ହୋମ୍ » ଓଡ଼ିଶା ନ୍ୟୁଜ୍ » ଏଣ୍ଟରଟେନମେଣ୍ଟ»୪୦ଲକ୍ଷ ଟଙ୍କା ଟଙ୍କାର ଗାଉନ ପିନ୍ଧି ରାମ୍ପ ଓ୍ୱାକ କଲେ ଅଭିନେତ୍ରୀ ଉର୍ବଶୀ ରୌତେଲା

୪୦ଲକ୍ଷ ଟଙ୍କା ଟଙ୍କାର ଗାଉନ ପିନ୍ଧି ରାମ୍ପ ଓ୍ୱାକ କଲେ ଅଭିନେତ୍ରୀ ଉର୍ବଶୀ ରୌତେଲା

ଉର୍ବଶୀ ରୌତେଲା ସୋସିଆଲ ମିଡ଼ିଆରେ ଡିଜାଇନରଙ୍କ ସହିତ ରାପ ଚାଲିର ଏକ ଭିଡିଓ ଶେୟାର କରିଛନ୍ତି। ଏହି ରାପରେ ସେ ପିନ୍ଧିଥିବା ଗାଉନର ମୂଲ୍ଯ ୪୦ଲକ୍ଷ ଟଙ୍କା।

୪୦ଲକ୍ଷ ଟଙ୍କା ଟଙ୍କାର ଗାଉନ ପିନ୍ଧି ରାମ୍ପ ଓ୍ୱାକ କଲେ ଅଭିନେତ୍ରୀ ଉର୍ବଶୀ ରୌତେଲା
ବଲ ଗାଉନ ପିନ୍ଧି ସୁନ୍ଦର ଦିଶୁଥିଲେ ଉର୍ବଶୀ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 14, 2021, 11:42 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ : ବଲିଉଡ଼ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଫେସନ ଲୁକ୍ ସବୁବେଳେ ଚର୍ଚ୍ଚାରେ ଥାଏ। ଏହି ଅଭିନେତ୍ରୀ ଦର୍ଶକଙ୍କ ଧ୍ୟାନ ଭଙ୍ଗ କରିବା ଓ ନିଜ ଚେହେରା ଦ୍ୱାରା ସେମାନଙ୍କୁ ପାଗଳ କରିବାରେ କେବେ ବି ବିଫଳ ହୋଇ ନାହାନ୍ତି। ତାଙ୍କୁ ସବୁ ପ୍ରକାରର ଲୁକ ମାନିଥାଏ। ତାହା କାଜୁଆଲ ହେଉ କି ଡିଜାଇନର ବା ଏୟାରପୋର୍ଟ ସବୁଥିରେ ସେ ସୁଟ ହୋଇଯାଆନ୍ତି। ଉର୍ବଶୀ ସବୁବେଳେ ସୋସିଆଲ୍ ମିଡ଼ିଆରେ ସକ୍ରିୟ ରହୁଥିବା ବେଳେ ତାଙ୍କର ଏକ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେଉଛି।

ଏହି ଭିଡ଼ିଓରେ ଡିଜାଇନର ମାଇକେଲ ସିଙ୍କୋଙ୍କ ପାଇଁ ରାପରେ ଚାଲିଥିବା ବେଳେ ଉର୍ବଶୀ ରୌତେଲା ଖୁବ ଆକର୍ଷଣୀୟ ଦେଖାଯାଉଛନ୍ତି। ଅଭିନେତ୍ରୀ ସୋସିଆଲ ମିଡ଼ିଆରେ ଡିଜାଇନରଙ୍କ ସହିତ ରାପ ଚାଲିର ଏକ ଭିଡିଓ ଶେୟାର କରିଛନ୍ତି। ଏହି ରାପ୍‌ରେ ଉର୍ବଶୀ ଏକ ବଡ ବଲ ଗାଉନ ଡ୍ରେସ ପିନ୍ଧିଥିଲେ। ସେ ଏହି ରାପ ଭିଡିଓ ଶେୟାର କରୁ କରୁ ପ୍ରଶଂସକମାନଙ୍କର କମେଣ୍ଟର ସୁଅ ଦେଖାଦେଇଥିଲା। ସେ ପିନ୍ଧିଥିବା ଏହି ଡ୍ରେସ୍‌ର ମୂଲ୍ୟ କେତେ ଜାଣିଛନ୍ତି। ଶୁଣିଲେ ଆପଣଙ୍କର ବି ମୁଣ୍ଡ ଚକର ଖାଇଯିବ। ଏହି ବଲ ଗାଉନ୍‌ର ଦାମ ହେଉଛି ୪୦ଲକ୍ଷ ଟଙ୍କା। ତେବେ ଉର୍ବଶୀଙ୍କ ମାଇକେଲ୍ ସିଙ୍କୋଙ୍କ ପାଇଁ ଏହି ରାପ୍ ପ୍ରଥମ ନୁହେଁ। ସେ ପୂର୍ବରୁ ଆରବର ଫେସନ ୱିକ୍‌ରେ ଇଜିପ୍ଟର ରାଜକୁମାରୀ କ୍ଲିଓପାଟ୍ରାଙ୍କ ଡ୍ରେସ୍‌ରେ ରାପ୍ କରିଥିଲେ।

ଉର୍ବଶୀ ରୌତେଲା ଏକ ବଡ ବଜେଟ୍‌ର ବିଜ୍ଞାନଧର୍ମୀ ତାମିଲ୍ ଫିଲ୍ମରେ ତାଙ୍କର ତାମିଲ୍ ଡେବ୍ୟୁ ଆରମ୍ଭ କରିବେ। ଏଥିରେ ସେ ଜଣେ ମାଇକ୍ରୋବାୟୋଲୋଜିଷ୍ଟ୍ ଓ ଜଣେ ଆଇଆଇଟିଆନ୍ ଭୂମିକାରେ ନଜର ଆସିବେ। ଏହା ସହିତ ସେ ‘ବ୍ଲାକ୍ ରୋଜ୍’ ସହିତ ‘ଥିରୁତୁ ପାୟଲ୍ ୨’ର ହିନ୍ଦୀ ରିମେକ୍‌ରେ ମଧ୍ୟ ନଜର ଆସିବେ। ବର୍ତ୍ତମାନ ଉର୍ବସୀ ଜିଓ ଷ୍ଟୁଡିଓର ୱେବ୍ ସିରିଜ୍ ‘ଇନ୍ସେକ୍ଟର୍ ଅଭିନାଶ’ରେ ରଣଦୀପ ହୁଡ୍ଡାଙ୍କ ସହିତ ମୁଖ୍ୟ ଭୂମିକା ନିଭାଉଛନ୍ତି। ଏହି ସିରିଜ୍ ସୁପର କପ୍‌ ଅଭିନାଶ ମିଶ୍ରା ଓ ପୁନମ ମିଶ୍ରାଙ୍କ ସତ କାହାଣୀ ଉପରେ ଆଧାରିତ।
Published by: Soumya Das
First published: October 14, 2021, 11:42 AM IST