News18 Odia Digital
ମୁମ୍ବାଇ: ଅକ୍ଟୋବର ୧୬ ତାରିଖ ଅର୍ଥାତ୍ ରବିବାର ଦିନ ଇନ୍ଦୋରରେ ନିଜ ଘରେ ଫାଶୀ ଲଗାଇ ଟିଭି ଅଭିନେତ୍ରୀ ବୈଶାଳୀ ଟକ୍କର ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁର ତିନି ଦିନ ପରେ ପୋଲିସ ତାଙ୍କ ଆତ୍ମହତ୍ୟା ନୋଟରେ ଦର୍ଶାଯାଇଥିବା ତାଙ୍କ ଏକ୍ସବୟଫ୍ରେଣ୍ଡକୁ ଧରିଛି।
ଏହି ବ୍ୟକ୍ତିଙ୍କ ନାମ ରାହୁଲ ନାଭଲାନୀ।, ଯିଏକି ବୈଶଆଳୀଙ୍କ ଏକ୍ସବୟଫ୍ରେଣ୍ଡ ତଥା ତାଙ୍କ ପଡୋଶୀ ମଧ୍ୟ ଥିଲେ। ରାହୁଲ ନାଭଲାନୀ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ପୂର୍ବରୁ ଲୁକ୍ଆଉଟ୍ ନୋଟିସ୍ ଜାରି କରିଥିଲା ପୋଲିସ। ଆଉ ତାଙ୍କୁ ବୁଧବାର ଇନ୍ଦୋରରୁ ଗିରଫ କରିଥିଲା ପୋଲିସ।
ତାଙ୍କ ଆତ୍ମହତ୍ୟା ନୋଟରେ ବୈଶାଳୀ ରାହୁଲ ଓ ତାଙ୍କ ପରିବାରକୁ ମାନସିକ ନିର୍ଯାତନା ଦେଇଥିବାର ଅଭିଯୋଗ କରିଥିଲେ, ଯେଉଁଥିପାଇଁ ସେ ଏହି ପଦକ୍ଷେପ ନେଇଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇନ୍ଦୋର ପୋଲିସ କମିଶନର ହରିନାରାୟଣ ମିଶ୍ର ନିଶ୍ଚିତ କରିଛନ୍ତି ଯେ ରାହୁଲଙ୍କୁ ଗତକାଲି ରାତିରେ ଗିରଫ କରାଯାଇଥିଲା, କିନ୍ତୁ ତାଙ୍କ ପତ୍ନୀ ଦିଶା ଏବେ ବି ଫେରାର ଅଛନ୍ତି। ଏହି ମାମଲା ତେଜାଜୀ ନଗର ପୋଲିସ ଷ୍ଟେସନର।
ପୋଲିସର ସରକାରୀ ବିବୃତ୍ତିଏକ ଘରୋଇ ଚ୍ୟାନେଲ ସହିତ କଥାବାର୍ତ୍ତା କରି କମିଶନର କହିଛନ୍ତି, “ଅଭିଯୁକ୍ତ ଜଣେ ପଡୋଶୀ, ତେଣୁ ସେ ଅଧିକ ଘଟଣା ବିଷୟରେ ଜାଣିଥିଲେ ଓ ଖସିଯିବାରେ ସଫଳ ହୋଇଥିଲେ। ବିଭିନ୍ନ ରାଜ୍ୟକୁ ଦଳ ପଠାଯାଇଥିଲା, ଆମେ ମଧ୍ୟ ପୁରସ୍କାର ଘୋଷଣା କରିଥିଲୁ। ଲୁକଆଉଟ୍ ସର୍କୁଲାର୍ ଜାରି କରାଯାଇଥିଲା। ତାଙ୍କୁ ପଚରାଉଚରା ଚାଲିଛି।’’ ସେ ଏହା ମଧ୍ୟ କହିଛନ୍ତି ଯେ ଅପରାଧୀଙ୍କ ଫୋନ୍ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକର ତଦନ୍ତ ଚାଲିଛି।
୨୯ ବର୍ଷୀୟା ଅଭିନେତ୍ରୀ ବୈଶାଳୀ ଟକ୍କର ତାଙ୍କ ପିତା ଓ ଭାଇଙ୍କ ସହ ଇନ୍ଦୋରରେ ରହୁଥିଲେ। ଆତ୍ମହତ୍ୟା ପରେ ପୋଲିସ ଘଟଣାସ୍ଥଳରୁ ଏକ ନୋଟ ପାଇଥିଲା। ଆଉ ଏହି ଆତ୍ମହତ୍ୟା ନୋଟରେ ଦର୍ଶାଯାଇଛି ଯେ ରାହୁଲ ଅଭିନେତ୍ରୀଙ୍କୁ ହଇରାଣ କରୁଥିଲେ, ଯେଉଁଥିପାଇଁ ସେ ଏତେ ବଡ ପଦକ୍ଷେପ ନେଇଥିଲେ। ସେ ଅନ୍ୟ ଜଣେ ପୁରୁଷ ସହିତ ବିବାହ କରିବାକୁ ଯାଉଥିଲେ ଏଥିପାଇଁ ରାହୁଲ ତାଙ୍କୁ ହଇରାଣ କରୁଥିଲେ। ବର୍ତ୍ତମାନ ପୋଲିସ ଏହାର ଅନୁସନ୍ଧାନ କରୁଛି।
ସୂଚନା ଥାଉକି, ରାହୁଲ ବୈଶାଳୀଙ୍କ ବିରୋଧରେ ନାନା ଗୁଜବ କରୁଥିଲେ। ଫଳରେ ବୈଶାଳୀ ବାରମ୍ବାର ବଦନାମ ହେଉଥିଲେ ଓ ବାହା ହେଇପାରୁ ନଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ସବୁବେଳେ ବ୍ଲାକ୍ମେଲ୍ ହେବା କାରଣକୁ ବୈଶାଳୀ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରି ଥାନାରେ ମାମଲା ରୁଜୁ କରିଥିଲେ।
ପ୍ରକାଶ ଥାଉକି ବୈଶାଳୀ ଟିଭି ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ ଥିଲେ। ସେ ଅନେକ ଲୋକପ୍ରିୟ ଶୋ’ରେ କାମ କରିଥିଲେ। ଅଭିନେତ୍ରୀ ୨୦୧୫ରେ ଲୋକପ୍ରିୟ ଟିଭି ଶୋ 'ୟେ ରିସ୍ତା କିୟା କେହଲତା' ସହିତ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହି ଶୋ’ରେ ସେ ସଞ୍ଜନା ଭୂମିକାରେ ଅଭିନୟ କରିଥିଲେ। ଏହା ପରେ ସେ 'ୟେ ହୈ ଆଶିକୀ'ରେ ଅଭିନୟ କରିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।