ଅନୁଭବ-ବର୍ଷା ମାମଲା : ହାଇକୋର୍ଟରେ ବର୍ଷାଙ୍କ ଆବେଦନ ଖାରଜ

ଅନୁଭବ-ବର୍ଷା ମାମଲା : ହାଇକୋର୍ଟରେ ବର୍ଷାଙ୍କ ଆବେଦନ ଖାରଜ

ଅନୁଭବ-ବର୍ଷା ମାମଲା : ହାଇକୋର୍ଟରେ ବର୍ଷାଙ୍କ ଆବେଦନ ଖାରଜ

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

ଓଡ଼ିଶା :  ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା । ହାଇକୋର୍ଟରେ ବର୍ଷାଙ୍କ ଆବେଦନ ଖାରଜ । ସାମାଜିକ ଗଣମାଧ୍ୟମରେ ଅନୁଭବଙ୍କ ଟିପ୍ପଣୀକୁ ବନ୍ଦ କରିବା ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବର୍ଷା ପ୍ରିୟଦର୍ଶିନୀ । ମାମଲାର ଶୁଣାଣି କରି ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ସାମାଜିକ ଗଣମାଧ୍ୟମରେ ପରସ୍ପରକୁ ଆକ୍ଷେପ ନ କରିବା ପାଇଁ କୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ।

ପୂର୍ବରୁ କଟକ ପରିବାର ଅଦାଲତରେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା । ପରିବାର ଅଦାଲତରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ । ପୂର୍ବରୁ ସାକ୍ଷ୍ୟ ଗ୍ରହଣ ଅଧା ଥିବା ବେଳେ ବର୍ଷାଙ୍କୁ ଅନୁଭବଙ୍କ ତରଫରୁ ଆଇନଜୀବୀ ଜେରା କରିଥିଲେ। ଅନୁଭବଙ୍କ ପିଟିସନ, ଅଦାଲତରେ ଦାଖଲ କରାଯାଇଥିବା ସତ୍ୟପାଠ ଓ ତଥ୍ୟ ସଂପର୍କିତ ସଂପୃକ୍ତ ପ୍ରଶ୍ନ ନୁହେଁ ବୋଲି ବର୍ଷାଙ୍କ ଆଇନଜୀବୀ ଦର୍ଶାଇଥିଲେ । ବର୍ଷାଙ୍କ ଜେରା ମଧ୍ୟ ଅସଂପୂର୍ଣ୍ଣ ରହିଥିଲା। ପରବର୍ତ୍ତୀ ଶୁଣାଣି ସମୟରେ ପୁଣି ବର୍ଷାଙ୍କୁ ଜେରା କରାଯିବାର ଥିଲା ।

ସୂଚନାଯୋଗ୍ୟ ଯେ ଅନୁଭବ ମହାନ୍ତି ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ୨୦୨୦ ଜୁଲାଇ ୧୬‌ରେ ପିଟିସନ୍ ଦାଖଲ କରିଥିଲେ। ଏହି ଛାଡ଼ପତ୍ର ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ପାଇଁ ଅଭିନେତ୍ରୀ ବର୍ଷା ସୁପ୍ରିମେକାର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୨୧ ମାର୍ଚ୍ଚ ୫ରେ ସୁପ୍ରିମକୋର୍ଟରେ ମାମଲାର ଚୂଡାନ୍ତ ଶୁଣାଣି ହୋଇଥିଲା।

ପଢନ୍ତୁ ଏହି ଖବର :  ଶସ୍ତା ହେଲା Samsung ଫୋନ୍; ଜଲଦି କରନ୍ତୁ ବୁକିଂ

ଅନୁଭବଙ୍କ ସହମତିକୁ ବିଚାରକୁ ନେଇ ସୁପ୍ରିମକୋର୍ଟ ବର୍ଷାଙ୍କ ଟ୍ରାନ୍ସଫର ପିଟିସନକୁ ଅନୁମତି ଦେଇଥିଲେ। ସୁପ୍ରିମକୋର୍ଟଙ୍କ ମାର୍ଚ୍ଚ ୫ର ନିର୍ଦ୍ଦେଶ ଅନୁସାରେ ଅନୁଭବ ପତ୍ନୀ ବର୍ଷାଙ୍କୁ ଛାଡପତ୍ର ଦେବା ପାଇଁ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ କରିଥିବା ଆବେଦନ ଶୁଣାଣି ପାଇଁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ହୋଇ ଆସିବା ପରେ ୨୦୨୧ ଏପ୍ରିଲ ୫ରେ ଉଭୟ ପରିବାର ଅଦାଲତରେ ହାଜର ହୋଇଥିଲେ। ଅଦାଲତରେ ମଧ୍ୟସ୍ଥତା ପ୍ରକ୍ରିୟାରୁ କୌଣସି ସୁଫଳ ମିଳି ପାରି ନଥିଲା। ଏହାପରେ ମାମଲାରେ ସାକ୍ଷ୍ୟ ଗ୍ରହଣ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ମାମଲାରେ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ପୂର୍ବରୁ ଶେଷ ହୋଇ ସାରିଛି। ବର୍ଷାଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ଦାସ ଓ ରାମକୃଷ୍ଣ ରଥ ମାମଲା ପରିଚାଳନା କରୁଛନ୍ତି।
Published by:Sujit Swain
First published: