଆରେ ସମସ୍ତଙ୍କ ମନ କିଣିଛନ୍ତି। ଅଭିନେତ୍ରୀ ରୁବିନା ବର୍ତ୍ତମାନ ବେଶି ରିଆଲିଟି ଶୋ’ରେ ଭାଗ ନେଉଛନ୍ତି। ବିଗ୍ ବସ୍ ୧୪ ଜିତିଥିବା ରୁବିନାଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଟିଭି ଦୁନିଆର ସବୁଠାରୁ ଧନୀ ଅଭିନେତ୍ରୀମାନଙ୍କ ମଧ୍ୟରେ ଗଣିତ ରୁବିନା 'ଝଲକ ଦିଖଲା ଜା ୧୦'ରେ ପ୍ରତିଯୋଗୀ ଭାବରେ ଅଂଶଗ୍ରହଣ କରୁଛନ୍ତି। ନିକଟରେ ‘ଝଲକ୍‌ ଦିଖ୍‌ଲା ଯା-୧୦ର ସେଟରେ ସେ ଆହତ ହୋଇଥିଲେ। ଏହା ପରେ ତାଙ୍କୁ ଏକ ଷ୍ଟ୍ରେଚରରେ ନିଆଯାଇଥିଲା। ବର୍ତ୍ତମାନ ସୁସ୍ଥ ହେବା ପରେ ରୁବିନା ସେଟକୁ ଫେରିଛନ୍ତି।
Published by:Soumyashree Mishra
First published: