ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ବିକି-କ୍ୟାଟ୍ରିନାଙ୍କ ବିବାହକୁ ନେଇ ପ୍ରତିକ୍ରିୟା ରଖିଲେ ଏକ୍ସ ଗାର୍ଲଫ୍ରେଣ୍ଡ ହର୍ଲିନ; କହିଲେ ଆଗକୁ ବଢ଼ି ସାରିଛି

ବିକି-କ୍ୟାଟ୍ରିନାଙ୍କ ବିବାହକୁ ନେଇ ପ୍ରତିକ୍ରିୟା ରଖିଲେ ଏକ୍ସ ଗାର୍ଲଫ୍ରେଣ୍ଡ ହର୍ଲିନ; କହିଲେ ଆଗକୁ ବଢ଼ି ସାରିଛି

କ୍ୟାଟ୍ରିନା କୈଫ ଏବଂ ବିକି କୌଶଲ ଆସନ୍ତା ମାସରେ ଅର୍ଥାତ୍ ଡିସେମ୍ବରରେ ବିବାହ କରିବାକୁ ଯାଉଛନ୍ତି। ଏହାକୁ ନେଇ ବିକିଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ହର୍ଲିନ ସେଠୀ ପ୍ରତିକ୍ରିୟା ଦେଇଛନ୍ତି।

ବିକି-କ୍ୟାଟ୍ରିନାଙ୍କ ବିବାହକୁ ନେଇ ପ୍ରତିକ୍ରିୟା ରଖିଲେ ଏକ୍ସ ଗାର୍ଲଫ୍ରେଣ୍ଡ ହର୍ଲିନ; କହିଲେ ଆଗକୁ ବଢ଼ି ସାରିଛି
ବିକିଙ୍କ ସହ ୨୦୧୯ରେ ବ୍ରେକଅପ କରିଥିଲେ ହର୍ଲିନ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 11, 2021, 11:49 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: କ୍ୟାଟ୍ରିନା କୈଫ ଏବଂ ବିକି କୌଶଲ ଆସନ୍ତା ମାସରେ ଅର୍ଥାତ୍ ଡିସେମ୍ବରରେ ବିବାହ କରିବାକୁ ଯାଉଛନ୍ତି।  ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ ଉଭୟଙ୍କର ରୋକା ସାରିଯାଇଛି।  କେବଳ ଏତିକି ନୁହେଁ ଦୁହେଁ ବିବାହ ପାଇଁ ନିଜ ପୋଷାକ ମଧ୍ୟ ଡିଯାଇନ ପାଇଁ ଦିଆହୋଇଛି। କ୍ୟାଟ୍ରିନା-ଭିକିଙ୍କ ବିବାହରେ ବିକିଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ହାର୍ଲେନ ସେଠୀ ପ୍ରତିକ୍ରିୟା ଦେଇଛନ୍ତି।  ସେ କହିଛନ୍ତି ଯେ ବିକି-କ୍ୟାଟ୍ରିନାଙ୍କ ବିବାହକୁ ନେଇ ସେ ଆଦୌ ଚିନ୍ତିତ ନୁହଁନ୍ତି। ଭିକି ଓ ହାର୍ଲିନଙ୍କ ନିକଟତମ ବ୍ୟକ୍ତି ହାର୍ଲେନଙ୍କ ପ୍ରତିକ୍ରିୟା ବିଷୟରେ ଏହା କହିଛନ୍ତି। ସେ କହିଛନ୍ତି ଯେ ହାର୍ଲେନ୍ ସମ୍ପୁର୍ଣ୍ଣ ଭାବରେ ଆଗକୁ ବଢିଛନ୍ତି ଏବଂ ତାଙ୍କ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି।

ETimes କୁ ଦେଇଥିବା ସୂତ୍ରରେ କୁହାଯାଇଛି, “ହାର୍ଲେନ ସେଠୀ ଆଗକୁ ବଢ଼ିଛନ୍ତି। ସେ ନିଜ କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତି। ତେବେ ବିକି-କ୍ୟାଟ୍ରିନାଙ୍କ ବିବାହରେ ପ୍ରତିକ୍ରିୟା ରଖିବାକୁ ହାର୍ଲେନ ସେଠୀ ଉପଲବ୍ଧ ନଥିଲେ। ଉତ୍ସ ଆହୁରି କହିଛନ୍ତି, ବନ୍ଧୁମାନେ କ୍ୟାଟ୍ରିନା କୈଫଙ୍କ ସହ ବିକିଙ୍କ ସମ୍ପର୍କ ଏବଂ ଆଗାମୀ ବିବାହ ବିଷୟରେ ପଚାରିଥିଲେ, ହାର୍ଲେନ କହିଛନ୍ତି - ମୋତେ ସେହି ଜୋନ୍‌କୁ ନେଇଯାଅ ନାହିଁ।

