ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»ହଠାତ୍ ଉର୍ବଶୀଙ୍କ ହାତରୁ ଖସିପଡ଼ିଲା Iphone-13; ସଙ୍ଗେ ସଙ୍ଗେ ଛାନିଆ ହୋଇପଡ଼ିଲେ ଅଭିନେତ୍ରୀ

ହଠାତ୍ ଉର୍ବଶୀଙ୍କ ହାତରୁ ଖସିପଡ଼ିଲା Iphone-13; ସଙ୍ଗେ ସଙ୍ଗେ ଛାନିଆ ହୋଇପଡ଼ିଲେ ଅଭିନେତ୍ରୀ

ନିକଟରେ ସୁନ୍ଦରୀ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ Iphone-13 ତଳ ପଡ଼ିଯିବାକୁ ସେ ମନ ଦୁଃଖ କରିଥିଲେ, ଯାହାର ଭିଡିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି ।

ହଠାତ୍ ଉର୍ବଶୀଙ୍କ ହାତରୁ ଖସିପଡ଼ିଲା Iphone-13; ସଙ୍ଗେ ସଙ୍ଗେ ଛାନିଆ ହୋଇପଡ଼ିଲେ ଅଭିନେତ୍ରୀ
ହଠାତ୍ ଉର୍ବଶୀଙ୍କ ହାତରୁ ଖସିପଡ଼ିଲା iphone-13
  • News18 Odia
  • Last Updated: October 16, 2021, 5:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ସୋସିଆଲ ମିଡ଼ିଆରେ ସବୁବେଳେ ସକ୍ରିୟ ରୁହନ୍ତି । ସେ ପ୍ରାୟତଃ ନିଜ ସୁନ୍ଦର ଲୁକ୍ସ ଓ ୱାର୍କଆଉଟ ଭିଡିଓ ଶେୟାର କରି ଫ୍ୟାନ୍ସଙ୍କ ମନ କିଣନ୍ତି । ତାଙ୍କର ସୁନ୍ଦର ଚେହେରା ଓ ଦାମୀ ପୋଷାକ ଯୋଗୁଁ ସେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଉର୍ବଶୀଙ୍କର ନିକଟରେ ଏକ ବଡ଼ କ୍ଷତି ସାମ୍ନା କରିଥିଲେ । ନିକଟରେ ହଠାତ୍ ତାଙ୍କ ଆଇଫୋନ୍
୧୩ ଅଭିନେତ୍ରୀଙ୍କ ହାତରୁ ଖସିଯାଇଥିଲା, ଯାହା ପ୍ରତିକ୍ରିୟା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

କଥାଟି ହେଲା ଯେ ନିକଟରେ ଅଭିନେତ୍ରୀ ନିଜ କାରରୁ ଓହ୍ଲାଇବା ମାତ୍ରେ ତାଙ୍କ ନୂଆ ଆଇଫୋନ୍ ୧୩ (iPhone 13) ରାସ୍ତାରେ ପଡ଼ିଯାଇଥିଲା । ସେ ଫୋନ୍ ତଳେ ପଡ଼ିବା ମାତ୍ରେ ଅଭିନେତ୍ରୀଙ୍କ ମୁଖର ଅଭିବ୍ୟକ୍ତି ବଦଳିଯାଇଥିଲା ।

ଭାଇରାଲ ଭାୟାନି ସୋସିଆଲ ମିଡ଼ିଆରେ ଏହି ଭିଡିଓ ଶେୟାର କରିଛନ୍ତି, ଯାହା ବହୁତ ଭାଇରାଲ ହେଉଛି। ଭିଡିଓରେ ଆପଣ ଦେଖିପାରିବେ ଯେ ଅଭିନେତ୍ରୀଙ୍କ ଫୋନ୍ ଖସିଯିବା ମାତ୍ରେ ସେ ନିରାଶ ହୋଇପଡୁଛନ୍ତି । ସେ ସଙ୍ଗେ ସଙ୍ଗେ ରାସ୍ତାରୁ ଖସିପଡ଼ିଥିବା ଫୋନକୁ ଉଠାଇ ପୁଣି ଥରେ ଦେଖୁଛନ୍ତି, କିନ୍ତୁ ଫୋନ୍ ଉଠାଇବା ମାତ୍ରେ ମୁହଁର ରଙ୍ଗ ଟିକେ ବଦଳିବା ଭଳି ନଜର ଆସୁଛି ।




ଉର୍ବଶୀ ପ୍ରକୃତରେ ଏକ ଜଣେ ଫ୍ୟାସନିଷ୍ଟ । ଅଭିନେତ୍ରୀ କାଜୁଆଲ୍, ଡିଜାଇନର୍ କିମ୍ବା ଏୟାରପୋର୍ଟ ହେଉ ପ୍ରତ୍ୟେକ ଲୁକ୍ ଶାନଦାର ନଜର ଆସନ୍ତି । ନିକଟରେ ଉର୍ବଶୀ ଏକ ଗାଉନ ପିନ୍ଧି ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟ କରିଥିଲେ । କୁହାଯାଉଛି ଯେ ଏହି ବଲ୍ ଗାଉନ୍ ପୋଷାକର ମୂଲ୍ୟ ୪୦ ଲକ୍ଷ ଟଙ୍କା ବୋଲି ।
Published by: Lipina Das
First published: October 16, 2021, 5:23 PM IST