News18 Odia Digital
Bollywood Actress: ଏବେ ଆପଣ ଦେଖୁଥିବା ଏହି କୁନି ଝିଅ ବର୍ତ୍ତମାନ ୪୮ ବର୍ଷର। ସେ ବଲିଉଡରେ ଅନେକ ନାମ, ଅର୍ଥ ଏବଂ ମାନ୍ୟତା ଅର୍ଜନ କରିସାରିଛନ୍ତି। ଅନେକ ହିଟ୍ ଚଳଚ୍ଚିତ୍ରରେ କାମ କରିଛନ୍ତି।
ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଅନେକ ଥର ଚର୍ଚ୍ଚାରେ ରହିଛନ୍ତି। ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ତାଙ୍କ ପିତାମାତାଙ୍କର ସମ୍ପର୍କ ଥିଲା। ସେ କୋଟି କୋଟି ଟଙ୍କାର ମାଲିକିଆଣି। ପ୍ରତି ମାସରେ ୫୦ ଲକ୍ଷରୁ ଅଧିକ ଆୟ କରୁଛନ୍ତି ସେ। ମୁମ୍ବାଇର ବିଚ୍ ସାମ୍ନାରେ ତାଙ୍କ ବଙ୍ଗଳା। ତାଙ୍କ ପାଖରେ ଅନେକ ଦାମୀ ଗାଡ଼ି ମଧ୍ୟ ଅଛି। ସେ ଚାରି ସନ୍ତାନଙ୍କ ମା'। ସେହିପରି ଦୁଇଟି ଝିଅଙ୍କୁ ସେ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଛନ୍ତି।

ପିତାଙ୍କ ସହ କୁନି ରବୀନା
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଅଭିନେତ୍ରୀ ମଧ୍ୟ ଜେଜେମା ହୋଇସାରିଛନ୍ତି। ଯଦି ଏପର୍ଯ୍ୟନ୍ତ ଆପଣ ଏହି ଅଭିନେତ୍ରୀଙ୍କୁ ଚିହ୍ନିପାରିଲେ ନାହିଁ ତେବେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ଜଣଙ୍କ କିଏ?
ପଢ଼ନ୍ତୁ ଏହି ଖବର: CAA ବିରୋଧ ପ୍ରଦର୍ଶନ ସମୟରେ ପ୍ରେମ, ଆଉ ଏବେ ବିବାହ; ସ୍ବରା-ଫହାଦଙ୍କ ପ୍ରେମ କାହାଣୀଫଟୋରେ ଅମିତାଭ ବଚ୍ଚନଙ୍କ ସହ ଦେଖାଯାଇଥିବା ଏହି ଝିଅ ୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ରବୀନା ଟଣ୍ଡନ (Raveena Tandon)। ଯାହାଙ୍କ ଫିଲ୍ମର ଗୀତ 'ଟିପ୍ ଟିପ୍ ବର୍ଷା ପାନି' ଆଜି ମଧ୍ୟ ଲୋକପ୍ରିୟ। ସେ ତାଙ୍କ ପିତା ରବି ଟଣ୍ଡନଙ୍କ ଜନ୍ମ ବାର୍ଷିକୀରେ କିଛି ସ୍ମରଣୀୟ ଫଟୋ ସେୟାର କରିଛନ୍ତି।
ଋଷି କପୁରଙ୍କ ବିବାହରେ ରବୀନା ଏହିପରି ଦେଖାଯାଉଥିଲେରବୀନା ଇନଷ୍ଟାଗ୍ରାମରେ ପ୍ରାୟତଃ ନିଜର ପୁରୁଣା ଫଟୋ ସେୟାର କରନ୍ତି। ଥରେ ସେ ଦିବଂଗତ ଅଭିନେତା ଋଷି କପୁର ଏବଂ ନୀତୁ କପୁରଙ୍କ ବିବାହ ରିସେପ୍ସନ୍ ଫଟୋ ସେୟାର କରିଥିଲେ। ସେ ସେତେବେଳେ ବହୁତ ଛୋଟ ଥିଲେ।

ଋଷି କପୁରଙ୍କ ବିବାହରେ ରବୀନା ଏହିପରି ଦେଖାଯାଉଥିଲେ
ପଢ଼ନ୍ତୁ ଏହି ଖବର: ୟେ ସୁନ୍ଦରୀ ଅଭିନେତ୍ରୀ କିଏ? ପିଲାବେଳେ ଥିଲେ ବହୁତ କ୍ୟୁଟ୍ମଡେଲିଂ ସହିତ କ୍ୟାରିୟର ଆରମ୍ଭ କରିଥିଲେ ରବୀନାରବୀନା ୧୯୭୨ ଅକ୍ଟୋବର ୨୬ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ରବି ଟଣ୍ଡନ୍ ଏବଂ ମାତା ବୀଣା ଟଣ୍ଡନଙ୍କ ନାମରେ ତାଙ୍କ ନାମ ରବୀନା ରଖାଯାଇଛି। ତାଙ୍କ ପିତା ରବି ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଜଣେ ନିର୍ଦ୍ଦେଶକ ଏବଂ ନିର୍ମାତା ଥିଲେ। ରବୀନାଙ୍କର ଜଣେ ଭାଇ ରାଜୀବ ଟଣ୍ଡନ୍ ଅଛନ୍ତି, ଯିଏ ଅଭିନେତ୍ରୀ ରାକ୍ଷୀଙ୍କୁ ବିବାହ କରିଥିଲେ। ରବୀନା ମଡେଲିଂରୁ ତାଙ୍କ କ୍ୟାରିୟର୍ ଆରମ୍ଭ କରିଥିଲେ ।
କଲେଜ ପରେ ରବୀନା ଟଣ୍ଡନ୍ ଏକ PR କମ୍ପାନୀରେ ଇଣ୍ଟର୍ନସିପ୍ କରୁଥିଲେ, ଯେତେବେଳେ ସେ ତାଙ୍କର ପ୍ରଥମ ଫିଲ୍ମ ଅଫର୍ ପାଇଥିଲେ। ସେ ଏକ ସାକ୍ଷାତକାରରେ କହିଥିଲେ ଯେ ସେ କେବେ ଅଭିନେତ୍ରୀ ହେବାକୁ ଚିନ୍ତା କରିନଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।