ଏକତା କପୁରଙ୍କ 'ଟେଷ୍ଟ କେସ୍ ୨'ରେ କାମ କରିବାକୁ ହାରଲିନ୍ ସେଠୀ ବହୁତ ଉତ୍ସାହିତ ଅଛନ୍ତି। ନିକଟରେ ହାର୍ଲିନ୍ ଏକ ଚଳଚ୍ଚିତ୍ର ପାଇଁ ଏକ ଗୀତ ଶୁଟ୍ କରିଥିଲେ, ସେ ଅନ୍ୟ ଏକ ୱେବ୍ ସୋ ପାଇଁ ଆଲୋଚନା କରୁଛନ୍ତି। "ଏକତା କପୁରଙ୍କ ୱେବ୍ ସୋ 'ବ୍ରୋକେନ ବଟ ବିୟୁଟିଫୁଲ' ରେ କାମ କରିଥିବାରୁ ହାରଲିନ୍ ସେଠୀଙ୍କୁ ମଧ୍ୟ ପ୍ରଶଂସା କରାଯାଇଥିଲା।

ହରଲିନ ସେଠୀ ଏବଂ ବିକି କୌଶଲ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରିଥିଲେ। ୨୦୧୯ ମସିହାରେ, ଦୁହିଁଙ୍କର ବ୍ରେକଅପ ହୋଇଥିଲା। ଏକ ସାକ୍ଷାତକାରରେ ହର୍ଲିନ୍ ବିକିଙ୍କ ଆଚରଣରେ ପରିବର୍ତ୍ତନକୁ ବ୍ରେକଅପ୍ ହେବାର କାରଣ ବୋଲି କହିଥିଲେ। ସେ କହିଥିଲେ ଯେ ଫିଲ୍ମ 'ସଞ୍ଜୁ' ଓ 'ଉରି: ସର୍ଜିକାଲ୍ ଷ୍ଟ୍ରାଇକ୍' ପରେ ଭିକିଙ୍କ ଆଚରଣ ବଦଳିବା ଆରମ୍ଭ କରିଛି। ହଠାତ୍ ତାଙ୍କର ରଙ୍ଗ ବଦଳିବାକୁ ଲାଗିଲା। ଯେଉଁଥିପାଇଁ ସେମାନଙ୍କୁ ଅଲଗା ହେବାକୁ ପଡିଲା।

ଭିକି କୌଶଲ-କ୍ୟାଟ୍ରିନା କୈଫଙ୍କ ବିବାହ  ରାଜସ୍ଥାନର ସାୱାଇ ମାଧୋପୁର ଜିଲ୍ଲାରେ ଅବସ୍ଥିତ ସିକ୍ସ ସେନ୍ସ ବାରୱାରା ଫୋର୍ଟ ହୋଟେଲରେ ହେବ। ଚାଉଥ କା ବାରୱାରାରେ ଅବସ୍ଥିତ ଏହି ଦୁର୍ଗ ଚତୁର୍ଦ୍ଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲା ଏବଂ ଏହା ୮୦୦ ବର୍ଷ ପୁରୁଣା। ଏହି ଦୁର୍ଗକୁ ଏକ ବିଳାସପୂର୍ଣ୍ଣ ହୋଟେଲରେ ପରିଣତ କରାଯାଇଛି। ସୂଚନାନୁସାରେ, କ୍ୟାଟ୍ରିନା କୈଫ ଏବଂ ବିକି କୌଶଲ ଏହି ହୋଟେଲକୁ ରୟାଲ ୱେଡିଂ ପାଇଁ ବାଛିଛନ୍ତି। ବିବାହ କାର୍ଯ୍ୟ ୭ ରୁ ୧୨ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ।
Published by: Soumya Das
First published: November 11, 2021, 11:49 AM IST