News18 Odia Digital
Urfi Javed video: ଦୀପାବଳି ଆଲୋକର ପର୍ବ। ସବୁ ସ୍ଥାନରେ ଉତ୍ସବ ମଧ୍ୟ ଆରମ୍ଭ ହୋଇଛି। ପାର୍ଟି ଋତୁ ଜାରି ରହିଛି। ଏହି ଅବସରରେ ସେଲିବ୍ରିଟିମାନେ ମଧ୍ୟ ସୋସିଆଲ ମିଡ଼ିଆ ନିଜ ନିଜ ଫ୍ୟାନ୍ସଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଉଥିବାର ନଜର ଆସୁଛନ୍ତି। ଆଉ ଏଥିରୁ ବାଦ ପଡ଼ିନାହାଁନ୍ତି ସେକ୍ସି ଆଣ୍ଡ ବୋଲ୍ଡ ଅଭିନେତ୍ରୀ ଉର୍ଫି ଜାବେଦ। ସେ ନିଜର ଏକ ଏମିତି ଭିଡିଓ ପୋଷ୍ଟ କରିଛନ୍ତି, ଯାହା ସୋସିଆଲ ମିଡ଼ିଆରେ ନିଆଁ ଲଗାଇଦେଇଛି।
ଆଜ୍ଞା ହଁ, ଦୀପାବଳି ଅବସରରେ ଉର୍ଫି ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଦେଖିବାକୁ ମିଳୁଛି। ତାଙ୍କର ଏହି ଅନ୍ଦାଜ ବର୍ତ୍ତମାନ ଟ୍ରୋଲର୍ସଙ୍କୁ କ୍ରୋଧିତ କରିଛି।
ବିଗ୍ ବସ୍ OTT ଖ୍ୟାତି ଉର୍ଫିଙ୍କ ଭାଇରାଲ ହେଉଥିବା ଭିଡିଓ ବିଷୟରେ ଯଦି କଥା ହେବା, ଏହା ପ୍ରଥମ ଥର ନୁହେଁ ଯେ ସେ ଟ୍ରୋଲର୍ସଙ୍କୁ ଆଶ୍ଚର୍ଯ୍ୟ କିମ୍ବା କ୍ରୋଧିତ କରିଛନ୍ତି। ସେ ପୂର୍ବରୁ ମଧ୍ୟ ଅନେକ ଥର ଏପରି ଅନ୍ଦାଜରେ ନଜର ଆସିସାରିଛନ୍ତି। ହେଲେ ଏଥର ଦୀପାବଳି ଅବସରରେ ତାଙ୍କର ଏହି ବୋଲ୍ଡ ଅନ୍ଦାଜ କିଛି ଟ୍ରୋଲର୍ସଙ୍କୁ ହଜମ ହୋଇନାହିଁ। ଯେଉଁଥି ପାଇଁ ତାଙ୍କୁ ଟ୍ରୋଲ କରୁଛନ୍ତି ଅନେକ ଟ୍ରୋଲର୍ସ।
ଏହି ଭିଡିଓରେ ଅଭିନେତ୍ରୀ ସୋଫାରେ ମେରୁନ ରଙ୍ଗର ସ୍କର୍ଟ ପିନ୍ଧିଥିବାର ନଜର ଆସୁଛନ୍ତି। ହେଲେ ଉପରେ ସେ କୌଣସି ଟପ୍ ପିନ୍ଧିନାହାଁନ୍ତି । ଛାତି ଉପରେ ନିଜର ଦୁଇଟି ହାତ ରଖି ମିଠା ଖାଉଥିବାର ନଜର ଆସୁଛନ୍ତି। ଭିଡିଓର କ୍ୟାପସନରେ ସେ ଲେଖିଛନ୍ତି, ‘‘ଶୁଭ ଦୀପାବଳି ସମସ୍ତଙ୍କୁ। ଏହାସହ ସେ ହାର୍ଟ ଇମୋଜି ମଧ୍ୟ ସେୟାର କରିଛନ୍ତି।
ଏହା ଦେଖିବା ପରେ, ଅନେକ ଟ୍ରୋଲର୍ସ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି। କ୍ରୋଧ। ଜଣେ ୟୁଜର ଲେଖିଛନ୍ତି, "ସବୁ ସୀମା ପାର କରିଦେଲ"। ଅନ୍ୟ ଜଣେ ଲେଖିଛନ୍ତି, “ମୁଁ ଭାବିଲି ମୁଁ ଦୀପାବଳିରେ ବାଣରେ ଏକ ପୋଷାକ ତିଆରି କରିବି”।
ତୃତୀୟ ଜଣ ୟୁଜର ଲେଖିଛି, “କି ବେକାର କଥା”। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, "ଏହା ପୂରା ଫାଲତୁ’’।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।