ବିକି କୌଶଳ: ସହଜ ନଥିଲା ବଲିଉଡକୁ ଜୀବନ ଯାତ୍ରା; ‘ହଜାରେ ଅଡିସନରେ ରିଜେକ୍ଟ ହୋଇଛି’

ବିକି କୌଶଲଙ୍କୁ ଗୋଟେ ରୋଲ ପାଇବା ପାଇଁ ତାଙ୍କୁ କମ କଷ୍ଟ କରିବାକୁ ପଡିନି। ନିକଟରେ ଏକ ସାକ୍ଷାତକାର ଦେଇ ବିକି ଏହାର ଖୁଲାସା କରିଛନ୍ତି।

ନିଜ ସଂଘର୍ଷ ପୂର୍ଣ୍ଣ ଜୀବନ ବାବଦରେ ବଖାଣିଛନ୍ତି ବିକି (ପ୍ରତୀକାତ୍ମକ ଛବି)

ନିଜ ସଂଘର୍ଷ ପୂର୍ଣ୍ଣ ଜୀବନ ବାବଦରେ ବଖାଣିଛନ୍ତି ବିକି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ : ଖୁବ କମ ଦିନରେ ବିକି କୌଶଲ ବଲିଉଡରେ ଜଣେ ପ୍ରସିଦ୍ଧ ଚେହେରା ବନିଯାଇଛନ୍ତି। ସେ ଆଜିକାଲି ନିଜ ଫିଲ୍ମ ‘ସରଦାର ଉଦ୍ଧମ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇସାରିଥିବା ବେଳେ ଏହାକୁ ଖୁବ ପସନ୍ଦ ମଧ୍ୟ କରାଯାଉଛି। ବିଶେଷ କରି ଏହି ଫିଲ୍ମରେ ସରଦାର ଉଦ୍ଧମ ସିଂହଙ୍କ ଭୂମିକା ନେଇ ବିକି କୌଶଲଙ୍କୁ ଖୁବ ପ୍ରଶଂସା କରାଯାଉଛି। ବର୍ତ୍ତମାନ ସମୟରେ ଏହି ଅଭିନେତା ବଲିଉଡ ଇଣ୍ଡଷ୍ଟ୍ରୀରେ ଜଣେ ସଫଳ କଳାକାର। ଯଦି ତାଙ୍କ ପୂର୍ବ ସମୟକୁ ଦେଖାଯାଏ ତେବେ ତାଙ୍କ ଜୀବନ କମ ସଂଘର୍ଷମୟ ନ ଥିଲା। ଦିନେ ଗୋଟେ ରୋଲ ପାଇବା ପାଇଁ ତାଙ୍କୁ କମ କଷ୍ଟ କରିବାକୁ ପଡିନି। ନିକଟରେ ଏକ ‍ସାକ୍ଷାତକାର ଦେଇ ବିକି ଏହାର ଖୁଲାସା କରିଛନ୍ତି।

ବିକି ଜୁମ ଟିଭିକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ “ଯେତେବେଳେ ଆପଣଙ୍କୁ ଅଡିଶନ ଦେବାକୁ ହୁଏ ସେତେବେଳେ ଆପଣଙ୍କୁ ଜଣାପଡିବ ଯେ ଆପଣ କେତେ ପାଣିରେ ଅଛନ୍ତି। କାରଣ ଏହି ସମୟରେ ଆପଣଙ୍କୁ ଶହେରୁ ହଜାର ଲୋକଙ୍କ ସହ କମ୍ପିଟ କରିବାକୁ ହେବ। ଆପଣ ହଜାରେ ଅଭିନେତାଙ୍କ ଗହଣରେ ଥିବେ ଓ ଆପଣଙ୍କ ପାଳିକୁ ଅପେକ୍ଷା କରିଥିବେ। ସେମାନଙ୍କ ମଧ୍ୟରୁ କିଛି ବହୁତ ଭଲ ଅଭିନୟ କରୁଥିବେ। ସେମାନଙ୍କୁ ଦେଖି ଆପଣଙ୍କ ମନୋବଳ କମିଯାଇପାରେ ନଚେତ ବଢ଼ିଯାଇପାରେ। ଦିନକୁ ଆପଣଙ୍କୁ ଅନେକ ଅଡିଶନ ଦେବାକୁ ପଡିପାରେ। ଯଦି ଆପଣ ସବୁଠାରୁ ଭଲ କରନ୍ତି ତେବେ ଦୃଢ଼ ବିଶ୍ୱାସ ଆସେ।”

ସେ କହିଛନ୍ତି ଯେ “ଲୋକମାନେ ହୁଏତ ଜାଣି ନ ଥିବେ ଯଦି ମୁଁ ୧୦ଟି ଅଡିସନରେ ସଫଳ ହୋଇଛି ତେବେ ହଜାରେ ଅଡିସନରେ ବିଫଳତାର ସ୍ୱାଦ ଚାଖିଛି। ହଜାରେ ଅଡିସନରେ ମତେ ରିଜେକ୍ଟ କରାଯାଇଛି। ୧୦ଟି ଅଡିସନ ମୁଁ ପାସ କରିଛି। ସମସ୍ତେ ଭାବନ୍ତି ଆରେ ୟାକୁ ତ ଖୁବ୍ ସହଜରେ ମିଳିଗଲା। କିନ୍ତୁ ସେମିତି କିଛି ନୁହେଁ। ତେବେ ଅଭିନୟ ଛଡ଼ା ମୋ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ। ଯଦି ମୋ ଅଭିନୟ ନ ଚାଲେ, ଲୋକେ ଯଦି ମତେ ପସନ୍ଦ ନ କରନ୍ତି ତେବେ ମୋ ପାଖରେ ଆଉ କିଛି ନାହିଁ। ଏହା ନିଜକୁ କାମରେ ଲାଗି ରହିବା ନେଇ ସାହସ ଦିଏ।”

ତେବେ ବିକି କୌଶଲଙ୍କୁ ଫିଲ୍ମ ‘ଉରୀ’ରେ ସଫଳତା ମିଳିଥିଲା। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ଏହା ପରେ ତାଙ୍କୁ ଆହୁରି ଅନେକ ପ୍ରୋଜେକ୍ଟ ମିଳିଥିଲା। ତାଙ୍କୁ ‘ଦ ଇମୋର୍ଟାଲ ଅଶ୍ୱସ୍ଥମା’ରେ କାମ କରିବାର ଥିଲା। କିନ୍ତୁ ଫିଲ୍ମର ସୁଟିଂକୁ ଘୁଞ୍ଚାଯାଇଛି। ଏହା ସହିତ ସେ ‘ସେମ ବାହାଦୂର’ ଓ ‘ତଖ୍‌ତ’ ଭଳି ଫିଲ୍ମରେ ଅଂଶ ଗ୍ରହଣ କରିଛନ୍ତି। ସେ ମଧ୍ୟ ସାରା ଅଲ୍ଲୀ ଖାନଙ୍କ ସହ ଲକ୍ଷ୍ମଣ ଉଟେକରଙ୍କ ଫିଲ୍ମରେ ନଜର ଆସିବେ।
Published by:Soumya Das
First published: