News18 Odia Digital
Urvashi Dholkia Accident: ଜଣାଶୁଣା ଟିଭି ଅଭିନେତ୍ରୀ ଉର୍ବଶୀ ଢୋଲକିଆ(Urvashi Dholkia) ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି । ଶନିବାର ଦିନ ଏକ ସ୍କୁଲ ବସ୍ ଅଭିନେତ୍ରୀଙ୍କ କାରକୁ ଧକ୍କା ଦେଇଥିଲା। ସ୍କୁଲ ବସ୍ ଧକ୍କାରେ ଅଭିନେତ୍ରୀ(Urvashi Dholkia Accident) ଗୁରୁତର ଆହତ ହୋଇନାହାଁନ୍ତି।
ରିପୋର୍ଟ ଅନୁଯାୟୀ, ଉର୍ବଶୀ ଢୋଲକିଆଙ୍କ ଦୁର୍ଘଟଣା ଗତକାଲି ଅର୍ଥାତ୍ ଶନିବାର ଦିନ ଘଟିଥିଲା। ସୂଚନାନୁସାରେ, ଅଭିନେତ୍ରୀ ସୋ’ର ସୁଟିଂ ପାଇଁ ତାଙ୍କ କାରରେ ବସି ମୁମ୍ବାଇର ମୀରା ରୋଡ ଫିଲ୍ମ ଷ୍ଟୁଡିଓ ଆଡକୁ ଯାଉଥିଲେ। ଏହି ସମୟରେ, କାଶିମିରା ଅଞ୍ଚଳରେ ଉର୍ବଶୀ ଢୋଲକିଆଙ୍କ କାରକୁ ଏକ ସ୍କୁଲ ବସ୍ ଧକ୍କା ଦେଇଥିଲା। ଉର୍ବଶୀ ଓ ତାଙ୍କ କର୍ମଚାରୀମାନେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।
ଏହା ମଧ୍ୟ କୁହାଯାଉଛି ଯେ ସ୍କୁଲ ବସ୍ ହୋଇଥିବାରୁ ଉର୍ବଶୀ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ଉର୍ବଶୀ ସ୍କୁଲ ବସ୍ ଡ୍ରାଇଭରଙ୍କ ବିରୋଧରେ ମାମଲା ଦାୟର କରିନାହାଁନ୍ତି। ଉର୍ବଶୀ କହିଛନ୍ତି ଯେ ଏହା କେବଳ ଏକ ଦୁର୍ଘଟଣା। ପ୍ରଶଂସକମାନେ ଚିନ୍ତା କରିବା ଆବଶ୍ୟକ କରନ୍ତି ନାହିଁ। କିଛି ଦିନ ପାଇଁ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।
ଟିଭି ଶୋ 'କୌସଟି ଜିନ୍ଦେଗି କି'ରେ କୋମଲିକା ଭୂମିକାରେ ଅଭିନୟ କରି ଉର୍ବଶୀ ବେଶ ପରିଚିତ ହୋଇଥିଲେ। ସେ ଲୋକପ୍ରିୟ ସୋ 'ବିଗ୍ ବସ୍ ୬' ର ବିଜେତା ମଧ୍ୟ ହୋଇଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।