TV Actress: ସଡ଼କ ଦୁର୍ଘଟରେ ଟିଭ ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ ମୃତ୍ୟୁ

Vaibhavi Upadhyaya Accident: କୁଲ୍ଲୁର ବଞ୍ଜାରର ସିଦ୍ଧୱା ଠାରେ ଏକ ସଡ଼କ ଦୁର୍ଘଟଣାରେ ଟିଭି ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ ମୃତ୍ୟୁ ହୋଇଛି।

ସଡ଼କ ଦୁର୍ଘଟରେ ଟିଭ ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ ମୃତ୍ୟୁ

ସଡ଼କ ଦୁର୍ଘଟରେ ଟିଭ ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ ମୃତ୍ୟୁ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Vaibhavi Upadhyaya Accident: ସୋମବାର ଦିନ ହିମାଚଳ ପ୍ରଦେଶର (Himachal Pradesh) କୁଲ୍ଲୁ (Kullu) ଜିଲ୍ଲାର ବଞ୍ଜର ସବ-ଡିଭିଜନର ସିଦ୍ଧୱାଠାରେ ଏକ କାର ହଠାତ୍ ନିୟନ୍ତ୍ରଣ ହରାଇ ରାସ୍ତାରୁ ୫୦ ଫୁଟ ତଳେ ଖସିପଡ଼ିଥିଲା। ଏହି ଦୁର୍ଘଟଣାରେ (Road Accident) ଟିଭି ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ ମୃତ୍ୟୁ (Vaibhavi Upadhyaya Death) ଘଟିଛି।

କୁହାଯାଉଛି ଯେ ବୈଭବୀ ତାଙ୍କ ପ୍ରେମିକ ଜୟ ସୁରେଶ ଗାନ୍ଧିଙ୍କ ସହ କୁଲ୍ଲୁ ବୁଲିବାକୁ ଆସିଥିଲେ।

ଯେତେବେଳେ ସେ ବଞ୍ଜାରକୁ ଯାଉଥିଲେ, ଗାଡିଟି ହଠାତ୍ ସିଦ୍ଧୱା ନିକଟରେ ନିୟନ୍ତ୍ରଣ ବାହାରକୁ ଯାଇ ରାସ୍ତାରୁ ୫୦ ଫୁଟ ତଳକୁ ଖସିପଡ଼ିଥିଲା। ଗାଡି ଖସିଯିବାର ଶବ୍ଦ ଶୁଣି ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଜୟ ସୁରେଶଙ୍କୁ ସ୍ଥାନାନ୍ତର କରାଯାଇ ବଞ୍ଜାର ଡାକ୍ତରଖାନାକୁ ପଠାଯାଇଥିଲା।

ଦୁର୍ଘଟଣାରେ ଘଟଣାସ୍ଥଳରେ ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ ମୃତ୍ୟୁ ଘଟିଛି। ବୈଭବୀ ଟିଭି ଇଣ୍ଡଷ୍ଟ୍ରିରେ ଜଣେ ଜଣାଶୁଣା ଅଭିନେତ୍ରୀ। ସେ ଅନେକ ଟିଭି ଶୋ’ରେ କାମ କରି ନିଜ ଅଭିନୟର ଯାଦୁ ଦେଖାଇ ସାରିଛନ୍ତି। ବୈଭବୀ ସିରିଏଲ 'ସାରାଭାଇ ଭର୍ସେସ୍ ସାରାବାଇ'ରୁ ଖୁବ୍ ସଫଳତା ପାଇଥିଲେ। ପୋଲିସ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଛି ବୋଲି ଏସପି ସାକ୍ଷୀ ବର୍ମା କହିଛନ୍ତି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି।

ସେପଟେ ଗତକାଲି ଟିଭିର ଫେମସ ଅଭିନେତା ନୀତେଶ ପାଣ୍ଡେଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଖବର ମଧ୍ୟ ସମସ୍ତଙ୍କୁ ଚକିତ କରିଛି। ସେ ମଙ୍ଗଳବାର ରାତିରେ ହୃଦ୍‌ଘାତରେ ଆକ୍ରାନ୍ତ ହୋଇଥିଲେ। ମୃତ୍ୟୁ ସମୟରେ ଅଭିନେତାଙ୍କୁ ୫୧ ବର୍ଷ ହୋଇଥିଲା। ତାଙ୍କ ବିୟୋଗ ଯୋଗୁଁ ସମସ୍ତେ ଶୋକରେ ବୁଡି ରହିଛନ୍ତି। ଏହାପୂର୍ବରୁ 'ସାରାଭାଇ ଭର୍ସେସ୍ ସାରାଭାଇ' ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ ମୃତ୍ୟୁ ଖବରକୁ ନେଇ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଥିଲା। ଆଉ ଏବେ ଅଭିନେତା ନୀତେଶଙ୍କ ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି।

ଲେଖକ ସିଦ୍ଧାର୍ଥ ନାଗର ଏହି ଖବରକୁ ନିଶ୍ଚିତ କରିଛନ୍ତି। ସେ ପ୍ରଥମେ ଫେସବୁକରେ ପୋଷ୍ଟ କରି ଏ ବିଷୟରେ ସୂଚନା ଦେଇଥିଲେ ଏବଂ ପରେ ସେ ନବଭାରତ ଟାଇମ୍ସର ସାମ୍ବାଦିକ ସଞ୍ଜୟ ମିଶ୍ରଙ୍କ ସହ ଏକ ବିଶେଷ ବାର୍ତ୍ତାଳାପ କରିଥିଲେ।

ନୀତେଶ ପାଣ୍ଡେ ଶାହାରୁଖଙ୍କ ଆସିଷ୍ଟାଣ୍ଟ ସାଜିଥିଲେ

ନୀତେଶ ପାଣ୍ଡେ ୧୯୭୩ ଜାନୁୟାରୀ ୧୭ରେ ଜନ୍ମଗ୍ରହଣ କରିଥିଲେ। ସେ ଚଳଚ୍ଚିତ୍ର ଏବଂ ଟିଭି ଜଗତରେ କାମ କରିଛନ୍ତି। ସେ ବହୁତ ଲୋକପ୍ରିୟ ଅଭିନେତା ମଧ୍ୟ। 'ଓମ୍ ଶାନ୍ତି ଓମ୍' ଚଳଚ୍ଚିତ୍ରରେ ସେ ଶାହାରୁଖ ଖାନଙ୍କ ଆସିଷ୍ଟାଣ୍ଟ ଭୂମିକାରେ ନଜର ଆସିଥିଲେ। ଏଥି ସହିତ ସେ ଦିଶା ପରମାର ଏବଂ ନକୁଲ ମେହେଟା ଷ୍ଟାରର ଶୋ 'ପ୍ୟାର କା ଦର୍ଦ ମିଠା ମିଠା ପ୍ୟାରା ପ୍ୟାର'ରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ।

ପଢ଼ନ୍ତୁ ଏହି ଖବର:  Nitesh Pandey: ହୃଦଘାତରେ ଆଖି ବୁଜିଲେ ଟିଭିର ଫେମସ ଆକ୍ଟର ନୀତେଶ ପାଣ୍ଡେ

ଗତ ୪ ଦିନ ମଧ୍ୟରେ ୫ଜଣ ସେଲିବ୍ରେଟିଙ୍କର ଅଚାନକ୍ ମୃତ୍ୟୁ ହେବା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି।
Published by:Lipina Das
First published: