- News18 Odia
- Last Updated :
- Other, India
News18 Odia Digital
ଶାହରୁଖ ଖାନ ଓ ଦୀପିକାଙ୍କ ଆଗାମୀ ଚଳଚ୍ଚିତ୍ର 'ପଠାନ'କୁ ନେଇ ସମଗ୍ର ଦେଶରେ ଆଲୋଡ଼ନ ଦେଖାଦେଇଛି। ଏଭଳି ପରିସ୍ଥିତିରେ ଗୁଜୁରାଟରେ ମଧ୍ୟ ଫିଲ୍ମ ବିରୋଧରେ ବିରୋଧ ଆରମ୍ଭ ହୋଇଛି। ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ଘୋଷଣା କରିଛି ଯେ ସେମାନେ ଗୁଜୁରାଟରେ ଫିଲ୍ମ ରିଲିଜ କରିବାକୁ ଦେବେ ନାହିଁ ଓ ଯଦି ଫିଲ୍ମ ରିଲିଜ ହୁଏ ତେବେ କୌଣସି ଘଟଣା ପାଇଁ ସିନେମା ହଲ ଦାୟୀ ରହିବ। ନିକଟରେ ଜଣେ ବିଶ୍ୱ ହିନ୍ଦୁ ପରିଷଦ ଅଧିକାରୀ କହିଛନ୍ତି ଯେ ଶାହାରୁଖ ଏହି ଗୀତ ପାଇଁ କ୍ଷମା ମାଗନ୍ତୁ।
ବାସ୍ତବରେ କେବଳ ଏତିକି ନୁହେଁ ବିଶ୍ୱ ହିନ୍ଦୁ ପରିଷଦର ଅଧିକାରୀ ମଧ୍ୟ କହିଛନ୍ତି ଯେ ଯଦି ଶାହାରୁଖ ଖାନ କ୍ଷମା ନ ମାଗନ୍ତି ତା’ହେଲେ ତାଙ୍କ ଫିଲ୍ମ ରିଲିଜ ହେବାକୁ ଦିଆଯିବ ନାହିଁ। ଏଥି ସହ ସଂଗଠନର ଯୁଗ୍ମ ସଚିବ ସୁରେନ୍ଦ୍ର ଜେନା କୋଲକାତା ଚଳଚ୍ଚିତ୍ର ମହୋତ୍ସବରେ ଶାହାରୁଖ ଖାନଙ୍କ ଅଭିଭାଷଣକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ 'ଶାହାରୁଖ ଖାନ ଅହଂକାର କରୁଛନ୍ତି'। କ୍ଷମା ମାଗିବା ପରିବର୍ତ୍ତେ ଶାହରୁଖ ଗର୍ବ ମନୋଭାବ ପ୍ରଦର୍ଶନ କରୁଛନ୍ତି"।
ଏହାପୂର୍ବରୁ ବିଶ୍ୱ ହିନ୍ଦୁ ପରିଷଦର ଅଧିକାରୀ ବିନୋଦ ବଂଶଲ ଦୀପିକା ପାଦୁକୋନଙ୍କ ପୋଷାକର ରଙ୍ଗକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଗୀତର ବେସରମ ରଙ୍ଗ ଉପରେ ମଧ୍ୟ ସେ ଆପତ୍ତି କରିଥିଲେ। ସେ କହିଛନ୍ତି ଯେ ହିନ୍ଦୁ ସମାଜ ଏଭଳି ଫିଲ୍ମକୁ କଦାପି ଗ୍ରହଣ କରିବ ନାହିଁ। ଏହା ବ୍ୟତୀତ ବଜରଙ୍ଗ ଦଳ ମଧ୍ୟ ଫିଲ୍ମର ଗୀତକୁ ବିରୋଧ କରି କହିଛନ୍ତି ଯେ ଅଭିନେତ୍ରୀ ଜଣକ ଗେରୁଆ ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି। ଅନେକ ଲୋକ ଫିଲ୍ମର ସିନ କାଟିବାକୁ ଏବଂ ବେସରମ ରଙ୍ଗ ଗୀତକୁ ପୁନଃ ସୁଟ୍ କରିବାକୁ ଦାବି କରିଛନ୍ତି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।