- News18 Odia
- Last Updated :
- New Delhi, India
News 18 Odia Digital
ମୁମ୍ଵାଇ: ବରୁଣ ଧୱନ ପ୍ରାଇମ ଭିଡିଓର ସାଇନ୍ସ-ଫିକସନ୍ ସିରିଜ୍ ‘ସିଟାଡେଲ’ର ଏକ ଭାରତୀୟ ସ୍ପିନ୍ ଅଫ୍ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ସିରିଜ୍ ମାଧ୍ୟମରେ ବରୁଣ OTT ଦୁନିଆରେ ପାଦ ଦେବାକୁ ପ୍ରସ୍ତୁତ । ଅରିଜିନାଲ ସୋ କରିଥିବା ରୁସୋ ବ୍ରଦର୍ସ ଆଜି ସୋସିଆଲ ମିଡିଆରେ ବରୁଣଙ୍କ ଚରିତ୍ରର ଫାଷ୍ଟ ଲୁକ୍ ସେୟାର କରିଛନ୍ତି ।
ରୁଷୋ ବ୍ରଦର୍ସ ଭାରତୀୟ ସିଟାଡେଲର ଇଣ୍ଡିଆନ୍ ଭର୍ସନରୁ ବରୁଣ ଧୱନଙ୍କ ଲୁକ୍ ସେୟାର କରି ପ୍ରଶଂସକଙ୍କ ଉତ୍ସାହକୁ ବଢାଇ ଦେଇଛନ୍ତି। ବରୁଣ ତାଙ୍କ ଲୁକରେ ବହୁତ ପ୍ରଭାବଶାଳୀ ଦେଖାଯାଉଛନ୍ତି । ତାଙ୍କ ଲୁକକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି। ବରୁଣଙ୍କ ପ୍ରଥମ ଲୁକ୍ ସେୟାର କରି ରୁସୋ ବ୍ରଦର୍ସ ସେମାନଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଲେଖିଛନ୍ତି, ‘ଆମେ ଘୋଷଣା କରି ଖୁସି ଯେ ଆପଣଙ୍କୁ’ ସିଟାଡେଲ ୟୁନିଭର୍ସ’ର ଇଣ୍ଡିଆନ୍ ଇନଷ୍ଟଲମେଣ୍ଟ ଆଣିଛୁ। ଏହା ଏକ ସ୍ଥାନୀୟ ଅରିଜିନାଲ ଗୁପ୍ତଚର ସିରିଜ୍ ହେବ। ଯାହାର ଶୁଟିଂ ଜାନୁଆରୀ ୨୦୨୩ରେ ଆରମ୍ଭ ହେବ ।
ସାମ୍ନାକୁ ଆସିଥିବା ବରୁଣଙ୍କ ଲୁକ୍ ସବୁଥର ଭଳି ହ୍ୟାଣ୍ଡସମ ବି ଲାଗୁଛନ୍ତି। କଳା ଟି-ସାର୍ଟ ଏବଂ ବ୍ରାଉନ୍ ଜ୍ୟାକେଟ୍ ପିନ୍ଧି ସେ ଚମତ୍କାର ଦେଖାଯାଉଛନ୍ତି । କହିବାକୁ ଗଲେ ତାଙ୍କର ଏହି ଲୁକ୍ ଦେଖି ଆଲିଆ ଠାରୁ ଆରମ୍ଭ କରି ଜାହ୍ନବୀ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି। ପ୍ରଶଂସକଙ୍କ ସହ ରୁଷୋ ବ୍ରଦର୍ସଙ୍କ ଏହି ଘୋଷଣାକୁ ନେଇ ବଲିଉଡ ତାରକାମାନେ ମଧ୍ୟ ଖୁସି ହୋଇଛନ୍ତି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।