News18 Odia Digital
Chalapathi Rao Death:ସାଉଥ ଚଳଚ୍ଚିତ୍ର ଶିଳ୍ପକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତେଲୁଗୁ ଅଭିନେତା ତମାରେଡି ଚଲପତି ରାଓଙ୍କ ଦେହାନ୍ତ ହୋଇଛି। ୭୮ ବର୍ଷ ବୟସରେ ହୃଦଘାତରେ ତମାରେଡି ରାଓଙ୍କର ମୃତ୍ୟୁ ହୋଇଛି। ଏମଏଲଏ କଲୋନୀରେ ଥିବା ତାଙ୍କ ପୁଅ ରବି ବାବୁଙ୍କ ଘରେ ହୃଦଘାତରେ ଏହି ଅଭିନେତାଙ୍କର ମୃତ୍ୟୁ ଘଟିଛି।
ତାଙ୍କର ବ୍ୟଙ୍ଗ ଓ ଖଳନାୟକ ଭୂମିକା ପାଇଁ ବେଶ ଜଣାଶୁଣା ଥିଲେ ଚଲପତି।ସେ ପାଞ୍ଚ ଦଶନ୍ଧି ଧରି ଚାଲିଥିବା କ୍ୟାରିୟରରେ ତିନି ପିଢ଼ି ଶୀର୍ଷ ତାରକାଙ୍କ ସହ ଅଭିନୟ କରିଥିଲେ। ତାଙ୍କ ପରିବାରରେ ଦୁଇ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ପୁଅ ରବି ବାବୁ ଜଣେ ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ମାତା।
ଡିସେମ୍ବରରେ ୨୮ ରେ ଅନ୍ତିମ ସଂସ୍କାର କରାଯିବତିନି ଦିନ ମଧ୍ୟରେ ଟଲିଉଡ ପାଇଁ ଚଲପତି ରାଓଙ୍କ ମୃତ୍ୟୁ ହେଉଛି ଦ୍ୱିତୀୟ ବଡ କ୍ଷତି। ଭେଟେରାନ୍ ଅଭିନେତା କୈକେଲା ସତ୍ୟନାରାୟଣଙ୍କ ଡିସେମ୍ବର ୨୩ ଏହା ପୂର୍ବରୁ ଦେହାନ୍ତ ହୋଇଛି।
ଚଲାପତି ରାଓଙ୍କ ପରିବାର କହିଛନ୍ତି ଯେ ଆମେରିକାରୁ ତାଙ୍କ ଝିଅ ଆସିବା ପରେ ଡିସେମ୍ବର ୨୮ରେ ଶେଷ ରୀତିନୀତି କରାଯିବ। ଚଲାପତି ରାଓ ଟଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି। ତାଙ୍କ ମୃତ୍ୟୁ ଖବର ଦେଖି ପ୍ରଶଂସକମାନେ ଚକିତ ହୋଇଯାଇଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।