ବାବୁସାନ ଓ ପ୍ରକୃତିଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଉତ୍ତମ ମହାନ୍ତି
News18 Odia Digital
ଭୁବନେଶ୍ୱର: ଆଜି ସକାଳେ ରାଜରାସ୍ତାରେ ବାବୁସାନ ଓ ପତ୍ନୀ ତୃପ୍ତିଙ୍କ ମଧ୍ୟରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। କାରରେ ଏକାଠି ସୁପରଷ୍ଟାର ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ଯାଉଥିବାବେଳେ ଭୁବନେଶ୍ୱର ସତ୍ୟ ନଗର ନିକଟରେ ପତି-ପତ୍ନୀଙ୍କ ଜୋରଦାର କଳି ସମସ୍ତେ ଦେଖିବାକୁ ପାଇଥିଲେ। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଇତିମଧ୍ୟରେ ବାବୁସାନଙ୍କ ବାପା ତଥା ଓଲିଉଡର ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘‘ମୋ ବୋହୂ ତୃପ୍ତି ବହୁତ ଭଲ। ବାବୁସାନ ଓ ତୃପ୍ତି ପରସ୍ପରକୁ ବହୁତ ଭଲ ପାଆନ୍ତି। ପ୍ରକୃତି ସହ ସମ୍ପର୍କକୁ ନେଇ ତୃପ୍ତି ପାଖରେ ପ୍ରମାଣ ଥାଇ ପାରେ। ତୃପ୍ତି ବହୁତ ଭଲ ଛାତ୍ରୀ, ଅଭିନୟ ସହ କୌଣସି ସମ୍ପର୍କ ନାହିଁ। ଚଳଚ୍ଚିତ୍ରର ରୋମାଣ୍ଟିକ୍ ଦୃଶ୍ୟ ଆଦିକୁ ସେ ଭଲ ପାଏ ନାହିଁ। ବାବୁସାନଙ୍କୁ ଅନେକ ଥର ବୁଝାଇବାକୁ ଚେଷ୍ଟା କରିଛି। ଆପଣା ସୁନା ତ ଭେଣ୍ଡି, କାହାକୁ କହିବା।’’
ଖାଲି ଏତିକି ନୁହେଁ ସେ ଆହୁରୀ କହିଛନ୍ତି, ‘‘ମୁଁ ଅନେକ ଥର ବୁଝାଇଛି, ପ୍ରକୃତିକୁ ଛାଡ଼ି ଦେବାକୁ କହିଛି। ବାବୁ ମୋତେ କହିଥିଲା ସେ ମୁମ୍ବାଇ ଚାଲିଯିବ, ମୁଁ ଏଠି କାମ କରିବି।
ସେହିପରି ଥାନାରେ ବୋହୂ ସହ ଅପରାଜିତା ପହଞ୍ଚିଥିଲେ। ଏହି ସମୟରେ ତୃପ୍ତିଙ୍କ ମାଉସୀ ମଧ୍ୟ ସାଥିରେ ଥିଲେ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।