- News18 Odia
- Last Updated :
- New Delhi, India
News 18 Odia Digital
ମୁମ୍ୱାଇ: ଅଭିନେତ୍ରୀ କ୍ୟାଟ୍ରିନାଙ୍କୁ ବାହା ହେବା ପରଠାରୁ ଭିକି କୌଶଲ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ନିକଟରେ ଭିକି କୌଶଲ, ଭୁମି ପେଡନେକର ଏବଂ କିଆରା ଆଡଭାନୀଙ୍କ ଫିଲ୍ମ "ଗୋବିନ୍ଦା ନାମ ମେରା"ର ଟ୍ରେଲର ସାମ୍ନାକୁ ଆସିଛି। ଶଶାଙ୍କ ଖେତାନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଟ୍ରେଲର ଆରମ୍ଭରେ ମଜାଦାର ଢଙ୍ଗରେ ଥିବା ବେଳେ ଶେଷ ବେଳକୁ ମର୍ଡର ମିଷ୍ଟ୍ରି ଦେଖିବାକୁ ମିଳୁଛି। ସୂଚନା ଅନୁଯାୟୀ ଫିଲ୍ମଟି ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବାକୁ ଯାଉଛି। ଭିକି ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଟ୍ରେଲରକୁ ସେୟାର କରି ଲେଖିଛନ୍ତି, “ଗୋଟିଏ କାହାଣୀ, ଅନେକ ମୋଡ! ଗୋଟିଏ ହତ୍ୟା, କିଛି ରହସ୍ୟ, ଅନେକ ରୋମାଞ୍ଚ ଏବଂ ଟ୍ଵିଷ୍ଟ ନିଶ୍ଚିତ!” ଟ୍ରେଲରରେ ଏହି ଜିନିଷକୁ ଅଧିକ ଦେଖାଯାଇ ନାହିଁ। ଭିକିଙ୍କ ଅଭିନୟକୁ ଟ୍ରେଲରରେ ବହୁତ ପସନ୍ଦ କରାଯାଉଛି। ଭିକି ଏବଂ କିଆରାଙ୍କ ମଧ୍ୟରେ ଥିବା କେମେଷ୍ଟ୍ରି ମଧ୍ୟ ସବୁ ପସନ୍ଦ କରୁଛନ୍ତି।
କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଲ ବିବାହ ପରଠାରୁ ଦୁହେଁ ବହୁତ ଚର୍ଚ୍ଚାକୁ ଆସିଛନ୍ତି । ବଲିଉଡ୍ର ଚର୍ଚ୍ଚିତ ଯୋଡି ଭାବେ ଦୁହେଁ ବେଶ୍ ପରିଚିତ। ଗତବର୍ଷ ଡିସେମ୍ବରରେ ଭିକି ଏଵଂ କ୍ୟାଟ୍ରିନା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ସେମାନଙ୍କ ପ୍ରଶଂସକ ବିବାହ ପରେ ଦୁହିଁଙ୍କୁ ଏକାଠି ପରଦାରେ ଦେଖିବାକୁ ଚାହୁଁଥିଲେ। ସେମାନେ ଏକାଠି ପରଦାରେ କେବେ ଆସିବେ, ଏନେଇ ବହୁ ଚର୍ଚ୍ଚା ମଧ୍ଯ ହୋଇଛି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।