ସାଉଥ ସିନେମାର ଭେଟେରାନ ଅଭିନେତା କୈକାଲା ସତ୍ୟନାରାୟଣଙ୍କ ଦେହାନ୍ତ
- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ: ସାଉଥ ସିନେମାର ଭେଟେରାନ ଅଭିନେତା କୈକାଲା ସତ୍ୟନାରାୟଣଙ୍କ ଦେହାନ୍ତ ହୋଇଛି। ୮୭ ବୟସରେ ଅଭିନେତା ତାଙ୍କ ହାଇଦ୍ରାବାଦସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତ କିଛି ମାସ ଧରି, ସେ ଅନେକ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ଥିଲେ ଏବଂ ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ଅଭିନେତା ସତ୍ୟନାରାୟଣଙ୍କ ମୃତ୍ୟୁ ବିଷୟରେ ଭାମଶି ଏବଂ ଶେଖର ନିଜ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ସୂଚନା ଦେଇଛନ୍ତି। ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି, 'ଭେଟେରାନ ଅଭିନେତା କୈକାଲା ସତ୍ୟନାରାୟଣଙ୍କର ଦେହାନ୍ତ ହୋଇଛି। ଏହି ପୋଷ୍ଟ ପରଠାରୁ ଦକ୍ଷିଣ ଚଳଚ୍ଚିତ୍ରର ସମସ୍ତ ତାରକା ଏବଂ ପ୍ରଶଂସକ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଖବର ଅନୁଯାୟୀ, ଅଭିନେତାଙ୍କ ଶେଷ ରୀତି ଆସନ୍ତା କାଲି କରାଯିବ।
ଅଭିନେତା ୧୯୬୦ ମସିହାରେ ନାଗସ୍ୱରାମଙ୍କୁ ବିବାହ କରିଥିଲେ। ଏହି ଅଭିନେତା ତେଲୁଗୁ ସିନେମାର ଜଣେ ଭେଟେରାନ୍ ଅଭିନେତା ଥିଲେ। ଅଭିନୟ ବ୍ୟତୀତ ସେ ଅନେକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଛନ୍ତି। ସେ ୬୫୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି। ସେ ମହେଶ ବାବୁ, ଏନଟିଆର ସହିତଙ୍କ ସହ ମଧ୍ୟ କାମ କରିଛନ୍ତି। ସତ୍ୟନାରାୟଣଙ୍କ ମୃତ୍ୟୁ ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ପାଇଁ ଏକ ବଡ ଝଟକାରେ ପରିଣିତ ହୋଇଛି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।