News18 Odia Digital
ରାଜସ୍ଥାନ: ଭିକି କୌଶଲ ଓ କ୍ୟାଟ୍ରିନା କୈଫ ରାଜସ୍ଥାନର ସାୱାଇ ମାଧୋପୁରର ଏକ ରାଜକୀୟ ହୋଟେଲରେ ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ। ଏହା ପୂର୍ବରୁ ୭ ତାରିଖ ଦିନ ଥିଲା କ୍ୟାଟ୍ରିନାଙ୍କ ମେହେନ୍ଦି ସମାରୋହ । ବିବାହ ପୂର୍ବରୁ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଭାଇରାଲ ହେଉଛି କ୍ୟାଟ୍ରିନାଙ୍କ କିଛି ଫଟୋ ।
ଭାଇରାଲ ହେଉଥିବା ଫଟୋରେ କ୍ୟାଟ୍ରିନା ହଳଦିଆ ଡ୍ରେସ୍ ପିନ୍ଧିଥିବାର ନଜର ଆସୁଛନ୍ତି । ଆଉ ତାଙ୍କ ହାତରେ ମେହେନ୍ଦି ଲାଗି ଥିବାର ଦେଖିବାକୁ ମିଳୁଛି। ପୂର୍ବରୁ ଏହି ରାଜକୀୟ ବିବାହରେ ଯୋଗ ଦେବାକୁ ୫୦ରୁ ଅଧିକ ଅତିଥି ପହଞ୍ଚିସାରିଥିଲେ । ଆଉ ଆଜି ଅନେକ ଅତିଥି ପହଞ୍ଚିବେ । ଯେଉଁଥିରେ ସାମିଲ ଅଛନ୍ତି ବଲିଉଡର ଜଣାଶୁଣା ସେଲିବ୍ରିଟି।
ବର୍ତ୍ତମାନ କ୍ୟାଟ୍ରିନାଙ୍କ ମେହେନ୍ଦି ସମାରୋହର ଫଟୋ ଭାଇରାଲ ହେଉଛି। କ୍ୟାଟ୍ରିନା ଓ ଭିକିଙ୍କ ବିବାହର କ୍ରେଜ ଏତେ ଅଧିକ ଯେ ଫ୍ୟାନ୍ସ ସୋସିଆଲ ମିଡ଼ିଆରେ ପୁରୁଣା ଫଟୋ ମଧ୍ୟ ଭାଇରାଲ କରୁଛନ୍ତି ଓ ବର୍ତ୍ତମାନ ଭାଇରାଲ ହେଉଥିବା ଏହି ଫଟୋଟି ଏଡିଟିଂ ଦ୍ୱାରା ପ୍ରସ୍ତୁତ କରାଯାଇଛି । ମଙ୍ଗଳବାର ଦିନ ବଲିଉଡ ଅଭିନେତ୍ରୀ ନେହା ଧୁପିଆ, ଅଙ୍ଗଦ ବେଦୀ, ଫିଲ୍ମ ନିର୍ଦ୍ଦେଶକ କବୀର ଖାନ ଓ ତାଙ୍କ ପତ୍ନୀ ମିନି ମଥୁର, ଅଭିନେତ୍ରୀ ଶାରଭାରୀ ବାଗ ଜୟପୁର ବିମାନବନ୍ଦରରେ ପହଞ୍ଚିଥିଲେ।

ଭିକି କୌଶଲଙ୍କ ନାଁରେ ମେହେନ୍ଦି ଲଗାଇଲେ କ୍ୟାଟ୍ରିନା କୈଫ
କ୍ୟାଟ୍ରିନା ଓ ଭିକି କୌଶଲ ହୋଟେଲରେ ପହଞ୍ଚିବା ମାତ୍ରେ ମ୍ୟାନେଜମେଣ୍ଟ ସେମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲା। କ୍ୟାଟ୍ରିନା ହୋଟେଲରେ ପହଞ୍ଚିବା ମାତ୍ରେ ବହୁତ ବାଣ ଫୁଟାଯାଇଥିଲା। ଯାହାର ଏକ ଭିଡିଓ ସୋସିଆଲ ମିଡଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି ।
ହୋଟେଲ ବାହାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି
କ୍ୟାଟ୍ରିନା ଓ ଭିକିଙ୍କ ରାଜକୀୟ ବିବାହକୁ ଦୃଷ୍ଟିରେ ରଖି ହୋଟେଲ ବାହାରେ ମୁଖ୍ୟ ରାସ୍ତାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ବିବାହରେ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ସୁରକ୍ଷା କୋଡ୍ ବିନା ପ୍ରବେଶକୁ ଅନୁମତି ନାହିଁ ।

କ୍ୟାଟ୍ରିନା କୈଫ ଓ ଭିକି କୌଶଲଙ୍କ ବିବାହକୁ ନେଇ ଉତ୍ସାହିତ ଫ୍ୟାନ୍ସ
ସେଥିପାଇଁ ଫଟୋ ନିଷେଧ
ବିବାହର ଫଟୋ ପାଇବା ପାଇଁ ଏକ ବିଦେଶୀ କମ୍ପାନୀ କ୍ୟାଟ୍ରିନା ଓ ଭିକିଙ୍କୁ ୧୦୦ କୋଟି ଟଙ୍କା ଅଫର ଦେଇଥିବା ଖବର ରହିଛି। ଯଦି ଉଭୟ ଏହି ଅଫରକୁ ଗ୍ରହଣ କରନ୍ତି, ତେବେ OTT ପ୍ଲାଟଫର୍ମରେ ବିବାହ ସମାରୋହର ଫଟୋ ଓ ଭିଡିଓ ଦେଖାଯିବ । ଏହାପୂର୍ବରୁ ଅନେକ ସେଲିବ୍ରିଟି ମଧ୍ୟ ଏହିପରି ଧାରା ଗ୍ରହଣ କରିସାରିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।