କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ଭେଟେରାନ ଗାୟକ ନିର୍ମଳା ମିଶ୍ରଙ୍କର ଆଜି ହୃଦଘାତରେ ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ।

ହୃଦଘାତରେ ଭେଟେରାନ କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କ ଦେହାନ୍ତ; ଶୋକ ପ୍ରକାଶ କଲେ ଅନେକ କଳାକାର

ହୃଦଘାତରେ ଭେଟେରାନ କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କ ଦେହାନ୍ତ; ଶୋକ ପ୍ରକାଶ କଲେ ଅନେକ କଳାକାର

  • Share this:
News 18 Odia Digital

ଭୁବନେଶ୍ୱର;  ଭେଟେରାନ ଗାୟକ ନିର୍ମଳା ମିଶ୍ରଙ୍କର ଆଜି ହୃଦଘାତରେ ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ।

ଭେଟେରାନ ବଙ୍ଗୀୟ ଗାୟିକା ନିର୍ମଳା ମିଶ୍ର ରବିବାର ଦିନ ସକାଳେ ଚେତଲା ଅଞ୍ଚଳ ସ୍ଥିତ ବାସଭବନରେ ହୃଦଘାତରେ ପ୍ରାଣ ହରାଇଛନ୍ତି ବୋଲି ଜଣେ ବରିଷ୍ଠ ଡାକ୍ତର କହିଛନ୍ତି । ତାଙ୍କର ବୟସ ୮୧ ଥିଲା । ଅନେକ ବଙ୍ଗାଳୀ ଏବଂ ଓଡିଆ ଚଳଚ୍ଚିତ୍ର ଗୀତରେ ସ୍ୱର ଦେଇଥିବା ନିର୍ମଳା ମିଶ୍ର କିଛି ସମୟ ଧରି ବାର୍ଦ୍ଧକ୍ୟ ଜନିତ ରୋଗ ସହ ସଂଗ୍ରାମ କରୁଥିଲେ । ଡାକ୍ତର ପିଟିଆଇକୁ କହିଛନ୍ତି ଯେ, ସକାଳ ପ୍ରାୟ ୧୨.୦୫ ସମୟରେ ହୃଦଘାତର ଶିକାର ହୋଇ ତାଙ୍କୁ ନିକଟ ନର୍ସିଂହୋମକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

୧୯୩୮ ମସିହାରେ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ନିର୍ମଳା ମିଶ୍ର ସଂଗୀତ ସୁଧାକର ବାଲକୃଷ୍ଣ ଦାସ ପୁରସ୍କାର ପାଇଛନ୍ତି, ଯାହାକି ଓଡ଼ିଆ ସଙ୍ଗୀତରେ ଆଜୀବନ ଅବଦାନ ପାଇଁ ତାଙ୍କୁ ପ୍ରଦାନ କରାଯାଇଥିଲା।

ତାଙ୍କର ଲୋକପ୍ରିୟ ବଙ୍ଗୀୟ ଗୀତଗୁଡ଼ିକ ହେଉଛି ' ଏମୋନ୍ ଏକତା ଝିନୁକ୍', 'ବୋଲୋ ତୁ ଅର୍ଶୀ' ଏବଂ ' ଏଇ ବଙ୍ଗଳାର ମାଟି ଟି' । ତାଙ୍କର କିଛି ହିଟ୍ ଓଡିଆ ଗୀତ ହେଉଛି 'ନିଦା ଭରା ରାତି ମଧୁ ଝରା ଜହ୍ନ' ଏବଂ 'ମୋ ମନ ବୀଣାର ତାରେ' ।
Published by:Soubhagya Mishra
First published: