ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ମୁହଁ ଖୋଲିଲେ ଅଭିନେତା ବିକି କୌଶଲ; କହିଲେ ମୋର ଖୁବ ଶୀଘ୍ର ନିର୍ବନ୍ଧ ହେବ

ମୁହଁ ଖୋଲିଲେ ଅଭିନେତା ବିକି କୌଶଲ; କହିଲେ ମୋର ଖୁବ ଶୀଘ୍ର ନିର୍ବନ୍ଧ ହେବ

ବର୍ତ୍ତମାନ ବିକି କଟ୍ରିନା କୈଫଙ୍କୁ ନେଇ ଥିବା ତାଙ୍କ ସଂପର୍କ ବିଷୟରେ କହିଛନ୍ତି। ମୋର ଖୁବ ଶୀଘ୍ର ନିର୍ବନ୍ଧ ହେବ, ଯେତେବେଳେ ଠିକ ସମୟ ଆସିବ ବୋଲି କହିଛନ୍ତି ବିକି ।

ମୁହଁ ଖୋଲିଲେ ଅଭିନେତା ବିକି କୌଶଲ; କହିଲେ ମୋର ଖୁବ ଶୀଘ୍ର ନିର୍ବନ୍ଧ ହେବ
ବିକି କୌଶଲ ମୁହଁ ଖୋଲିଛନ୍ତି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 18, 2021, 12:27 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ : ବଲିଉଡ ଅଭିନେତା ବିକି କୌଶଲଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ସର୍ଦ୍ଦାର ଉଦ୍ଧମ’ ରିଲିଜ୍ ହୋଇସାରିଛି। ଦର୍ଶକ ଏହାକୁ ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି। ବିକିଙ୍କ ବ୍ୟତୀତ ଏହି ଫିଲ୍ମରେ ବନିତା ସନ୍ଧୁ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି। ଆଜିକାଲି ନିଜ ଫିଲ୍ମ 'ସର୍ଦ୍ଦାର ଉଦ୍ଧମ’ର ସଫଳତାକୁ ଓ ପ୍ରଶଂସାକୁ ନେଇ ବିକି ଉତ୍ସାହିତ ଅଛନ୍ତି। ସେ ସବୁବେଳେ ଫିଲ୍ମର ପ୍ରଚାର ପ୍ରସାର ନେଇ ବ୍ୟସ୍ତ ଥାଇ ମଧ୍ୟ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କଥା ମଧ୍ୟ ପ୍ରଶଂସକଙ୍କ ମଧ୍ୟରେ ଶେୟାର କରୁଛନ୍ତି। ବର୍ତ୍ତମାନ ବିକି  କଟ୍ରୀନା କୈଫଙ୍କୁ ନେଇ ଥିବା ତାଙ୍କ ସଂପର୍କ ବିଷୟରେ କହିଛନ୍ତି।

କିଛିଦିନ ପୂର୍ବରୁ ଶୁଣାଯାଉଥିଲା ଯେ ବିକି ଓ କଟ୍ରୀନା ବିବାହ ପାଇଁ ରାଜି ହୋଇଛନ୍ତି। ସେମାନଙ୍କ ନିର୍ବନ୍ଧ ମଧ୍ୟ ହୋଇଯାଇଥିବା ଖବର ମଧ୍ୟ ଆସିଥିଲା। ଏହି ଅବସରରେ ସେମାନଙ୍କର କିଛି ପୁରୁଣା ଫଟୋ ମଧ୍ୟ ଭାଇରାଲ ହୋଇଥିଲା। ବର୍ତ୍ତମାନ ଏକ ସାକ୍ଷାତକାରରେ ବିକିଙ୍କୁ ତାଙ୍କ ବିବାହ ଯୋଜନା ଉପରେ ପ୍ରଶ୍ନ କରାଯାଇଥିଲା। ଏହାର ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ଏହି ଖବର ଆପଣଙ୍କ ସାଙ୍ଗମାନେ ହିଁ ପ୍ରଚାର କରିଛନ୍ତି। ମୋର ଖୁବ ଶୀଘ୍ର ନିର୍ବନ୍ଧ ହେବ, ଯେତେବେଳେ ଠିକ ସମୟ ଆସିବ। କିନ୍ତୁ ଏବେ ସେଭଳି କିଛି ହୋଇ ନାହିଁ।

ଦୀର୍ଘ ଦିନ ହେବ ବିକି କୌଶଲ ଓ କଟ୍ରୀନା କୈଫଙ୍କ ପ୍ରେମ ସଂପର୍କ ବିଷୟରେ ଚର୍ଚ୍ଚା ହୋଇଆସୁଛି। ତେବେ ଉଭୟ ସେମାନଙ୍କ ସଂପର୍କକୁ ନେଇ ସ୍ୱୀକାର କରି ନାହାନ୍ତି। କିନ୍ତୁ ଅଧିକାଂଶ ସମୟ ସେମାନଙ୍କୁ ଏକାଠି ବୁଲିବାର ଦେଖାଯାଏ। ବିକିଙ୍କୁ ଅନେକ ଥର ମଧ୍ୟ କଟ୍ରୀନାଙ୍କ ଘରେ ଦେଖାଯାଇଛି। ବିଭିନ୍ନ ପ୍ରୋଗ୍ରାମରେ ମଧ୍ୟ ସେମାନେ ଏକାଠି ଥିବା ନଜର ଆସନ୍ତି। ଶୁକ୍ରବାର କଟ୍ରୀନା କୈଫଙ୍କୁ ଫିଲ୍ମ ‘ସର୍ଦ୍ଦାର ଉଦ୍ଧମ’ର ସ୍କ୍ରିନିଂରେ ସାମିଲ ଥିବା ମଧ୍ୟ ଦେଖାଯାଇଥିଲା।

ଏହି ଫିଲ୍ମ ଦେଖିବା ପରେ କଟ୍ରୀନା ନିର୍ଦ୍ଦେଶକ ସୁଜିତ ସରକାର ଓ ବିକି କୌଶଲଙ୍କୁ ଜମେଇକି ପ୍ରଶଂସା କରିଥିଲେ। ବିକି ଓ କଟ୍ରୀନାଙ୍କ ନିର୍ବନ୍ଧ ଉତ୍ସବର ଗୁଜବକୁ ନେଇ ପୂର୍ବରୁ ବିକିଙ୍କ ସାନ ଭାଇ ସନୀ କୌଶଲ ମଧ୍ୟ କହିଛନ୍ତି। ସେ କହିଥିଲେ ଯେ ଏହି ଗୁଜବ ଉଡୁଥିବା ବେଳେ ବିକି ଜିମରେ ହିଁ ଥିଲେ। ସେ ଘରକୁ ଫେରିଲା ପରେ ପରିବାର ଲୋକେ ତାଙ୍କ ସହ ମଜ୍ଜା କରିଥିଲେ।
Published by: Soumya Das
First published: October 18, 2021, 12:27 PM IST