News18 Odia Digital
ମୁମ୍ବାଇ: ଉର୍ବଶୀ ରୌତେଲା ଅନେକ ସମୟରେ ଋଷଭ ପନ୍ତଙ୍କୁ ଟ୍ରୋଲ କରୁଥିବା ନଜର ଆସନ୍ତି । ଏହି କାରଣରୁ ଋଷଭ ପନ୍ତଙ୍କ ପ୍ରଶଂସକମାନେ ମଧ୍ୟ ଅଭିନେତ୍ରୀଙ୍କୁ ଟ୍ରୋଲ କରିବାକୁ କୌଣସି ସୁଯୋଗ ହାତ ଛଡ଼ା କରନ୍ତିନାହିଁ। ସୋସିଆଲ ମିଡ଼ିଆରେ ଉର୍ବଶୀଙ୍କୁ ପୁଣି ଥରେ ଟ୍ରୋଲ କରାଯାଉଛି। ଆସନ୍ତୁ ଜାଣିବା ପୂରା ଘଟଣା...
ନୂଆ ବର୍ଷର ରିଜୋଲ୍ୟୁସନ୍ ବିଷୟରେ କହିଥିଲେନିକଟରେ ଉର୍ବଶୀ ଏକ ଫଟୋ ପୋଷ୍ଟ କରି ତାଙ୍କ ନୂଆ ବର୍ଷର ରିଜୋଲ୍ୟୁସନ୍ ବିଷୟରେ କହିଥିଲେ। ଉର୍ବଶୀ କ୍ୟାପସନରେ ଲେଖିଥିଲେ, ‘‘୨୦୨୩ରେ ମୋର ନୂଆ ବର୍ଷର ସଂକଳ୍ପ ହେଲା ସୋସିଆଲ ମିଡ଼ିଆରେ ଦୟାଳୁ ହେବା।’’ ପୂରା ବିଷୟ ଜାଣିବା ପୂର୍ବରୁ, ଆପଣ ନିଶ୍ଚିତ ଭାବରେ ଏହି ପୋଷ୍ଟକୁ ଦେଖିବା ଉଚିତ୍ ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।
ଏମିତି କହିଲେ ଟ୍ରୋଲର୍ସଏହି ପୋଷ୍ଟ ପରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଋଷଭ ଫ୍ୟାନ୍ସଙ୍କ ପ୍ରତିକ୍ରିୟାରେ ଚହଳ ସୃଷ୍ଟି କରିଛି। କିଛି ଲୋକ ଉର୍ବଶୀଙ୍କ ସୌନ୍ଦର୍ଯ୍ୟକୁ ପ୍ରଶଂସା କରୁଥିବାବେଳେ ଅନ୍ୟ ଲୋକ ଅଭିନେତ୍ରୀଙ୍କୁ ସମାଲୋଚନା କରିବାରେ କୌଣସି ସୁଯୋଗ ଛାଡ଼ିନାହାଁନ୍ତି।
ଜଣେ ଉପଭୋକ୍ତାଙ୍କୁ କହିଛନ୍ତି ଯେ ତୁମେ ବହୁତ ଖୁସି ଥିବ। ଅନ୍ୟ ଜଣେ କହିଛନ୍ତି ଯେ ଋଷଭ ପନ୍ତଙ୍କୁ ଟ୍ରୋଲ କରିବା ସମୟରେ ତୁମର ଦୟା କୁଆଡ଼ ଚାଲିଯାଇଥିଲା। ଋଷଭ ପନ୍ତଙ୍କ ଦୁର୍ଘଟଣା ପରେ ଉର୍ବଶୀ ଋଷଭଙ୍କ ପ୍ରଶଂସକଙ୍କ ଘୃଣାର ସମ୍ମୁଖୀନ ହେଉଛନ୍ତି।
ପ୍ରକାଶ ଥାଉକି ବର୍ତ୍ତମାନ ଋଷଭ ପନ୍ତ ଡାକ୍ତରଖାନାରେ ଅଛନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି। ଡାକ୍ତରଙ୍କ ଅନୁଯାୟୀ ବର୍ତ୍ତମାନ କ୍ରିକେଟରଙ୍କ ଅବସ୍ଥା ସ୍ଥିର ରହିଛି। ଋଷଭ ପନ୍ତଙ୍କ ଦୁର୍ଘଟଣାର କିଛି ସମୟ ପରେ ଉର୍ବଶୀ ନିଜର ଏକ ଫଟୋ ସେୟାର କରି କ୍ୟାପସନରେ ପ୍ରାର୍ଥନା ଲେଖିଥିଲେ। ଉର୍ବଶୀଙ୍କର ସେହି ପୋଷ୍ଟ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।